ତାରାଙ୍କ ପ୍ରଶ୍ନ: ଅଚ୍ୟୁତ ସାମନ୍ତଙ୍କ ଉପରେ ଏଯାଏ କାହିଁକି ନିଆଯାଇନି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୧।୨: କିଟ୍‌ ପ୍ରସଙ୍ଗରେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ତାରା କହିଛନ୍ତି, ନ୍ୟାୟିକ ତଦନ୍ତ ସହ ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ। କାହିଁକି ଏପର୍ଯ୍ୟନ୍ତ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି। ସିସିଟିଭି ଫୁଟେଜ ଯାଞ୍ଚ ହେଉ। କେତେ ଜଣ IAS, IPSଙ୍କ ପରିବାର ଲୋକେ କିଟ୍‌ରେ ଚାକିରି କରିଛନ୍ତି ଜଣାପଡ଼ିବ। କେବଳ ନେପାଳି ପିଲାମାନଙ୍କ ପାଇଁ ସାଇନ ଡାଏ କାହିଁକି ହେଲା। ଅଶାଳୀନ ବ୍ୟବହାର କରିଥିବା ମହିଳାଙ୍କୁ କାହିଁକି ଗିରଫ […] The post ତାରାଙ୍କ ପ୍ରଶ୍ନ: ଅଚ୍ୟୁତ ସାମନ୍ତଙ୍କ ଉପରେ ଏଯାଏ କାହିଁକି ନିଆଯାଇନି କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.

ତାରାଙ୍କ ପ୍ରଶ୍ନ: ଅଚ୍ୟୁତ ସାମନ୍ତଙ୍କ ଉପରେ ଏଯାଏ କାହିଁକି ନିଆଯାଇନି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୧।୨: କିଟ୍‌ ପ୍ରସଙ୍ଗରେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ତାରା କହିଛନ୍ତି, ନ୍ୟାୟିକ ତଦନ୍ତ ସହ ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ। କାହିଁକି ଏପର୍ଯ୍ୟନ୍ତ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି। ସିସିଟିଭି ଫୁଟେଜ ଯାଞ୍ଚ ହେଉ। କେତେ ଜଣ IAS, IPSଙ୍କ ପରିବାର ଲୋକେ କିଟ୍‌ରେ ଚାକିରି କରିଛନ୍ତି ଜଣାପଡ଼ିବ। କେବଳ ନେପାଳି ପିଲାମାନଙ୍କ ପାଇଁ ସାଇନ ଡାଏ କାହିଁକି ହେଲା। ଅଶାଳୀନ ବ୍ୟବହାର କରିଥିବା ମହିଳାଙ୍କୁ କାହିଁକି ଗିରଫ କରାଯାଇନି ବୋଲି ତାରା ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ, ବାବୁ ସିଂଙ୍କ କିଟ୍‌ କେଳେଙ୍କାରୀ ଅଭିଯୋଗରେ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କରି କହିଛନ୍ତି, ୧୯୯୧ରେ ମହର୍ଷିରେ ପଢ଼ାଇବା ବେଳେ ୮୦୦ ଟଙ୍କା ଦରମା ପାଉଥିଲେ। ୩୨ ବର୍ଷ ପରେ ୧୫ ହଜାର କୋଟିର ମାଲିକ । ବିଜୁ ପଟ୍ଟନାୟକ ସରକାରରେ ଲୋନ ନେଇ AICTE ଦ୍ବାରା ଲଙ୍କା ସାମ୍ରାଜ୍ୟ କଲେ। ଶିକ୍ଷା ନାଁରେ କଳା କାରନାମା କରି ସମାଜକୁ କଳୁଷିତ କରିଛନ୍ତି । ଆଦିବାସୀ ଜମି ହଡ଼ପ, ଜଙ୍ଗଲ ଜମିରେ ଅଟ୍ଟାଳିକା କରିଛନ୍ତି।

The post ତାରାଙ୍କ ପ୍ରଶ୍ନ: ଅଚ୍ୟୁତ ସାମନ୍ତଙ୍କ ଉପରେ ଏଯାଏ କାହିଁକି ନିଆଯାଇନି କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.