ତାମିଲନାଡୁ ରାଜ୍ୟ ସଙ୍ଗୀତ ଗାନ ବେଳେ ବିଭ୍ରାଟ: ରାଜ୍ୟପାଳଙ୍କୁ ଦୋଷଦେଲେ ଷ୍ଟାଲିନ୍‌

ଚେନ୍ନାଇ,୧୯ା୧୦:ଚେନ୍ନାଇସ୍ଥିତ ଦୂରଦର୍ଶନ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ବେଳେ କଣ୍ଠଶିଳ୍ପୀମାନେ ତାମିଲନାଡୁର ରାଜ୍ୟ ସଙ୍ଗୀତ ଗାନ ସମୟରେ ଏହାର କେତୋଟି ପଂକ୍ତି ଛାଡ଼ିଦେବାରୁ ବଡ଼ ବିବାଦ ମୁଣ୍ଡ ଟେକିଛି। ରାଜ୍ୟପାଳ ଆର୍‌. ଏନ୍‌. ରବିଙ୍କ ଅଧ୍ୟକ୍ଷତାରେ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ତାଙ୍କ ଇଙ୍ଗୀତରେ ଜାଣିଶୁଣି ଏପରି କରାଯାଇଥିବା ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମୁହାଁମୁହିଁ ହୋଇଛନ୍ତି। ଇତିମଧ୍ୟରେ ଷ୍ଟାଲିନ୍‌ ଅଣହିନ୍ଦୁଭାଷୀ ରାଜ୍ୟଗୁଡ଼ିକ ଉପରେ ହିନ୍ଦୀ ଭାଷାକୁ […] The post ତାମିଲନାଡୁ ରାଜ୍ୟ ସଙ୍ଗୀତ ଗାନ ବେଳେ ବିଭ୍ରାଟ: ରାଜ୍ୟପାଳଙ୍କୁ ଦୋଷଦେଲେ ଷ୍ଟାଲିନ୍‌ appeared first on Dharitri Odia News.

ତାମିଲନାଡୁ ରାଜ୍ୟ ସଙ୍ଗୀତ ଗାନ ବେଳେ ବିଭ୍ରାଟ: ରାଜ୍ୟପାଳଙ୍କୁ ଦୋଷଦେଲେ ଷ୍ଟାଲିନ୍‌

ଚେନ୍ନାଇ,୧୯ା୧୦:ଚେନ୍ନାଇସ୍ଥିତ ଦୂରଦର୍ଶନ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ବେଳେ କଣ୍ଠଶିଳ୍ପୀମାନେ ତାମିଲନାଡୁର ରାଜ୍ୟ ସଙ୍ଗୀତ ଗାନ ସମୟରେ ଏହାର କେତୋଟି ପଂକ୍ତି ଛାଡ଼ିଦେବାରୁ ବଡ଼ ବିବାଦ ମୁଣ୍ଡ ଟେକିଛି। ରାଜ୍ୟପାଳ ଆର୍‌. ଏନ୍‌. ରବିଙ୍କ ଅଧ୍ୟକ୍ଷତାରେ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ତାଙ୍କ ଇଙ୍ଗୀତରେ ଜାଣିଶୁଣି ଏପରି କରାଯାଇଥିବା ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମୁହାଁମୁହିଁ ହୋଇଛନ୍ତି। ଇତିମଧ୍ୟରେ ଷ୍ଟାଲିନ୍‌ ଅଣହିନ୍ଦୁଭାଷୀ ରାଜ୍ୟଗୁଡ଼ିକ ଉପରେ ହିନ୍ଦୀ ଭାଷାକୁ ଲଦି ନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ପତ୍ରରେ ଷ୍ଟାଲିନ୍‌ ଲେଖିଛନ୍ତି, ଅଣହିନ୍ଦୀ ରାଜ୍ୟରେ ହିନ୍ଦୀଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ନିଷ୍ପତ୍ତିର କେନ୍ଦ୍ର ସରକାର ପୁନର୍ବିଚାର କରିବା ଉଚିତ। ଅନ୍ୟଥା ଏଭଳି ପଦକ୍ଷେପ ଅଞ୍ଚଳ ଅଞ୍ଚଳ ମଧ୍ୟରେ ଭାଷାଗତ ପରିଚୟକୁ ନେଇ ଉତ୍ତେଜନା ସୃଷ୍ଟି କରିବ। ଭାରତ ଏକ ଭାଷାଗତ ବିବିଧତାପୂର୍ଣ୍ଣ ଦେଶ। ଯଦି କେନ୍ଦ୍ର ସରକାର ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି, ତେବେ ସ୍ଥାନୀୟ ଭାଷାକୁ ମଧ୍ୟ ସମାନ ପ୍ରାଥମିକତା ଦେବା ଆବଶ୍ୟକ। ଷ୍ଟାଲିନ୍‌ ଆହୁରି କହିଛନ୍ତି, କେନ୍ଦ୍ର ଯେଉଁ ରାଜ୍ୟରେ ଏପରି କାର୍ଯ୍ୟକ୍ରମର ଆୟୋଜନ କରୁଛି, ସେଠାକାର ଶାସ୍ତ୍ରୀୟ ଭାଷାକୁ ସମ୍ମାନ ଦେବା ଉଚିତ। ଏଭଳି କରାଗଲେ ସବୁ ସମ୍ପ୍ରଦାୟ ମଧ୍ୟରେ ସଦ୍‌ଭାବ ବୃଦ୍ଧି ପାଇବ ବୋଲି ଷ୍ଟାଲିନ୍‌ ଯୁକ୍ତି ବାଢ଼ିଛନ୍ତି। ସେହିପରି ଏଆଇଏଡିଏମ୍‌କେ ମୁଖ୍ୟ ଇ.କେ. ପାଲାନିସ୍ବାମୀ ମଧ୍ୟ ରାଜ୍ୟ ସଙ୍ଗୀତରୁ ପଂକ୍ତିକୁ ଛାଡ଼ିଦେବା ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସମାଲୋଚନା କରିଛନ୍ତି। କଂଗ୍ରେସ ରାଜ୍ୟପାଳଙ୍କ ଭୂମିକାକୁ ନିନ୍ଦା କରିଛି। ରାଜ୍ୟପାଳ ରବି ଷ୍ଟାଲିନ୍‌ଙ୍କ ପ୍ରତିକ୍ରିୟାର ଜବାବ ଦେବାକୁ ଯାଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ବର୍ଣ୍ଣଭେଦି ମନ୍ତବ୍ୟ ଦେଇଛନ୍ତି। ଏହା ଏକ ଶସ୍ତା ମନ୍ତବ୍ୟ ଯାହକି ମୁଖ୍ୟମନ୍ତ୍ରୀ ଭଳି ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ମର୍ଯ୍ୟାଦା ହାନି କରୁଛି। ଦୂରଦର୍ଶନ କେନ୍ଦ୍ର ଚେନ୍ନାଇ ପକ୍ଷରୁ ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ କ୍ଷମା ମଗାଯାଇଛି। ତାମିଲ କିମ୍ବା ରାଜ୍ୟ ସଙ୍ଗୀତ ‘ତାମିଝ ଥାଇ ଭଲ୍‌ଥୁ’କୁ ଅସମ୍ମାନ କରିବା କଣ୍ଠଶିଳ୍ପୀମାନଙ୍କ ଉଦ୍ଦେଶ୍ୟ ନ ଥିଲା ବୋଲି ସ୍ପଷ୍ଟୀକରଣ ଦିଆଯାଇଛି।

The post ତାମିଲନାଡୁ ରାଜ୍ୟ ସଙ୍ଗୀତ ଗାନ ବେଳେ ବିଭ୍ରାଟ: ରାଜ୍ୟପାଳଙ୍କୁ ଦୋଷଦେଲେ ଷ୍ଟାଲିନ୍‌ appeared first on Dharitri Odia News.