ତାଣ୍ଡବ ରଚିଲା ବାତ୍ୟା : ୨୬ ମୃତ, ଉପୁଡିଲା ଗଛ, ଭାଙ୍ଗିଲା କୋଠା

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟା ବହୁତ ଧ୍ୱଂସ କରିଛି ।  ଆଲାବାମା, ଗୋର୍ଡୋ, ପିକେନ୍ସ ଏବଂ... The post ତାଣ୍ଡବ ରଚିଲା ବାତ୍ୟା : ୨୬ ମୃତ, ଉପୁଡିଲା ଗଛ, ଭାଙ୍ଗିଲା କୋଠା appeared first on .

ତାଣ୍ଡବ ରଚିଲା ବାତ୍ୟା :  ୨୬ ମୃତ, ଉପୁଡିଲା ଗଛ, ଭାଙ୍ଗିଲା କୋଠା

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟା ବହୁତ ଧ୍ୱଂସ କରିଛି ।  ଆଲାବାମା, ଗୋର୍ଡୋ, ପିକେନ୍ସ ଏବଂ ମିସୌରୀ କାଉଣ୍ଟିରେ ଘଟିଥିବା ଘୂର୍ଣ୍ଣିବାତ୍ୟା ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ପବନ ବହିଥିଲା। ଏହି ଘୂର୍ଣ୍ଣିବାତ୍ୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଦେଖି ଯେକେହି ଭୟଭୀତ ହୋଇଯିବେ। ଏହି ଭୟଙ୍କର ଝଡ଼ ଆମେରିକାର ଅନେକ ସହରରେ ଧ୍ୱଂସର ଲୀଳା ସୃଷ୍ଟି କରିଛି ।

ପ୍ରବଳ ପବନ ଯୋଗୁଁ ରାସ୍ତାରେ ଛିଡା ହୋଇଥିବା ଯାନବାହାନ ଏବଂ ଟ୍ରକଗୁଡ଼ିକ ଓଲଟି ପଡ଼ିଥିଲା। ଗଛ ଉପୁଡିବା ସହ ବହୁ କୋଠା ଭାଙ୍ଗି ନଷ୍ଟ ହୋଇଛି ।  ଏଥିରେ ପ୍ରାୟ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନେକ ଘର ଏବଂ କୋଠା ନଷ୍ଟ ହୋଇଯାଇଛି ଏବଂ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଆଲାବାମାର ଗୋର୍ଡୋ ନିକଟରେ ଘଟିଥିବା ଘୂର୍ଣ୍ଣିବାତ୍ୟାରେ ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୧୭୭.୪ କି.ମି.ରୁ ଅଧିକ ଥିଲା ।  ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ହୋଇଥିବା ଘୂର୍ଣ୍ଣିଝଡ଼ ମିସିସିପି ଉପତ୍ୟକା ଏବଂ ଦକ୍ଷିଣ ଦିଗକୁ ଗତି କରିଥିଲା ।

The post ତାଣ୍ଡବ ରଚିଲା ବାତ୍ୟା : ୨୬ ମୃତ, ଉପୁଡିଲା ଗଛ, ଭାଙ୍ଗିଲା କୋଠା appeared first on .