ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ନଳକୂପ ଅଚଳ ହୋଇପଡ଼ିଥିବା ବେଳେ ଗାଁ ପୋଖରୀରୁ ପାଣି ପିଇ ଗ୍ରାମବାସୀ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସାଉଡି ପଞ୍ଚାୟତ ଛୟାଳିଆ ଗ୍ରାମରେ। ଗ୍ରାମର ୩୦ରୁ ୪୦ପରିବାରର ୧ଶହରୁ ଦେଢଶହ […] The post ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର appeared first on Dharitri Odia News.

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ନଳକୂପ ଅଚଳ ହୋଇପଡ଼ିଥିବା ବେଳେ ଗାଁ ପୋଖରୀରୁ ପାଣି ପିଇ ଗ୍ରାମବାସୀ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସାଉଡି ପଞ୍ଚାୟତ ଛୟାଳିଆ ଗ୍ରାମରେ।
ଗ୍ରାମର ୩୦ରୁ ୪୦ପରିବାରର ୧ଶହରୁ ଦେଢଶହ ଲୋକ ବସବାସ କରନ୍ତି। ଏହି ଲୋକଙ୍କ ପାଇଁ ଦୁଇଟି ନଳକୂପ ରହିଥିଲେ ମଧ୍ୟ ଦୁଇଟି ଯାକ ଏବେ ଅଚଳ ହୋଇପଡିଛି। ଗୋଟିଏ ନଳକୂପ ଭାଙ୍ଗିଯିବା ଫଳରେ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ପୋଖରୀ ପାଣି ପିଉଛନ୍ତି। ଏଥିସହିତ ଗାଁକୁ ଭଲ ରାସ୍ତା ମଧ୍ୟ ନାହିଁ। ଏ ବାବଦରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି। ଫଳରେ ଯଦି ଏହି ଗ୍ରାମକୁ ପିଇବା ପାଣି ବ୍ୟବସ୍ଥା ସହ ଭଲ ରାସ୍ତା ଆଗାମୀ ଦିନରେ କରା ନ ଯାଏ ତା’ହେଲେ ଆସନ୍ତା ସାଧାରଣ ନିର୍ବାଚନରେ କୌଣସି ନେତା, ମନ୍ତ୍ରୀଙ୍କୁ ଗାଁରେ ପୂରାଇ ନ ଦେବା ସହ ଗ୍ରାମବାସୀ ମିଳିତ ହୋଇ ଭୋଟ୍‌ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମର ପାଣି ସମସ୍ୟା ନେଇ ବାରମ୍ବାର ସରପଞ୍ଚଙ୍କଠାରେ ଅଭିଯୋଗ କରିବା ପରେ ସେ ଗତ ୨ଦିନ ହେବ ଟ୍ୟାଙ୍କରରେ ପାଣି ଯୋଗାଉଛନ୍ତି। ହେଲେ ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

The post ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର appeared first on Dharitri Odia News.