ତହସିଲ କାର୍ଯ୍ୟାଳୟରେ ଫାଇଲ ଯାଞ୍ଚ କଲେ ଅତିରିକ୍ତ ଜିଲାପାଳ
ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲାର ଅତିତିକ୍ତ ଜିଲାପାଳ ରମେଶ ଜେନା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟକୁ ଶନିବାର ପରିଦର୍ଶନ କରିଛନ୍ତି। ସେ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତହସିଲଦାରଙ୍କ ପ୍ରକୋଷ୍ଠକୁ ଯାଇଥିଲେ ସେଠାରେ ଦାୟିତ୍ୱରେ ଥିବା ତହସିଲଦାର ଫାଲ୍ଗୁନୀ କୁମାର, ଅତିତିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁ, ରାଜସ୍ବ ସୁପରଭାଇଜର ଡାବାର ଫ୍ଲୋରିଆ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ପରେ ସେ ବିଭିନ୍ନ ପ୍ରସଙ୍ଗରେ ତହସିଲଦାରଙ୍କ ସହ ଆଲୋଚନା କରିଥିବା ବେଳେ କାର୍ଯ୍ୟାଳୟର ବିଭିନ୍ନ ବିଭାଗ, ଉପବିଭାଗର କାର୍ଯ୍ୟରତ କର୍ମଚାରୀ, ରାଜସ୍ବ […] The post ତହସିଲ କାର୍ଯ୍ୟାଳୟରେ ଫାଇଲ ଯାଞ୍ଚ କଲେ ଅତିରିକ୍ତ ଜିଲାପାଳ appeared first on Dharitri Odia News.
ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲାର ଅତିତିକ୍ତ ଜିଲାପାଳ ରମେଶ ଜେନା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟକୁ ଶନିବାର ପରିଦର୍ଶନ କରିଛନ୍ତି। ସେ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତହସିଲଦାରଙ୍କ ପ୍ରକୋଷ୍ଠକୁ ଯାଇଥିଲେ ସେଠାରେ ଦାୟିତ୍ୱରେ ଥିବା ତହସିଲଦାର ଫାଲ୍ଗୁନୀ କୁମାର, ଅତିତିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁ, ରାଜସ୍ବ ସୁପରଭାଇଜର ଡାବାର ଫ୍ଲୋରିଆ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ପରେ ସେ ବିଭିନ୍ନ ପ୍ରସଙ୍ଗରେ ତହସିଲଦାରଙ୍କ ସହ ଆଲୋଚନା କରିଥିବା ବେଳେ କାର୍ଯ୍ୟାଳୟର ବିଭିନ୍ନ ବିଭାଗ, ଉପବିଭାଗର କାର୍ଯ୍ୟରତ କର୍ମଚାରୀ, ରାଜସ୍ବ ନିରୀକ୍ଷକ, ରାଜସ୍ବ ସୁପରଭାଇଜରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଫାଇଲଗୁଡ଼ିକ ଯାଞ୍ଚ କରିଥିଲେ। ଲଗ୍ ବୁକ ନିରୀକ୍ଷଣ କରିବା ସହ ଜଙ୍ଗଲଜମି ପଟ୍ଟା ବଣ୍ଟନ, ବିଭିନ୍ନ ପ୍ରମାଣପତ୍ର ବଣ୍ଟନ ସହ କାର୍ଯ୍ୟାଳୟର ଅନ୍ୟ କାର୍ଯ୍ୟଗୁଡିକ କିଭଳି ହୋଇଛି ସେ ସମ୍ପର୍କରେ ନିରୀକ୍ଷଣ କରିଛନ୍ତି। ଅନେକ ସମୟରେ ଲୋକଙ୍କ କାର୍ଯ୍ୟ ତହସିଲ କାର୍ଯ୍ୟାଳୟରେ ସଠିକ୍ ସମୟସୀମା ମଧ୍ୟରେ କରାଯାଉ ନ ଥିବା ପ୍ରସଙ୍ଗରେ ମଧ୍ୟ ଅତିରିକ୍ତ ଜିଲାପାଳ ଉଦ୍ବେଗ ପ୍ରକାଶ କରିବା ସହ ଲୋକଙ୍କ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
The post ତହସିଲ କାର୍ଯ୍ୟାଳୟରେ ଫାଇଲ ଯାଞ୍ଚ କଲେ ଅତିରିକ୍ତ ଜିଲାପାଳ appeared first on Dharitri Odia News.