ତାଲିବାନ ଶାସନର ଅଜବ ନୀତି :ଝିଅ ପଢି ପାରିବେନି ମେଡିକାଲ ପାଠ

କନକବ୍ୟୁରୋ : ପୁଣି ଥରେ ଏକ ବିଚିତ୍ର ନିୟମ ଆଣିବାକୁ ଯାଉଛି ତାଲିବାନ । ତାଲିବାନ କେତେକ ପ୍ରଦେଶରେ ମହିଳାମାନଙ୍କୁ ପୁରୁଷ ଡାକ୍ତରଙ୍କ  ଦ୍ୱାରା ଚିକିତ୍ସା କରିବା ଉପରେ ପ୍ରତିବନ୍ଧକ ଲଗାଇଛି ଏବଂ ବଡ କଥା ହେଉଛି  ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପାଠ ପଡା ଓ ନିଯୁକ୍ତି ଉପରେ ମଧ୍ୟ ରୋକ ଲାଗିବ, ଅର୍ଥାତ ଝିଅ ମାନେ ଏବେଠାରୁ ଡାକ୍ତରୀ ପାଠ ପଡିପାରିବେନି । ତେବେ ଏହି ନିୟମ ପରେ ମହିଳାମାନେ ଯନ୍ତ୍ରଣା, ଅସୁସ୍ଥତା ଏବଂ ମୃତ୍ୟୁର ସମ୍ମୁଖୀନ ହେବେ, କାରଣ ସେମାନେ ସ୍ୱାସ୍ଥ୍ୟସେବା ବିନା ରହିବାକୁ ବାଧ୍ୟ ହେବେ ।  କାରଣ ସେମାନଙ୍କ ଚିକିତ୍ସା ପାଇଁ କୌଣସି ମହିଳା ସ୍ୱାସ୍ଥ୍ୟକର୍ମୀ ରହିବେ ନାହିଁ । ତାଲିବାନର ସର୍ବୋଚ୍ଚ ନେତା ହାଇବତୁଲ୍ଲା ଆଖୁନ୍ଦଜାଦା  ତାଲିବାନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବୈଠକରେ ଏହି ଘୋଷଣା କରିଛନ୍ତି ।  ମନ୍ତ୍ରଣାଳୟ ଘରୋଇ ମେଡିକାଲ ପ୍ରଶିକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକମାନଙ୍କୁ ଡକାଇ ନୂତନ ଆଦେଶ ବିଷୟରେ ଅବଗତ କରାଇଛି  । ସେପ୍ଟେମ୍ବର ୨୦୨୧ରେ ତାଲିବାନ ଷଷ୍ଠ ଶ୍ରେଣୀରୁ ଅଧିକ ଝିଅ ମାନଙ୍କୁ ମାଧ୍ୟମିକ ବିଦ୍ୟାଳୟକୁ ଯିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। ଡିସେମ୍ବର ୨୦୨୨ରେ ଝିଅ ଓ ମହିଳାଙ୍କୁ ଉଚ୍ଚଶିକ୍ଷା ଗ୍ରହଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ  ।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦୁଇ ଜଣ ଅଧିକାରୀ ଏହି ନିଷେଧାଦେଶ କୁ ଅନୌପଚାରିକ ଭାବେ ନିଶ୍ଚିତ କରିଛନ୍ତି । ଏମିତିକି କିଛି ଅନୁଷ୍ଠାନର ଶିକ୍ଷା

ତାଲିବାନ ଶାସନର ଅଜବ ନୀତି :ଝିଅ ପଢି ପାରିବେନି ମେଡିକାଲ ପାଠ

କନକବ୍ୟୁରୋ : ପୁଣି ଥରେ ଏକ ବିଚିତ୍ର ନିୟମ ଆଣିବାକୁ ଯାଉଛି ତାଲିବାନ । ତାଲିବାନ କେତେକ ପ୍ରଦେଶରେ ମହିଳାମାନଙ୍କୁ ପୁରୁଷ ଡାକ୍ତରଙ୍କ  ଦ୍ୱାରା ଚିକିତ୍ସା କରିବା ଉପରେ ପ୍ରତିବନ୍ଧକ ଲଗାଇଛି ଏବଂ ବଡ କଥା ହେଉଛି  ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପାଠ ପଡା ଓ ନିଯୁକ୍ତି ଉପରେ ମଧ୍ୟ ରୋକ ଲାଗିବ, ଅର୍ଥାତ ଝିଅ ମାନେ ଏବେଠାରୁ ଡାକ୍ତରୀ ପାଠ ପଡିପାରିବେନି ।

ତେବେ ଏହି ନିୟମ ପରେ ମହିଳାମାନେ ଯନ୍ତ୍ରଣା, ଅସୁସ୍ଥତା ଏବଂ ମୃତ୍ୟୁର ସମ୍ମୁଖୀନ ହେବେ, କାରଣ ସେମାନେ ସ୍ୱାସ୍ଥ୍ୟସେବା ବିନା ରହିବାକୁ ବାଧ୍ୟ ହେବେ ।  କାରଣ ସେମାନଙ୍କ ଚିକିତ୍ସା ପାଇଁ କୌଣସି ମହିଳା ସ୍ୱାସ୍ଥ୍ୟକର୍ମୀ ରହିବେ ନାହିଁ । ତାଲିବାନର ସର୍ବୋଚ୍ଚ ନେତା ହାଇବତୁଲ୍ଲା ଆଖୁନ୍ଦଜାଦା  ତାଲିବାନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବୈଠକରେ ଏହି ଘୋଷଣା କରିଛନ୍ତି ।  ମନ୍ତ୍ରଣାଳୟ ଘରୋଇ ମେଡିକାଲ ପ୍ରଶିକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକମାନଙ୍କୁ ଡକାଇ ନୂତନ ଆଦେଶ ବିଷୟରେ ଅବଗତ କରାଇଛି  ।

ସେପ୍ଟେମ୍ବର ୨୦୨୧ରେ ତାଲିବାନ ଷଷ୍ଠ ଶ୍ରେଣୀରୁ ଅଧିକ ଝିଅ ମାନଙ୍କୁ ମାଧ୍ୟମିକ ବିଦ୍ୟାଳୟକୁ ଯିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। ଡିସେମ୍ବର ୨୦୨୨ରେ ଝିଅ ଓ ମହିଳାଙ୍କୁ ଉଚ୍ଚଶିକ୍ଷା ଗ୍ରହଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ  ।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦୁଇ ଜଣ ଅଧିକାରୀ ଏହି ନିଷେଧାଦେଶ କୁ ଅନୌପଚାରିକ ଭାବେ ନିଶ୍ଚିତ କରିଛନ୍ତି । ଏମିତିକି କିଛି ଅନୁଷ୍ଠାନର ଶିକ୍ଷାର୍ଥୀମାନେ ଏହି ଖବର ଶୁଣି କାନ୍ଦୁଥିବାର ଦେଖିବାକୁ ମିଳିଛି  ।   ସ୍ୱାସ୍ଥ୍ୟ ଅଧିକାରୀମାନେ କାବୁଲରେ ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କ ସହ ବୈଠକ କରି ନିର୍ଦ୍ଦେଶ ଦେଇଛନ୍ତି  ।

କୌଣସି ଆନୁଷ୍ଠାନିକ ଚିଠି ନଥିଲେ ମଧ୍ୟ ଅନୁଷ୍ଠାନର ନିର୍ଦ୍ଦେଶକମାନଙ୍କୁ ଏକ ବୈଠକରେ ଅବଗତ କରାଯାଇଥିଲା ଯେ ମହିଳା ଓ ଝିଅମାନେ ସେମାନଙ୍କ ଅନୁଷ୍ଠାନରେ ଆଉ ପଢ଼ିପାରିବେ ନାହିଁ  ।   ସେମାନଙ୍କୁ କୌଣସି ବିବରଣୀ କିମ୍ବା ଯଥାର୍ଥତା ଦିଆଯାଇନଥିଲା ଏବଂ କେବଳ ସର୍ବୋଚ୍ଚ ନେତାଙ୍କ ଆଦେଶ ବିଷୟରେ କୁହାଯାଇଥିଲା ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା   ।  ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି ନିୟମକୁ ନେଇ ଦ୍ୱନ୍ଦ୍ୱ ମଧ୍ୟରେ ସେମାନଙ୍କ କେନ୍ଦ୍ରୀୟ ନେତୃତ୍ୱ ଏକ ପୃଥକ ବୈଠକରେ ଯୋଗ ଦେଇଥିଲେ  ।