ତାଜ୍ ଫଲକ୍ନୁମା ପ୍ୟାଲେସ୍ରେ ‘ସିକନ୍ଦର’ର ଶୁଟିଂ
ହାଇଦ୍ରାବାଦ: ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗ୍ ପକ୍ଷରୁ ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ଦିଆଯାଉଛି l ତେବେ ଏହାରି ମଧ୍ୟରେ ସେ ସାହସର ସହ ନିଜର ସମସ୍ତ ପୂର୍ବ କାର୍ଯ୍ୟ ସମ୍ବନ୍ଧିତ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରୁଛନ୍ତି। ଶନିବାର ସଲମାନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଫିଲ୍ମ ନିର୍ମାତା ସାଜିଦ୍ ନାଡିଆଡ୍ୱାଲାଙ୍କ ସହ ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ସଲମାନ ତାଙ୍କ ଫିଲ୍ମ ‘ସିକନ୍ଦର’ର ଶୁଟିଂ ପାଇଁ ହାଇଦ୍ରାବାଦ ଯାଇଛନ୍ତି। ସଲମାନ ହାଇଦ୍ରାବାଦର ଐତିହାସିକ ତାଜ୍ ଫଲକ୍ନୁମା ପ୍ୟାଲେସ୍ରେ […] The post ତାଜ୍ ଫଲକ୍ନୁମା ପ୍ୟାଲେସ୍ରେ ‘ସିକନ୍ଦର’ର ଶୁଟିଂ appeared first on Dharitri Odia News.
ହାଇଦ୍ରାବାଦ: ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗ୍ ପକ୍ଷରୁ ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ଦିଆଯାଉଛି l ତେବେ ଏହାରି ମଧ୍ୟରେ ସେ ସାହସର ସହ ନିଜର ସମସ୍ତ ପୂର୍ବ କାର୍ଯ୍ୟ ସମ୍ବନ୍ଧିତ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରୁଛନ୍ତି। ଶନିବାର ସଲମାନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଫିଲ୍ମ ନିର୍ମାତା ସାଜିଦ୍ ନାଡିଆଡ୍ୱାଲାଙ୍କ ସହ ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ସଲମାନ ତାଙ୍କ ଫିଲ୍ମ ‘ସିକନ୍ଦର’ର ଶୁଟିଂ ପାଇଁ ହାଇଦ୍ରାବାଦ ଯାଇଛନ୍ତି। ସଲମାନ ହାଇଦ୍ରାବାଦର ଐତିହାସିକ ତାଜ୍ ଫଲକ୍ନୁମା ପ୍ୟାଲେସ୍ରେ ଖୁବ୍ ଶୀଘ୍ର ଏହି ଫିଲ୍ମର ଶୁଟିଂ କରିବେ। ରବିବାର ଜଣେ ଏକ୍ସ’ ୟୁଜର୍ ମଧ୍ୟ ତାଜ୍ ଫଲକ୍ନୁମା ପ୍ୟାଲେସ୍ର କିଛି ଫଟୋ ଏବଂ ଭିଡିଓ ପୋଷ୍ଟ କରି ଏଠାରେ ‘ସିକନ୍ଦର’ ଶୁଟିଂ ଚାଲିଥିବା ନେଇ କହିଛନ୍ତି। ତେବେ ହାଇଦ୍ରାବାଦର ତାଜ୍ ଫଲକ୍ନୁମା ପ୍ୟାଲେସ୍ ସଲମାନଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ରହିଛି। ୨୦୧୪ରେ ଏଠାରେ ତାଙ୍କ ଭଉଣୀ ଅର୍ପିତା ଖାନ୍ଙ୍କର ବିବାହ ଅନୁଷ୍ଠିତ ହୋଇଥିଲା।
ଫିଲ୍ମରେ ସଲମାନଙ୍କ ସହ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଯୋଡ଼ିକୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ। ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ସୁନିଲ ଶେଟ୍ଟୀ, ଶର୍ମନ ଜୋଷୀ ଓ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ନଜରକୁ ଆସିବେ। ସାଜିଦ ନାଡିଆଡ୍ୱାଲାଙ୍କ ଦ୍ୱାରା ନିର୍ମିତ ଓ ଏ.ଆର୍. ମୁରୁଗାଡୋସ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ବର୍ଷ ମୁକ୍ତିଲାଭ କରିବ। ପ୍ରକାଶ ଯେ, ଗତ ମାସରେ ସଲମାନଙ୍କ ନିକଟତମ ବନ୍ଧୁ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଥିଲା। ଉକ୍ତ ହତ୍ୟାକାଣ୍ଡ ପରେ ସଲମାନଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଏବେ ସେ ୱାଇ ପ୍ଲସ୍ ସିକ୍ୟୁରିଟି ସହ କାର୍ଯ୍ୟ କରୁଛନ୍ତି।
The post ତାଜ୍ ଫଲକ୍ନୁମା ପ୍ୟାଲେସ୍ରେ ‘ସିକନ୍ଦର’ର ଶୁଟିଂ appeared first on Dharitri Odia News.