ତାରାଙ୍କୁ ଆକ୍ରମଣ ପ୍ରସଙ୍ଗ : ସଂସଦରେ ଉଠାଇଲେ ସପ୍ତଗିରି ଉଲ୍ଲାକା

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ବି ଉଠିଲା ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଶାସକ ବିଜେପି ସଦସ୍ୟଙ୍କ ଆକ୍ରମଣ... The post ତାରାଙ୍କୁ ଆକ୍ରମଣ ପ୍ରସଙ୍ଗ : ସଂସଦରେ ଉଠାଇଲେ ସପ୍ତଗିରି ଉଲ୍ଲାକା appeared first on .

ତାରାଙ୍କୁ ଆକ୍ରମଣ ପ୍ରସଙ୍ଗ : ସଂସଦରେ ଉଠାଇଲେ ସପ୍ତଗିରି ଉଲ୍ଲାକା

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ବି ଉଠିଲା ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଶାସକ ବିଜେପି ସଦସ୍ୟଙ୍କ ଆକ୍ରମଣ ପ୍ରସଙ୍ଗ। ବିଜେପିର ୮ ମାସର ଶାସନ ସମୟରେ ରାଜ୍ୟରେ ୫୪ ଗଣଦୁଷ୍କର୍ମ ହେବା ସହ ୧୬୦୦ ମହିଳାଙ୍କ ବିରୋଧରେ ଅତ୍ୟାଚାର ହୋଇଛି। ସେହିପରି ୩୬ ହଜାର ୪୨୦ ମହିଳା ଓ ୮ ହଜାର ୪୦୩ ଶିଶୁ ନିଖୋଜ ଅଛନ୍ତି। ଯେତେବେଳେ ଏ ପ୍ରସଙ୍ଗ ବିଧାନସଭାରେ ଦଳୀୟ ବିଧାୟକ ଉଠାଉଛନ୍ତି ସେମାନଙ୍କୁ ମାରପିଟ କରାଯିବା ସହ ସସପେଣ୍ଡ କରାଯାଉଛି ବୋଲି ଲୋକସଭାରେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା। କଂଗ୍ରେସ ଏହାକୁ ଡରିବନି କି ନଇଁବ ନାହିଁ। ଏଭଳି ଅନ୍ୟାୟ ବିରୋଧରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା। ଓଡ଼ିଶାରେ ମହିଳା ବିରୋଧୀ ହିଂସା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସପ୍ତଗିରି। ଏହାସହ ମହିଳା ବିରୋଧୀ ହିଂସା ବନ୍ଦ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି ସପ୍ତଗିରି ।

 

The post ତାରାଙ୍କୁ ଆକ୍ରମଣ ପ୍ରସଙ୍ଗ : ସଂସଦରେ ଉଠାଇଲେ ସପ୍ତଗିରି ଉଲ୍ଲାକା appeared first on .