ତିନି ଦିନ ଧରି ସମୁଦ୍ର ମଝିରେ ଫସିଥିଲେ, ସୁରକ୍ଷିତ ଉଦ୍ଧାର ହେଲେ ୧୨ ମତ୍ସ୍ୟଜୀବୀ

କୋଣାର୍କ: ସୁରକ୍ଷିତ ଉଦ୍ଧାର ହେଲେ ୧୨ ମତ୍ସ୍ୟଜୀବୀ । ଅସ୍ତରଙ୍ଗ ଜେଟିରେ ସୁରକ୍ଷିତ ଭାବେ ପହଞ୍ଚିଲେ ମତ୍ସ୍ୟଜୀବୀ। ବୋଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅସ୍ତରଙ୍ଗ ସମୁଦ୍ରରେ ୩ ଦିନ ଫସି ରହିଥିଲେ ୧୨ ମତ୍ସ୍ୟଜୀବୀ। ସୂଚନାଥାଉକି, ରବିବାର ସମୁଦ୍ରକୁ ମାଛ ମାରିବାକୁ ଯାଇ ୨ ବୋଟ ସମୁଦ୍ରରେ ଫସିଯାଇଥିଲା। ଏହି ୨ ବୋଟ ରବିବାର ନୂଆଗଡ଼ ଜେଠି ନିକଟରୁ ମାଛ ଧରିବାକୁ ଯାଇଥିଲେ । କିନ୍ତୁ ଦେବୀ ମୁହାଣ ନିକଟରୁ ୩ କିଲୋମିଟର ଦୂରରେ ମାଛ ଧରୁଥିବା ବେଳେ ବୋଟ ଦୁଇଟିଯାକ ବୋଟର ଇଞ୍ଜିନ ଖରାପ ହୋଇଯାଇଥିଲା। ଫଳରେ ମୁହାଣ ମଧ୍ୟରେ ଫସିଯାଇଥିଲା। 

ତିନି ଦିନ ଧରି ସମୁଦ୍ର ମଝିରେ ଫସିଥିଲେ, ସୁରକ୍ଷିତ ଉଦ୍ଧାର ହେଲେ ୧୨ ମତ୍ସ୍ୟଜୀବୀ

କୋଣାର୍କ: ସୁରକ୍ଷିତ ଉଦ୍ଧାର ହେଲେ ୧୨ ମତ୍ସ୍ୟଜୀବୀ । ଅସ୍ତରଙ୍ଗ ଜେଟିରେ ସୁରକ୍ଷିତ ଭାବେ ପହଞ୍ଚିଲେ ମତ୍ସ୍ୟଜୀବୀ। ବୋଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅସ୍ତରଙ୍ଗ ସମୁଦ୍ରରେ ୩ ଦିନ ଫସି ରହିଥିଲେ ୧୨ ମତ୍ସ୍ୟଜୀବୀ। 

ସୂଚନାଥାଉକି, ରବିବାର ସମୁଦ୍ରକୁ ମାଛ ମାରିବାକୁ ଯାଇ ୨ ବୋଟ ସମୁଦ୍ରରେ ଫସିଯାଇଥିଲା। ଏହି ୨ ବୋଟ ରବିବାର ନୂଆଗଡ଼ ଜେଠି ନିକଟରୁ ମାଛ ଧରିବାକୁ ଯାଇଥିଲେ । କିନ୍ତୁ ଦେବୀ ମୁହାଣ ନିକଟରୁ ୩ କିଲୋମିଟର ଦୂରରେ ମାଛ ଧରୁଥିବା ବେଳେ ବୋଟ ଦୁଇଟିଯାକ ବୋଟର ଇଞ୍ଜିନ ଖରାପ ହୋଇଯାଇଥିଲା। ଫଳରେ ମୁହାଣ ମଧ୍ୟରେ ଫସିଯାଇଥିଲା।