ତହସିଲ କାର୍ଯ୍ୟାଳୟ ସେବା ଯୋଗାଇବା ପାଇଁ ନାହିଁ ସ୍ଥାନ; ଓସ୍ତଗଛ ମୂଳେ ବସୁଛନ୍ତି ମୋହରିର ଓ ଆଇନ୍ଜୀବୀ
କନକ ବ୍ୟୁରୋ: ଓସ୍ତ ଗଛ ମୂଳେ ଆଇନ୍ ସେବା । ଦୀର୍ଘ ୨୦ ବର୍ଷ ହେଲାଣି କେନାଲ ବନ୍ଧର ସାଜିଛି ଆଇନଜୀବୀଙ୍କ କାର୍ଯ୍ୟାଳୟ । ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲ ସାମ୍ନାରୁ ଏଭଳି ଚିତ୍ର ଆସିଛି । କେନାଲ ବନ୍ଧର ଓସ୍ତ ଗଛ ମୂଳରେ ବସି ବର୍ଷବର୍ଷ ଧରି କାମ କରି ଆସୁଛନ୍ତି ଆଇନଜୀବୀ । ଡେଲାଙ୍ଗ ବ୍ଲକ ୨୧ଟି ପଂଚାୟତର ହଜାର ହଜାର ଲୋକ ଏହି ତହସିଲ କାର୍ଯ୍ୟାଳୟ ଉପରେ ନିର୍ଭର କରନ୍ତି । ଜାତିଗତ ପ୍ରମାଣପତ୍ର, ଆୟପ୍ରମାଣ ପତ୍ର ହେଉ ବା ଜମିବାଡି କିଣା ବିକା ସବୁବେଳେ ଏଠାରେ ଲୋକଙ୍କ ଭିଡ଼ ଲାଗିଥାଏ । ସେମାନଙ୍କୁ ଆଇନ୍ ସେବା ଯୋଗାଉଥିବା ଆଇନଜୀବୀ ଓ ମୋହରିରଙ୍କ ବସିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ତେଣୁ କାର୍ୟ୍ୟାଳୟ ସାଜିଛି କେନାଲ ବନ୍ଧ। ସେଇଠି ଟାଇପ, ସେଇଠି ଲେଖାଲେଖି, ସେଇଠି ସବୁ କିଛି ଚାଲିଛି । ଖୋଲା ଆକାଶ ତଳେ କାଗଜପତ୍ର କାମ ହେଉଛି। ବର୍ଷା ଦିନେ ଛତା ଏବଂ ଖରା ଦିନେ ଓସ୍ତ ଗଛ ମୁଳ ସାହାରା ଦେଉଛି । ଏପଟେ ତହସିଲଦାର କହିଛନ୍ତି, ତହସିଲ ପାଇଁ ତ ସଠିକ ବ୍ୟବସ୍ଥା ନାହିଁ, ଆଇନଜୀବୀଙ୍କ କଥା କଣ ବୁଝିବୁ ।