ତାଇଓ୍ବାନରେ ରାଷ୍ଟ୍ରପତି ନିର୍ବାଚନ; ଚୀନର ବିରୋଧ ସତ୍ତ୍ବେ ଭୋଟିଂ ଜାରି

ନୂଆଦିଲ୍ଲୀ: ତାଇଓ୍ବାନରେ ରାଷ୍ଟ୍ରପତି ନିର୍ବାଚନ । ଶନିବାର ନୂଆ ପ୍ରେସିଡେଣ୍ଟ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଚୀନର ବିରୋଧ ସତ୍ତ୍ବେ ଦ୍ବୀପଦେଶରେ ନିର୍ବାଚନ ଚାଲିଛି । ଏହି ନିର୍ବାଚନକୁ ସମର୍ଥନ କରୁଛି ଚୀନ୍ ର ଶତ୍ରୁ ଆମେରିକା । ମୋଟ୍ ୧ କୋଟି ଭୋଟର ଏହି ନିର୍ବାଚନରେ ସାମିଲ ହୋଇଛନ୍ତି । ଯେଉଁଥିରେ ୧୦ ଲକ୍ଷ ନୂଆ ଭୋଟର ରହିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ୍ ୧୮ ହଜାର ମତଦାନ କେନ୍ଦ୍ର ବ୍ୟବସ୍ଥା ହୋଇଛି । ଏହି ନିର୍ବାଚନରେ ବାଲାଟ୍ ପେପର ବ୍ୟବହାର ହେଉଛି । ଭୋଟିଂ ଶେଷ ହେବା ପରେ ଗଣତି ଆରମ୍ଭ ହେବ । ଶାସକ ଡେମୋକ୍ରାଟିକ୍ ପ୍ରୋଗେସିଭ୍ ପାର୍ଟି ଏବଂ କେଏମଟି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି । ଡିପିପି ଉପରେ ଆମେରିକାର ସମର୍ଥନ ରହିଥିବା ବେଳେ କେଏମଟିକୁ ବେଜିଂ ସମର୍ଥନ କରୁଛି । ଚୀନର ବିରୋଧ ସତ୍ତ୍ବେ ତାଇଓ୍ବାନରେ ନିର୍ବାଚନ ଜାରି ରହିଛି । ପୂରା ବିଶ୍ବର ନଜର ଏହା ଉପରେ ରହିଛି । ବିଶେଷ କରି ଏହି ନିର୍ବାଚନ ଉପରେ ଆମେରିକାର ନଜର ରହିଛି । ମିଡିଆ ରିପୋର୍ଟ ମୁତାବକ, ଗତ ୮ ବର୍ଷ ହେଲା ତାଇପେ ଉପରେ ଚୀନ୍ ଧମକ ଚିନ୍ତା ବଢ଼ାଇ ଦେଇଛି । ରାଷ୍ଟ୍ରପତି ନିର୍ବାଚନରେ ୪୦ରୁ ୪୯ ବର୍ଷ ବର୍ଷୀୟ ପ୍ରାୟ ୮୮ ହଜାର ଭୋଟର ମତଦାନ କରିବେ । ସେହିପରି ୫୦-୫୯ ବର୍ଷ ବର୍ଷୀୟ ପ୍ରାୟ ୩ ଲକ୍ଷ ୫୩ ହଜାର ମତଦାତା ଭୋଟିଂରେ ସାମିଲ ହେବେ । ସେହିପରି ୨୦ରୁ ୨୯ ବର୍ଷ ବର୍ଷୀୟ ପ୍ରାୟ ୧ଲକ୍ଷ ୮୪ ହଜାର ଭୋଟର ଭୋଟ୍

ତାଇଓ୍ବାନରେ ରାଷ୍ଟ୍ରପତି ନିର୍ବାଚନ; ଚୀନର ବିରୋଧ ସତ୍ତ୍ବେ ଭୋଟିଂ ଜାରି

ନୂଆଦିଲ୍ଲୀ: ତାଇଓ୍ବାନରେ ରାଷ୍ଟ୍ରପତି ନିର୍ବାଚନ । ଶନିବାର ନୂଆ ପ୍ରେସିଡେଣ୍ଟ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଚୀନର ବିରୋଧ ସତ୍ତ୍ବେ ଦ୍ବୀପଦେଶରେ ନିର୍ବାଚନ ଚାଲିଛି । ଏହି ନିର୍ବାଚନକୁ ସମର୍ଥନ କରୁଛି ଚୀନ୍ ର ଶତ୍ରୁ ଆମେରିକା । ମୋଟ୍ ୧ କୋଟି ଭୋଟର ଏହି ନିର୍ବାଚନରେ ସାମିଲ ହୋଇଛନ୍ତି । ଯେଉଁଥିରେ ୧୦ ଲକ୍ଷ ନୂଆ ଭୋଟର ରହିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ୍ ୧୮ ହଜାର ମତଦାନ କେନ୍ଦ୍ର ବ୍ୟବସ୍ଥା ହୋଇଛି । ଏହି ନିର୍ବାଚନରେ ବାଲାଟ୍ ପେପର ବ୍ୟବହାର ହେଉଛି । ଭୋଟିଂ ଶେଷ ହେବା ପରେ ଗଣତି ଆରମ୍ଭ ହେବ । ଶାସକ ଡେମୋକ୍ରାଟିକ୍ ପ୍ରୋଗେସିଭ୍ ପାର୍ଟି ଏବଂ କେଏମଟି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି । ଡିପିପି ଉପରେ ଆମେରିକାର ସମର୍ଥନ ରହିଥିବା ବେଳେ କେଏମଟିକୁ ବେଜିଂ ସମର୍ଥନ କରୁଛି ।

ଚୀନର ବିରୋଧ ସତ୍ତ୍ବେ ତାଇଓ୍ବାନରେ ନିର୍ବାଚନ ଜାରି ରହିଛି । ପୂରା ବିଶ୍ବର ନଜର ଏହା ଉପରେ ରହିଛି । ବିଶେଷ କରି ଏହି ନିର୍ବାଚନ ଉପରେ ଆମେରିକାର ନଜର ରହିଛି । ମିଡିଆ ରିପୋର୍ଟ ମୁତାବକ, ଗତ ୮ ବର୍ଷ ହେଲା ତାଇପେ ଉପରେ ଚୀନ୍ ଧମକ ଚିନ୍ତା ବଢ଼ାଇ ଦେଇଛି । ରାଷ୍ଟ୍ରପତି ନିର୍ବାଚନରେ ୪୦ରୁ ୪୯ ବର୍ଷ ବର୍ଷୀୟ ପ୍ରାୟ ୮୮ ହଜାର ଭୋଟର ମତଦାନ କରିବେ । ସେହିପରି ୫୦-୫୯ ବର୍ଷ ବର୍ଷୀୟ ପ୍ରାୟ ୩ ଲକ୍ଷ ୫୩ ହଜାର ମତଦାତା ଭୋଟିଂରେ ସାମିଲ ହେବେ । ସେହିପରି ୨୦ରୁ ୨୯ ବର୍ଷ ବର୍ଷୀୟ ପ୍ରାୟ ୧ଲକ୍ଷ ୮୪ ହଜାର ଭୋଟର ଭୋଟ୍ ଦେବେ ।

https://www.prameyanews7.com/destiny-decided-construction-chose-pm-modi-for-this-lk-advani/

ତାଇଓ୍ବାନ ଭୋଟର ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ସାଈ-ଇଙ୍ଗ-ଓ୍ବେନଙ୍କ ଉତ୍ତର ଆଧିକାରୀ ଚୟନ କରିବେ ।  ସାଈ-ଇଙ୍ଗ-ଓ୍ବେନଙ୍କ ଗତ ୨୦୧୬ ଓ ୨୦୨୦ ନିର୍ବାଚନରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନ 3 ମୁଖ୍ୟ ପାର୍ଟି ଭାଗ ନେଇଛନ୍ତି ।  ଡେମୋକ୍ରାଟିର୍ ପ୍ରୋଗ୍ରେସିଭ୍ ପାର୍ଟିରୁ ଲାଇ ଚିଙ୍ଗ୍-ତେ, କେଏମଟି ପାର୍ଟିରୁ ସେ-ହୁ-ୟୁ-ଇହ ଏବଂ ତାଇଓ୍ବାନ ପିପୁଲ୍ସ ପାର୍ଟିର ପ୍ରାର୍ଥୀ ନିର୍ବାଚନରେ ଛିଡ଼ା ହୋଇଛନ୍ତି ।  

The post ତାଇଓ୍ବାନରେ ରାଷ୍ଟ୍ରପତି ନିର୍ବାଚନ; ଚୀନର ବିରୋଧ ସତ୍ତ୍ବେ ଭୋଟିଂ ଜାରି appeared first on Prameya News7.