ତାଣ୍ଡବ ରଚିଲା ଦନ୍ତା: ଭାଙ୍ଗିଲା ଘର, ଉଜାଡିଲା ଫସଲ
ପରଜଙ୍ଗ,୩।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜହ୍ନାପଡା ଗାଁରେ ତାଣ୍ଡବ ରଚିଲା ଗୋଠଛଡା ଦନ୍ତା। ଗାଁ ଭିତରେ ପଶି ଭାଙ୍ଗିଲା ଘର ଭାଙ୍ଗିବା ସହ ଧାନ-ଚାଉଳ ଖାଇଛି ଏବଂ ଫସଲ ଉଜାଡି ଦେଇଛି। ତେବେ ଦନ୍ତା କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୃଦ୍ଧ ଦମ୍ପତ୍ତି। ସୂଚନାଯୋଗ୍ୟ, ଗାଁର ଦୟାନିଧି ଦଳେଇଙ୍କ ପରିବାର ଲୋକେ ଶୋଇଥିବାବେଳେ ଗୋଠ ଛଡା ଦନ୍ତା ହାତୀଟି ଘର ଦ୍ୱାର ଭାଙ୍ଗି ପ୍ରଥମେ ଧାନ ବସ୍ତାକୁ ଟେକି […] The post ତାଣ୍ଡବ ରଚିଲା ଦନ୍ତା: ଭାଙ୍ଗିଲା ଘର, ଉଜାଡିଲା ଫସଲ appeared first on Dharitri Odia News.
ପରଜଙ୍ଗ,୩।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜହ୍ନାପଡା ଗାଁରେ ତାଣ୍ଡବ ରଚିଲା ଗୋଠଛଡା ଦନ୍ତା। ଗାଁ ଭିତରେ ପଶି ଭାଙ୍ଗିଲା ଘର ଭାଙ୍ଗିବା ସହ ଧାନ-ଚାଉଳ ଖାଇଛି ଏବଂ ଫସଲ ଉଜାଡି ଦେଇଛି। ତେବେ ଦନ୍ତା କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୃଦ୍ଧ ଦମ୍ପତ୍ତି।
ସୂଚନାଯୋଗ୍ୟ, ଗାଁର ଦୟାନିଧି ଦଳେଇଙ୍କ ପରିବାର ଲୋକେ ଶୋଇଥିବାବେଳେ ଗୋଠ ଛଡା ଦନ୍ତା ହାତୀଟି ଘର ଦ୍ୱାର ଭାଙ୍ଗି ପ୍ରଥମେ ଧାନ ବସ୍ତାକୁ ଟେକି ନେଇଥିଲା। ପରେ ଘର କାନ୍ଥ ଭାଙ୍ଗି ଚାଉଳ ଖାଇବା ସହ ବୁନୁ ସାହୁ ଏବଂ ବାବୁଲି ସାହୁଙ୍କ କୋବି ଫସଲ ନଷ୍ଟ କରିଥିଲା। ଏଥିସହିତ ଗାଁରେ ବ୍ୟାପକ ପରିମାଣର ଧାନ, ଆଖୁ, ବାଇଗଣ ଫସଲ ମଧ୍ୟ ଉପଦ୍ରବ ହୋଇଥିବା ଅଭିଯୋଗ ହୋଇଛି। ଦୟାନିଧି ଏବଂ ତାଙ୍କ ସ୍ତ୍ରୀ ଦନ୍ତା ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦନ୍ତା ଆକ୍ରମଣ ଏବଂ ଉପଦ୍ରବକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ଥିବା ଜଣାପଡିଛି। ସେପଟେ ଦନ୍ତା ହାତୀଟି ଗାଁ ାଖ ବାରବାଙ୍କ ଜଙ୍ଗଲକୁ ଚାଲି ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତୁରନ୍ତ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
The post ତାଣ୍ଡବ ରଚିଲା ଦନ୍ତା: ଭାଙ୍ଗିଲା ଘର, ଉଜାଡିଲା ଫସଲ appeared first on Dharitri Odia News.