ତାତିଲେ ମହିଳା, ଗାଁରେ ପଶି ଭାଙ୍ଗିଲେ ମଦ ଭାଟି

ଉଦଳା ୧୮।୩: ମଦ ବିରୋଧୀ ଶୋଭାଯାତ୍ରା କରୁଥିଲେ ଆଉ ମଦ ଦେଇଥିବା ଯନ୍ତ୍ରଣାକୁ ମନେ ପକାଇ ତାତିଲେ ମହିଳା । ଶେଷରେ ଗାଁ ଭିତରେ ପଶି ଗ୍ରାମ ଜଙ୍ଗଲ ଭିତରେ ଚାଲିଥିବା ଚୋରା ମଦ ପ୍ରସ୍ତୁତି ଭାଟିକୁ ନଷ୍ଟ କରିଲେ । ଯିଏ ଯେମିତି ପାରିଲା ଭାଙ୍ଗି ଚାଲିଲା, କିଏ ଦେଶୀ ମଦ ପାଇଁ ରଖାଯାଇଥିବା ପୋଚକୁ ନଷ୍ଟ କରିଲା । ଏଭଳି ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜଡ଼ିଦା ଗ୍ରାମରେ । ସୋମବାର ନିଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଗଠନ ପକ୍ଷରୁ ଗ୍ରାମରେ ମଦ ବିରୋଧୀ ଶୋଭାଯାତ୍ରା ଚାଲିଥିଲା, ଶୋଭାଯାତ୍ରା ପରେ ମହିଳାମାନେ ଗ୍ରାମ ଭିତରେ ଚୋରା ମଦ ପ୍ରସ୍ତୁତ ହେଇଥିବା ଜାଣିବାକୁ ପାଇଥିଲେ । ଏହାପରେ ତାତିଥିଲେ ମହିଳା । ଜଙ୍ଗଲରେ ପଶି ଚାଲିଥିବା ଦେଶୀ ମଦ ପ୍ରସ୍ତୁତି ଭାଟି ଭାଙ୍ଗିଥିଲେ । ବ୍ୟାପକ ଭାବେ ପୋଚ ନଷ୍ଟ କରିବା ସହିତ ମଦ ପ୍ରସ୍ତୁତି ସରଞ୍ଜାମ ନଷ୍ଟ କରିଥିଲେ । ଏହା ସହିତ ତୁରନ୍ତ ଚାଲିଥିବା ମଦ ଭାଟି ଗୁଡିକୁ ବନ୍ଦ କରିବାକୁ ମହିଳାମାନେ ଦାବି କରିଛନ୍ତି । ଯଦି ମଦ ବେପାର ବନ୍ଦ କରାନଯାଏ ତେବେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଆନ୍ଦୋଳନରତ ମହିଳା ଚେତାବନୀ ଦେଇଛନ୍ତି । You Can Read :ରଘୁପତି ନଗର ବୋମାମାଡ଼ ଘଟଣା : ବନ୍ଧାହେଲେ ୪ ଅଭିଯୁକ୍ତ 

ତାତିଲେ ମହିଳା, ଗାଁରେ ପଶି ଭାଙ୍ଗିଲେ ମଦ ଭାଟି

ଉଦଳା ୧୮।୩: ମଦ ବିରୋଧୀ ଶୋଭାଯାତ୍ରା କରୁଥିଲେ ଆଉ ମଦ ଦେଇଥିବା ଯନ୍ତ୍ରଣାକୁ ମନେ ପକାଇ ତାତିଲେ ମହିଳା । ଶେଷରେ ଗାଁ ଭିତରେ ପଶି ଗ୍ରାମ ଜଙ୍ଗଲ ଭିତରେ ଚାଲିଥିବା ଚୋରା ମଦ ପ୍ରସ୍ତୁତି ଭାଟିକୁ ନଷ୍ଟ କରିଲେ । ଯିଏ ଯେମିତି ପାରିଲା ଭାଙ୍ଗି ଚାଲିଲା, କିଏ ଦେଶୀ ମଦ ପାଇଁ ରଖାଯାଇଥିବା ପୋଚକୁ ନଷ୍ଟ କରିଲା । ଏଭଳି ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜଡ଼ିଦା ଗ୍ରାମରେ । 

ସୋମବାର ନିଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଗଠନ ପକ୍ଷରୁ ଗ୍ରାମରେ ମଦ ବିରୋଧୀ ଶୋଭାଯାତ୍ରା ଚାଲିଥିଲା, ଶୋଭାଯାତ୍ରା ପରେ ମହିଳାମାନେ ଗ୍ରାମ ଭିତରେ ଚୋରା ମଦ ପ୍ରସ୍ତୁତ ହେଇଥିବା ଜାଣିବାକୁ ପାଇଥିଲେ । ଏହାପରେ ତାତିଥିଲେ ମହିଳା । ଜଙ୍ଗଲରେ ପଶି ଚାଲିଥିବା ଦେଶୀ ମଦ ପ୍ରସ୍ତୁତି ଭାଟି ଭାଙ୍ଗିଥିଲେ । ବ୍ୟାପକ ଭାବେ ପୋଚ ନଷ୍ଟ କରିବା ସହିତ ମଦ ପ୍ରସ୍ତୁତି ସରଞ୍ଜାମ ନଷ୍ଟ କରିଥିଲେ । ଏହା ସହିତ ତୁରନ୍ତ ଚାଲିଥିବା ମଦ ଭାଟି ଗୁଡିକୁ ବନ୍ଦ କରିବାକୁ ମହିଳାମାନେ ଦାବି କରିଛନ୍ତି । ଯଦି ମଦ ବେପାର ବନ୍ଦ କରାନଯାଏ ତେବେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଆନ୍ଦୋଳନରତ ମହିଳା ଚେତାବନୀ ଦେଇଛନ୍ତି ।

 You Can Read :

ରଘୁପତି ନଗର ବୋମାମାଡ଼ ଘଟଣା : ବନ୍ଧାହେଲେ ୪ ଅଭିଯୁକ୍ତ