‘ତାମିଲନାଡ଼ୁରେ ଲାଗୁ ହେବନି ସିଏଏ’, ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସିଏଏକୁ ନେଇ ବଡ଼ ଘୋଷଣା କରିଛନ୍ତି । ମଙ୍ଗଳବାର ସେ କହିଛନ୍ତି ଯେ ତାମିଲନାଡ଼ୁରେ ସିଏଏ ଲାଗୁ ହେବ ନାହିଁ । ଷ୍ଟାଲିନ କହିଛନ୍ତି, 'ଆମ ସରକାର ରାଜ୍ୟରେ ସିଏଏକୁ ଲାଗୁ କରିବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସିଏଏ ଲାଗୁ କରାଯିବା ପରେ ଷ୍ଟାଲିନ ସୋମବାର ବିଜେପିକୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୀତିକ ଲାଭ ହାସଲ କରିବା ପ୍ରୟାସରେ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ନିୟମକୁ ଅଧିସୂଚିତ କରୁଛନ୍ତି । ଏହା ଜରିଆରେ ସେ ବୁଡ଼ୁଥିବା ଜାହାଜକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ଷ୍ଟାଲିନ କହିଥିଲେ, ବିଜେପି ସରକାରର ବିଭାଜନକାରୀ ଏଜେଣ୍ଡା ନାଗରିକତା ଅଧିନିୟମକୁ ହତିଆରି କରିଛି । ଏହାକୁ ମାନବିକତାର ପ୍ରତୀକରୁ ଧର୍ମ ଏବଂ ବର୍ଣ୍ଣ ଆଧାରରେ ଭେଦଭାବର ଉପକରଣରେ ବଦଳାଇ ଦେଇଛି । ଅଲ୍ ଇଣ୍ଡିଆ ଅନ୍ନା ଦ୍ରାବିଡ଼ ମୁନେତ୍ର କଷଗମ (ଏଆଇଏଡିଏମକେ) ମଧ୍ୟ ସିଏଏକୁ ବିରୋଧ କରିଛି । ପାର୍ଟି ମହାସଚିବ ଏକେ ପଲାନିସ୍ୱାମୀ ସିଏଏ ଲାଗୁ କରିବାକୁ ନେଇ ସମାଲୋଚନା କରିଛନ୍ତି ଏବଂ କହିଛନ୍ତି କେନ୍ଦ୍ର ସରକାର ଏହାକୁ ଲାଗୁ କରି ଐତିହାସିକ ଭୁଲ କରିଛନ୍ତି । ରାଜନୀତିକ ଲାଭ ହାସଲ ପାଇଁ ବିଜେପି ଏପରି କରୁଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଏଆଇଏଡିଏମକେ ଏହାକୁ କଡ଼ା ନିନ୍ଦା କରୁଛି, ଯାହାର ଉଦ୍ଦେଶ୍ୟ ରାଜନୀତିକ ଲାଭ
ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସିଏଏକୁ ନେଇ ବଡ଼ ଘୋଷଣା କରିଛନ୍ତି । ମଙ୍ଗଳବାର ସେ କହିଛନ୍ତି ଯେ ତାମିଲନାଡ଼ୁରେ ସିଏଏ ଲାଗୁ ହେବ ନାହିଁ । ଷ୍ଟାଲିନ କହିଛନ୍ତି, 'ଆମ ସରକାର ରାଜ୍ୟରେ ସିଏଏକୁ ଲାଗୁ କରିବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସିଏଏ ଲାଗୁ କରାଯିବା ପରେ ଷ୍ଟାଲିନ ସୋମବାର ବିଜେପିକୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୀତିକ ଲାଭ ହାସଲ କରିବା ପ୍ରୟାସରେ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ନିୟମକୁ ଅଧିସୂଚିତ କରୁଛନ୍ତି । ଏହା ଜରିଆରେ ସେ ବୁଡ଼ୁଥିବା ଜାହାଜକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ଷ୍ଟାଲିନ କହିଥିଲେ, ବିଜେପି ସରକାରର ବିଭାଜନକାରୀ ଏଜେଣ୍ଡା ନାଗରିକତା ଅଧିନିୟମକୁ ହତିଆରି କରିଛି । ଏହାକୁ ମାନବିକତାର ପ୍ରତୀକରୁ ଧର୍ମ ଏବଂ ବର୍ଣ୍ଣ ଆଧାରରେ ଭେଦଭାବର ଉପକରଣରେ ବଦଳାଇ ଦେଇଛି ।
ଅଲ୍ ଇଣ୍ଡିଆ ଅନ୍ନା ଦ୍ରାବିଡ଼ ମୁନେତ୍ର କଷଗମ (ଏଆଇଏଡିଏମକେ) ମଧ୍ୟ ସିଏଏକୁ ବିରୋଧ କରିଛି । ପାର୍ଟି ମହାସଚିବ ଏକେ ପଲାନିସ୍ୱାମୀ ସିଏଏ ଲାଗୁ କରିବାକୁ ନେଇ ସମାଲୋଚନା କରିଛନ୍ତି ଏବଂ କହିଛନ୍ତି କେନ୍ଦ୍ର ସରକାର ଏହାକୁ ଲାଗୁ କରି ଐତିହାସିକ ଭୁଲ କରିଛନ୍ତି । ରାଜନୀତିକ ଲାଭ ହାସଲ ପାଇଁ ବିଜେପି ଏପରି କରୁଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଏଆଇଏଡିଏମକେ ଏହାକୁ କଡ଼ା ନିନ୍ଦା କରୁଛି, ଯାହାର ଉଦ୍ଦେଶ୍ୟ ରାଜନୀତିକ ଲାଭ ପାଇବା ପାଇଁ ଲୋକସଭା ନିର୍ବାଚନ ପୂର୍ବରୁ ଲୋକଙ୍କୁ ବିଭାଜିତ କରୁଛି ।
ପଢନ୍ତୁ: ଦେଶରେ ଲାଗୁ ହେଲା CAA, ୩ ଦେଶର ସଂଖ୍ୟାଲଘୁଙ୍କୁ ମିଳିବ ନାଗରିକତା
ସେହିପରି ଆସାମର ବିରୋଧୀ ଦଳଗୁଡ଼ିକ ସିଏଏ ଲାଗୁ କରିବା ନେଇ ବିଜେପିକୁ ସମାଲୋଚନା କରିଛନ୍ତି । ସାରା ରାଜ୍ୟରେ ଏହାକୁ ବିରୋଧ କରି ପ୍ରଦର୍ଶନ ଆରମ୍ଭ ହୋଇଛି । ୧୬ ଦଳ ବିଶିଷ୍ଟ ବିରୋଧୀ ମଞ୍ଚ (ୟୁଓଏଫଏ) ମଙ୍ଗଳବାର ରାଜ୍ୟବ୍ୟାପୀ ହରତାଳ ଘୋଷଣା କରିଛି । ଉଲ୍ଲେଖଯୋଗ୍ୟ ଯେ ନାଗରିକତା ସଂଶୋଧନ ଅଧିନିୟମ, ୨୦୧୯ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ୨୦୧୪ ଡିସେମ୍ୱର ୩୧ ପୂର୍ବରୁ ଭାରତ ଆସିଥିବା ସେଠାକାର ସଂଖ୍ୟାଲଘୁ ଯଥା-ହିନ୍ଦୁ, ଶିଖ୍, ଜୈନ, ବୌଦ୍ଧ, ପରାସୀ ଏବଂ ଇସାଇ ସମୁଦାୟର ଲୋକଙ୍କୁ ଭାରତର ନାଗରିକତା ପ୍ରଦାନ ପାଇଁ ଅନୁମତି ଦେଉଛି।