ତାଳ ନେଲା ଛୁଆହାତୀର ଜୀବନ, ଜାଣନ୍ତୁ କିପରି..
ଭୁବନେଶ୍ବର,୨।୯: ବଲାଙ୍ଗୀର ଜିଲା ଦେଓଗାଁରୁ ଏକ ଅସୁସ୍ଥ ଛୁଆ ହାତୀକୁ ଭୁବନେଶ୍ୱରସ୍ଥିତ ଚନ୍ଦକା ହାତୀ ଅଭୟାରଣ୍ୟକୁ ଆଣାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ହାତୀଛୁଆର ମୃତ୍ୟୁ ଘଟିଥିଲା। ସୋମବାର ହାତୀ ଛୁଆର ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରେ ହାତୀ ଛୁଆ ମୃତ୍ୟୁର କାରଣ ସ୍ପଷ୍ଟ କରାଯାଇଛି। ତାଳ ଖାଇ ଛୁଆହାତୀର ମୃତ୍ୟୁ ଘଟିଥିବା ଏଥିରେ ଉଲ୍ଲେଖ ରହିଛି। ଏ ନେଇ ଓୟୁଏଟି ସଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ମୁଖ୍ୟ ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ମୁତାବକ, […] The post ତାଳ ନେଲା ଛୁଆହାତୀର ଜୀବନ, ଜାଣନ୍ତୁ କିପରି.. appeared first on Dharitri Odia News.
ଭୁବନେଶ୍ବର,୨।୯: ବଲାଙ୍ଗୀର ଜିଲା ଦେଓଗାଁରୁ ଏକ ଅସୁସ୍ଥ ଛୁଆ ହାତୀକୁ ଭୁବନେଶ୍ୱରସ୍ଥିତ ଚନ୍ଦକା ହାତୀ ଅଭୟାରଣ୍ୟକୁ ଆଣାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ହାତୀଛୁଆର ମୃତ୍ୟୁ ଘଟିଥିଲା। ସୋମବାର ହାତୀ ଛୁଆର ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରେ ହାତୀ ଛୁଆ ମୃତ୍ୟୁର କାରଣ ସ୍ପଷ୍ଟ କରାଯାଇଛି। ତାଳ ଖାଇ ଛୁଆହାତୀର ମୃତ୍ୟୁ ଘଟିଥିବା ଏଥିରେ ଉଲ୍ଲେଖ ରହିଛି। ଏ ନେଇ ଓୟୁଏଟି ସଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ମୁଖ୍ୟ ସୂଚନା ଦେଇଛନ୍ତି।
ବ୍ୟବଚ୍ଛେଦ ରିପୋର୍ଟ ମୁତାବକ, ତାଳ ଖାଇବା ପରେ ହାତୀଛୁଆର ତଣ୍ଟିରେ ଏହା ଲାଖି ରହିଥିଲା। ତଣ୍ଟିରେ ତାଳ ଲାଖି ରହିବାରୁ ହାତୀଛୁଆ ଖାଇପିଇ ପାରୁ ନ ଥିଲା। ଦୁଇ ଦିନ ତଳେ ତାଳକୁ ପାକସ୍ଥଳୀକୁ ଖସାଇ ଦିଆଯାଇଥିଲା। ହେଲେ ସେତେବେଳକୁ ହାତୀଛୁଆଟି ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ଯାଇଥିଲା। ହେଲେ ଚିକତ୍ସିତ ଅବସ୍ଥାରେ ହାତୀଛୁଆର ମୃତ୍ୟୁ ଘଟିଥିଲା।
The post ତାଳ ନେଲା ଛୁଆହାତୀର ଜୀବନ, ଜାଣନ୍ତୁ କିପରି.. appeared first on Dharitri Odia News.