ତାପଙ୍ଗ ଖଣି ପୋଖରୀରେ ବୁଡ଼ି ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, ୫ ଦିନ ପରେ ମିଳିଲା ମୃତଦେହ
ଭୁବନେଶ୍ୱର ୧୨/୦୭: ମିଳିଲା ଓମପ୍ରକାଶଙ୍କ ମୃତଦେହ । ତାପଙ୍ଗ ଖଣି ପାଣିରେ ବୁଡି ଯାଇଥିଲେ ଛାତ୍ର ଓମ୍ ପ୍ରକାଶ । ୫ ଦିନ ପରେ ଆଜି ପାଣି ଉପରେ ମୃତଦେହ ଭାସିଥିଲା । ଅଗ୍ନିଶମ କର୍ମଚାରୀ ମୃତଦେହକୁ ଉଦ୍ଧାର କରିଛନ୍ତି । ସୋମବାର ରିଲ୍ସ କରିବା ବେଳେ ପାଣିକୁ ଖସି ପଡିଥିଲେ । ଓମ୍ ପ୍ରକାଶ ଙ୍କ ଘର ଖୋର୍ଦ୍ଧା ରଣପୁର ବାଣିକିଲୋରେ । ଅଗ୍ନିଶମ ବିଭାଗ, ଓଡ୍ରାଫ୍, ନାଭାଲ ଟିମ୍ ଓ ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଓମଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା । ପରେ କ୍ୟାମେରା ଓ ରୋବଟ୍ ମଧ୍ୟ ଓମଙ୍କୁ ଖୋଜିବାରେ ବିଫଳ ହୋଇଥିଲା । ଆଜି ୫ ଦିନ ପରେ ଓମଙ୍କ ମୃତହେଦ ମିଳିଛି । ତାପଙ୍ଗର ଏହି ଖଣି ଅଞ୍ଚଳ ପାହାଡ଼ ଓ ନୀଳ ଜଳରାଶି ପାଇଁ ଲଦାଖର ଭ୍ରମ ସୃଷ୍ଟି କରୁଛି । ତେଣୁ ଅନେକ ଲୋକ ଏଠାରେ ଭିଡ଼ ଜମାଉଛନ୍ତି ।
ଭୁବନେଶ୍ୱର ୧୨/୦୭: ମିଳିଲା ଓମପ୍ରକାଶଙ୍କ ମୃତଦେହ । ତାପଙ୍ଗ ଖଣି ପାଣିରେ ବୁଡି ଯାଇଥିଲେ ଛାତ୍ର ଓମ୍ ପ୍ରକାଶ । ୫ ଦିନ ପରେ ଆଜି ପାଣି ଉପରେ ମୃତଦେହ ଭାସିଥିଲା ।
ଅଗ୍ନିଶମ କର୍ମଚାରୀ ମୃତଦେହକୁ ଉଦ୍ଧାର କରିଛନ୍ତି । ସୋମବାର ରିଲ୍ସ କରିବା ବେଳେ ପାଣିକୁ ଖସି ପଡିଥିଲେ । ଓମ୍ ପ୍ରକାଶ ଙ୍କ ଘର ଖୋର୍ଦ୍ଧା ରଣପୁର ବାଣିକିଲୋରେ । ଅଗ୍ନିଶମ ବିଭାଗ, ଓଡ୍ରାଫ୍, ନାଭାଲ ଟିମ୍ ଓ ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଓମଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା । ପରେ କ୍ୟାମେରା ଓ ରୋବଟ୍ ମଧ୍ୟ ଓମଙ୍କୁ ଖୋଜିବାରେ ବିଫଳ ହୋଇଥିଲା ।
ଆଜି ୫ ଦିନ ପରେ ଓମଙ୍କ ମୃତହେଦ ମିଳିଛି । ତାପଙ୍ଗର ଏହି ଖଣି ଅଞ୍ଚଳ ପାହାଡ଼ ଓ ନୀଳ ଜଳରାଶି ପାଇଁ ଲଦାଖର ଭ୍ରମ ସୃଷ୍ଟି କରୁଛି । ତେଣୁ ଅନେକ ଲୋକ ଏଠାରେ ଭିଡ଼ ଜମାଉଛନ୍ତି ।