ତାମିଲ ଭାଷା ପାଇଁ ହିନ୍ଦୀ ବିପଦ ! ଜାଣନ୍ତୁ ଆଉ କ’ଣ କହିଲେ ଉଦୟନିଧି ଷ୍ଟାଲିନ୍?
ଚେନ୍ନାଇ ୧୯।୨: ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ତାମିଲ ଭାଷା ନିମନ୍ତେ ହିନ୍ଦୀ ବିପଦ ବୋଲି କହିଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉଦୟନିଧି କହିଛନ୍ତି ଯେ ଯେଉଁ ରାଜ୍ୟମାନେ ହିନ୍ଦୀକୁ ସ୍ୱୀକାର କରନ୍ତି ସେମାନେ ନିଜ ମାତୃଭାଷାକୁ ହରାଇଛନ୍ତି। ରାଜ୍ୟରେ କ୍ଷମତାସୀନ ଡିଏମକେ ଓ ବିଜେପି ମଧ୍ୟରେ ଟ୍ରାଇ ଲାଙ୍ଗୁଏଜ ନୀତି ଓ ହିନ୍ଦୀ ଥୋପାଯିବାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ତାମିଲନାଡୁକୁ ସମଗ୍ରଶିକ୍ଷା ମିସନ ନିମନ୍ତେ ପାଖାପାଖି ୨,୪୦୦ କୋଟି ଟଙ୍କା ସେ ପର୍ଯ୍ୟନ୍ତ ମିଳିବନି ଯେଉଁ ପର୍ଯ୍ୟନ୍ତ ଜାତୀୟ ଶିକ୍ଷା ନୀତିକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନ ଆପଣେଇଛନ୍ତି। ଟ୍ରାଇ ଲାଙ୍ଗୁଏଜ ପଲିସିକୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦୀର୍ଘ ସମୟରୁ ବିବାଦ ଚାଲିଛି। ନୂଆ ଶିକ୍ଷା ନୀତି ଅନୁସାରେ ସବୁ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ୩ଟି ଲାଙ୍ଗୁଏଜରେ ଶିକ୍ଷା ପ୍ରାପ୍ତ କରିବାକୁ ପଡିବ, ଯେଉଁଥିରେ ହିନ୍ଦୀ ଗୋଟିଏ ଭାଷା ରହିବ। ତେବେ ତାମିଲନାଡୁ ସରକାର ସର୍ବଦା ଦୁଇଟି ଭାଷା ପାଇଁ ଓକିଲାତି କରିଆସୁଛନ୍ତି। ରାଜ୍ୟର ବିଦ୍ୟାଳୟ ମାନଙ୍କରେ ତାମିଲ ଓ ଇଂରାଜୀ ପଢା ଯାଉଛି। ଚେନ୍ନାଇର ଉଦୟନିଧି ଷ୍ଟାଲିନ କହିଛନ୍ତି ଯେ
ଚେନ୍ନାଇ ୧୯।୨: ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ତାମିଲ ଭାଷା ନିମନ୍ତେ ହିନ୍ଦୀ ବିପଦ ବୋଲି କହିଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉଦୟନିଧି କହିଛନ୍ତି ଯେ ଯେଉଁ ରାଜ୍ୟମାନେ ହିନ୍ଦୀକୁ ସ୍ୱୀକାର କରନ୍ତି ସେମାନେ ନିଜ ମାତୃଭାଷାକୁ ହରାଇଛନ୍ତି। ରାଜ୍ୟରେ କ୍ଷମତାସୀନ ଡିଏମକେ ଓ ବିଜେପି ମଧ୍ୟରେ ଟ୍ରାଇ ଲାଙ୍ଗୁଏଜ ନୀତି ଓ ହିନ୍ଦୀ ଥୋପାଯିବାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ତାମିଲନାଡୁକୁ ସମଗ୍ରଶିକ୍ଷା ମିସନ ନିମନ୍ତେ ପାଖାପାଖି ୨,୪୦୦ କୋଟି ଟଙ୍କା ସେ ପର୍ଯ୍ୟନ୍ତ ମିଳିବନି ଯେଉଁ ପର୍ଯ୍ୟନ୍ତ ଜାତୀୟ ଶିକ୍ଷା ନୀତିକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନ ଆପଣେଇଛନ୍ତି। ଟ୍ରାଇ ଲାଙ୍ଗୁଏଜ ପଲିସିକୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦୀର୍ଘ ସମୟରୁ ବିବାଦ ଚାଲିଛି। ନୂଆ ଶିକ୍ଷା ନୀତି ଅନୁସାରେ ସବୁ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ୩ଟି ଲାଙ୍ଗୁଏଜରେ ଶିକ୍ଷା ପ୍ରାପ୍ତ କରିବାକୁ ପଡିବ, ଯେଉଁଥିରେ ହିନ୍ଦୀ ଗୋଟିଏ ଭାଷା ରହିବ।
ତେବେ ତାମିଲନାଡୁ ସରକାର ସର୍ବଦା ଦୁଇଟି ଭାଷା ପାଇଁ ଓକିଲାତି କରିଆସୁଛନ୍ତି। ରାଜ୍ୟର ବିଦ୍ୟାଳୟ ମାନଙ୍କରେ ତାମିଲ ଓ ଇଂରାଜୀ ପଢା ଯାଉଛି। ଚେନ୍ନାଇର ଉଦୟନିଧି ଷ୍ଟାଲିନ କହିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ଆମକୁ ଖୋଲାଖୋଲି ଧମକ ଦେଇଛନ୍ତି। କହିଛନ୍ତି ତେବେ ଯାଇ ଫଣ୍ଡ ଜାରି କରାଯିବ ଯେବେ ତ୍ରିଭାଷୀ ନୀତିକୁ ଆମେ ଆପଣେଇବୁ। ତେବେ ଆମେ କେନ୍ଦ୍ରକୁ ଭିକ ମାଗୁ ନାହୁଁ ବୋଲି ଉଦୟନିଧି କହିଛନ୍ତି। ସେ କହିଛନ୍ତି ଯେ ଏହା ଦ୍ରାବିଡ ଓ ପେରିୟାରଙ୍କ ମାଟି, ଯେଉଁ ରାଜ୍ୟମାନେ ହିନ୍ଦୀକୁ ସ୍ୱୀକାର କରିଛନ୍ତି ସେହି ରାଜ୍ୟମାନଙ୍କର ମାତୃଭାଷା ହଜିବା ଅବସ୍ଥାକୁ ପହଞ୍ଚି ଯାଇଛି।
ଉଦୟନିଧି କହିଛନ୍ତି ଯେ ବିଦେଶ ଓ ଇସ୍ରୋରେ କାମ କରୁଥିବା ଏପରି ଅଗଣିତ ଲୋକ ଅଛନ୍ତି ଯେଉଁମାନେ ତାମିଲ ଭାଷାରେ ପାଠ ପଢିଛନ୍ତି ଓ ସେମାନଙ୍କୁ ହିନ୍ଦୀ ଆସେ ନାହିଁ। ଥଲମୁଥୁ, ନଟରାଜନ ଓ କିଝପାଲୁର ଚିନ୍ନାସ୍ୱାମୀଙ୍କ ଭଳି ଶହିଦ ମାନେ ରାଜନୀତି ନୁହେଁ ତାମିଲ ଲାଗି ନିଜ ପ୍ରାଣ ବଳି ଦେଇଛନ୍ତି। ତେବେ କେନ୍ଦ୍ର ସରକାରରେ ମନ୍ତ୍ରୀ ଏଲ.ମୁରୁଗାନ କହିଛନ୍ତି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କେନ୍ଦ୍ର ଅନୁଦାନ ନିମନ୍ତେ କୌଣସି ସର୍ତ୍ତ ରଖି ନାହାନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି।