ତାମିଲ୍‌ର ଲୋକପ୍ରିୟ ଅଭିନେତ୍ରୀ ବିନ୍ଦୁ ଘୋଷଙ୍କ ଦେହାନ୍ତ, ୭୬ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ଵାସ

ମୁମ୍ଵାଇ ୧୮।୦୩; ଲୋକପ୍ରିୟ ଅଭିନେତ୍ରୀ ତଥା କମେଡିଆନ ବିନ୍ଦୁ ଘୋଷ। ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର। ତାମିଲ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଦୁନିଆକୁ ଅଲବିଦା କହିଛନ୍ତି। ବିନ୍ଦୁ ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ପୀଡିତ ଥିଲେ। ମାର୍ଚ୍ଚ ୧୬ ତାରିଖ ରବିବାର ଦିନ ଚେନ୍ନାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟତଃ ୭୬ବର୍ଷ ହୋଇଥିଲା।  March 16thSenior Actress #BindhuGhosh Passed Away pic.twitter.com/kK4WD86mdM— Actor Kayal Devaraj (@kayaldevaraj) March 16, 2025ବିନ୍ଦୁ ଘୋଷଙ୍କ ଦେହାନ୍ତ ଖବର ତାମିଲ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ବାତାବରଣ ଖେଳାଇ ଦେଇଛି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ତାରକାମାନେ ମଧ୍ୟ ସମବେଦନା ଜଣାଇବା ସହ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ବିଷୟରେ କହିବାକୁ ଗଲେ ଅଭିନେତ୍ରୀ ୧୯୮୨ ଚଳଚ୍ଚିତ୍ର କୋଝି କୁଭୁଥୁଙ୍କ ସହିତ ଅଭିନୟ ଆରମ୍ଭ କରିଥିଲେ।  ଅଭିନେତ୍ରୀ ତାଙ୍କ ପରିବାରଠାରୁ ଦୂରରେ ରହୁଥିଲେରିପୋର୍ଟ ଅନୁଯାୟୀ, ମୃତ୍ୟୁ ପୂର୍ବରୁ ବିନ୍ଦୁ ଘୋଷ କହିଥିଲେ ଯେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଛାଡି ଦେଇଛନ୍ତି। ଅଭିନେତ୍ରୀ କିଛି ସମୟ ହେବ ଏକାକୀ ରହୁଥିଲେ। ନିକଟରେ ଅଭିନେତ୍ରୀ ଶକିଲା ତାଙ୍କୁ ଭେଟିଥିଲେ ଏବଂ ତାଙ୍କ ଆର୍ଥିକ ସମସ୍ୟା

ତାମିଲ୍‌ର ଲୋକପ୍ରିୟ ଅଭିନେତ୍ରୀ ବିନ୍ଦୁ ଘୋଷଙ୍କ ଦେହାନ୍ତ, ୭୬ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ଵାସ

ମୁମ୍ଵାଇ ୧୮।୦୩; ଲୋକପ୍ରିୟ ଅଭିନେତ୍ରୀ ତଥା କମେଡିଆନ ବିନ୍ଦୁ ଘୋଷ। ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର। ତାମିଲ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଦୁନିଆକୁ ଅଲବିଦା କହିଛନ୍ତି। ବିନ୍ଦୁ ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ପୀଡିତ ଥିଲେ। ମାର୍ଚ୍ଚ ୧୬ ତାରିଖ ରବିବାର ଦିନ ଚେନ୍ନାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟତଃ ୭୬ବର୍ଷ ହୋଇଥିଲା।  

ବିନ୍ଦୁ ଘୋଷଙ୍କ ଦେହାନ୍ତ ଖବର ତାମିଲ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ବାତାବରଣ ଖେଳାଇ ଦେଇଛି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ତାରକାମାନେ ମଧ୍ୟ ସମବେଦନା ଜଣାଇବା ସହ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ବିଷୟରେ କହିବାକୁ ଗଲେ ଅଭିନେତ୍ରୀ ୧୯୮୨ ଚଳଚ୍ଚିତ୍ର କୋଝି କୁଭୁଥୁଙ୍କ ସହିତ ଅଭିନୟ ଆରମ୍ଭ କରିଥିଲେ।  

ଅଭିନେତ୍ରୀ ତାଙ୍କ ପରିବାରଠାରୁ ଦୂରରେ ରହୁଥିଲେ

ରିପୋର୍ଟ ଅନୁଯାୟୀ, ମୃତ୍ୟୁ ପୂର୍ବରୁ ବିନ୍ଦୁ ଘୋଷ କହିଥିଲେ ଯେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଛାଡି ଦେଇଛନ୍ତି। ଅଭିନେତ୍ରୀ କିଛି ସମୟ ହେବ ଏକାକୀ ରହୁଥିଲେ। ନିକଟରେ ଅଭିନେତ୍ରୀ ଶକିଲା ତାଙ୍କୁ ଭେଟିଥିଲେ ଏବଂ ତାଙ୍କ ଆର୍ଥିକ ସମସ୍ୟା ଦେଖି ସାହାଯ୍ୟର ହାତ ବଢାଇଥିଲେ। ସେ କହିଥିଲେ ଯେ ବିନ୍ଦୁ କଠିନ ସମୟ ଦେଇ ଗତି କରୁଛନ୍ତି। ଅଭିନେତ୍ରୀଙ୍କ ପୁଅ ମଧ୍ୟ ଆବଶ୍ୟକ ସମୟରେ ତାଙ୍କୁ ଛାଡି ଦେଇଛି । ରିପୋର୍ଟ ଅନୁଯାୟୀ ରବିବାର ଅପରାହ୍ନରେ ବିନ୍ଦୁଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଦେଇ ତାଙ୍କ ପୁଅ ଶିବାଜୀ କହିଛନ୍ତି, 'ଗତକାଲି ରାତି ପ୍ରାୟ ୨ ଟାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ହୃଦଘାତ ଜନିତ ସମସ୍ୟା ଥିଲା ଏବଂ କିଡନୀ ଫେଲ ହେତୁ ତାଙ୍କର ମୃତ୍ୟୁ ହୋଇଥିଲା। ସୋମବାର ଅଭିନେତ୍ରୀଙ୍କ ଶେଷ ରୀତିନୀତି କରାଯାଇଥିଲା।