ତାରିଣୀ ପୀଠରେ ମହାଷ୍ଟମୀ ପୂଜା, ସୁନାବେଶରେ ଦର୍ଶନ ଦେଉଛନ୍ତି ମା
ଘଟଗାଁ ୧୧/୧୦: ରାଜ୍ୟର ପ୍ରତି ଶକ୍ତି ପୀଠ ଗୁଡିକରେ ମହା ନବମୀ ପାଳନ କରାଯାଉଥିବା ବେଳେ ପ୍ରସିଦ୍ଧ ଶକ୍ତି ପୀଠ ଘଟଗାଁ ମା ତାରିଣୀ ପୀଠରେ ଆଜି ମହାଷ୍ଟମି ପୂଜା ପାଳନ ହେଉଛି । ଆଜି ବ୍ରହ୍ମ ମୂହୁର୍ତ୍ତରୁ ମାଙ୍କ ସେବାୟତ ମାନେ ମାଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ଼ ସିଂହାର ବେଶ, ଶୋଡ଼ଶ ଉପଚାର ପୂଜା ସମେତ ଯଥା ରିତିକାନ୍ତିରେ ମାଙ୍କ ପୂଜାର୍ଚ୍ଚନା ସମାପନ କରି ମାଙ୍କୁ ସୁନାବେଶରେ ସୁସଜ୍ଜିତ କରିଥିଲେ । ପରେ ସାଧାରଣ ଦର୍ଶନ ପାଇଁ ମା ମନ୍ଦିର ପହଡ଼ ଖୋଲିଥିଲେ । ମାଆଙ୍କର ନବଦୁର୍ଗା ଅବସରରେ ଆଜି ଅଷ୍ଟମୀ ଅବସରରେ ସିଦ୍ଧିଦାତ୍ରୀ ରୂପ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା । ଏହି ଅବସରରେ ଆଜି ସକାଳୁ ସକାଳୁ ଘଟଗାଁରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଏଥିସହିତ ଏହି ମହାଷ୍ଟମୀ ଅବସରରେ ମହିଳା ମାନେ ଆଜି ଉପବାସ ରହି ମାଆଙ୍କ ବ୍ରତ ପାଳନ କରୁଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ କରି ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
ଘଟଗାଁ ୧୧/୧୦: ରାଜ୍ୟର ପ୍ରତି ଶକ୍ତି ପୀଠ ଗୁଡିକରେ ମହା ନବମୀ ପାଳନ କରାଯାଉଥିବା ବେଳେ ପ୍ରସିଦ୍ଧ ଶକ୍ତି ପୀଠ ଘଟଗାଁ ମା ତାରିଣୀ ପୀଠରେ ଆଜି ମହାଷ୍ଟମି ପୂଜା ପାଳନ ହେଉଛି ।
ଆଜି ବ୍ରହ୍ମ ମୂହୁର୍ତ୍ତରୁ ମାଙ୍କ ସେବାୟତ ମାନେ ମାଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ଼ ସିଂହାର ବେଶ, ଶୋଡ଼ଶ ଉପଚାର ପୂଜା ସମେତ ଯଥା ରିତିକାନ୍ତିରେ ମାଙ୍କ ପୂଜାର୍ଚ୍ଚନା ସମାପନ କରି ମାଙ୍କୁ ସୁନାବେଶରେ ସୁସଜ୍ଜିତ କରିଥିଲେ । ପରେ ସାଧାରଣ ଦର୍ଶନ ପାଇଁ ମା ମନ୍ଦିର ପହଡ଼ ଖୋଲିଥିଲେ । ମାଆଙ୍କର ନବଦୁର୍ଗା ଅବସରରେ ଆଜି ଅଷ୍ଟମୀ ଅବସରରେ ସିଦ୍ଧିଦାତ୍ରୀ ରୂପ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ।
ଏହି ଅବସରରେ ଆଜି ସକାଳୁ ସକାଳୁ ଘଟଗାଁରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଏଥିସହିତ ଏହି ମହାଷ୍ଟମୀ ଅବସରରେ ମହିଳା ମାନେ ଆଜି ଉପବାସ ରହି ମାଆଙ୍କ ବ୍ରତ ପାଳନ କରୁଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ କରି ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।