ତାଳଚେରରେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
ତାଳଚେର: ବହୁ ଚର୍ଚ୍ଚିତ ତାଳଚେରରେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଟୋ ଚାଳକ ଗିରଫ । ପ୍ରାୟ ୨୦ଦିନ ପରେ ମୁଖ୍ୟ ଅଭିଯୁକ୍ତ ଅଟୋ ଚାଳକ ବିଶୁ ଗୋଛାୟତକୁ ଗିରଫ କରିଛି ପୋଲିସ । ଗିରଫ ପରେ ସିନ୍ ରିକ୍ରିଏସନ କରିଛି ଅଭିଯୁକ୍ତ । ଅପରାଧ ଘଟାଇଥିବା ସମସ୍ତ ସ୍ଥାନରେ ସିନ୍ ରିକ୍ରିଏସନ୍ କରାଯାଇଛି । ଅଟୋରେ ନେଇ ନିଶାଗ୍ରସ୍ତ ଅବସ୍ଥାରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଯୁବତୀଙ୍କ ଚୁନରୀରେ ହିଁ ତଣ୍ଟି ଚିପି […] The post ତାଳଚେରରେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ appeared first on KNews Odisha.

ତାଳଚେର: ବହୁ ଚର୍ଚ୍ଚିତ ତାଳଚେରରେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଟୋ ଚାଳକ ଗିରଫ । ପ୍ରାୟ ୨୦ଦିନ ପରେ ମୁଖ୍ୟ ଅଭିଯୁକ୍ତ ଅଟୋ ଚାଳକ ବିଶୁ ଗୋଛାୟତକୁ ଗିରଫ କରିଛି ପୋଲିସ । ଗିରଫ ପରେ ସିନ୍ ରିକ୍ରିଏସନ କରିଛି ଅଭିଯୁକ୍ତ । ଅପରାଧ ଘଟାଇଥିବା ସମସ୍ତ ସ୍ଥାନରେ ସିନ୍ ରିକ୍ରିଏସନ୍ କରାଯାଇଛି । ଅଟୋରେ ନେଇ ନିଶାଗ୍ରସ୍ତ ଅବସ୍ଥାରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଯୁବତୀଙ୍କ ଚୁନରୀରେ ହିଁ ତଣ୍ଟି ଚିପି ହତ୍ୟା କରିଥିଲା । ସମସ୍ତ କାଣ୍ଡ ପୋଲିସ ଆଗରେ ବଖାଣୁଛି ଅଭିଯୁକ୍ତ । ସିନ୍ ରିକ୍ରିଏସନ ସମୟରେ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ିକୁ ଘେରି ଯାଇଥିଲେ । ଅଭିଯୁକ୍ତ ଦୁଷ୍କର୍ମ ଓ ହତ୍ୟା ପରେ ମହାରାଷ୍ଟ୍ର ପଳାଇ ସେଠାରେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲା । ପୂର୍ବରୁ ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା ।
ସେମାନେ ମୁଖ୍ୟ ଅଭିଯୁକ୍ତକୁ ଫେରାର ହେବାର ସହଯୋଗ କରିଥିଲେ । ବିଶୁକୁ ଧରିବାକୁ ଅପରେସନ କୋକେନ କରିଥିଲା ପୋଲିସ । ୩ଟି ଟିମ ଜରିଆରେ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିବା କହିଛନ୍ତି ଅନୁଗୁଳ ଏସପି ରାହୁଲ ଜୈନ। ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଚେଷ୍ଟା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ ପି ସୂଚନା ଦେଇଛନ୍ତି ।.
ଆହୁରି ପଢନ୍ତୁ : ଗୁପ୍ ଚୁପ୍ ବିକାଳିଙ୍କୁ ମରଣାନ୍ତକ ଆକ୍ରମଣ, କାରଣ ଅସ୍ପଷ୍ଟ
The post ତାଳଚେରରେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ appeared first on KNews Odisha.