ତହସିଲ କାର୍ଯ୍ୟାଳୟରେ ୮ଦିନ ହେବ ନାହିଁ ଇଣ୍ଟରନେଟ । ଲୋକମାନଙ୍କ ଜରୁରୀ ସେବା ଗୁଡିକ ମଧ୍ୟ ବନ୍ଦ
କନକ ବ୍ୟୁରୋ: ଅସ୍ତରଙ୍ଗ ତହସିଲ କାର୍ୟ୍ୟାଳୟରେ ୮ଦିନ ହେବ ନାହିଁ ଇଣ୍ଟରନେଟ ସଂଯୋଗ। ସେବାରୁ ବଞ୍ଚିତ ସାଧାରଣ ଲୋକେ। ଲୋକମାନଙ୍କ ଜରୁରୀ ସେବା ଗୁଡିକ ମଧ୍ୟ ବନ୍ଦ ହୋଇଯାଇଛି। ଅସ୍ତରଙ୍ଗ ଅଞ୍ଚଳର ଅନେକ ଲୋକ ତହସିଲ କାର୍ଯ୍ୟାଳୟକୁ ଜମିଜମା ଏବଂ ବିଭିନ୍ନ ସାଟିଫିକେଟ ପାଇଁ ଆସୁଥିବା ବେଳେ ଇଣ୍ଟରନେଟ ସଂଯୋଗ ନଥିବାରୁ ଲୋକମାନେ ଫେରିଯାଉଛନ୍ତି। ଇଣ୍ଟରନେଟ ସେବା କେବେ ସ୍ବାଭାବିକ ହେବ ଏବଂ ତହସିଲ କାର୍ୟ୍ୟାଳୟରେ ସ୍ବାଭାବିକ ସେବା ଜାରି ରହିବ, ସେ ନେଇ ଦ୍ବନ୍ଦ୍ବରେ ଲୋକେ। ସାଧାରଣ ଲୋକମାନେ ବିଭିନ୍ନ ଜରୁରୀ ସେବାରୁ ବଞ୍ଚିତ ହେଉଥିବା ବେଳେ ଅସ୍ତରଙ୍ଗ ତହସିଲର, ଅତିରିକ୍ତ ତହସିଲଦାର ଉପରିସ୍ଥ ଅଧିକାରୀଙ୍କ ସହିତ କଥା ହୋଇଥିବା କହିଛନ୍ତି। ଶୀଘ୍ର ଏହାର ସମାଧାନ ହେବ ବୋଲି କହିଛନ୍ତି।