ତିନି ଦିନ ପରେ ଓଡ଼ିଶାରେ ମିଳିବନି ଆଳୁ !

ନନ୍ଦିଘୋଷ ବ୍ୟୁରୋ: ବିଗୁଡୁଛି ରାଜ୍ୟର ଆଳୁ ଯୋଗାଣ ସ୍ଥିତି। ଆଳୁ ସ୍ଥିତି ସ୍ୱାଭାବିକ ବୋଲି ସରକାର କହୁଥିଲେ ବି ରାଜ୍ୟରୁ... The post ତିନି ଦିନ ପରେ ଓଡ଼ିଶାରେ ମିଳିବନି ଆଳୁ ! appeared first on .

ତିନି ଦିନ ପରେ ଓଡ଼ିଶାରେ ମିଳିବନି ଆଳୁ !

ନନ୍ଦିଘୋଷ ବ୍ୟୁରୋ: ବିଗୁଡୁଛି ରାଜ୍ୟର ଆଳୁ ଯୋଗାଣ ସ୍ଥିତି। ଆଳୁ ସ୍ଥିତି ସ୍ୱାଭାବିକ ବୋଲି ସରକାର କହୁଥିଲେ ବି ରାଜ୍ୟରୁ ଉଭାନ ହେବାକୁ ବସିଲାଣି ଆଳୁ। ମାତ୍ର ତିନି ଦିନରେ ସରିଯିବ ଆଳୁ। ଦୋକାନ ବଜାର କେଉଁଠି ମିଳିବନି। ବ୍ୟବସାୟୀ ବି ଆଳୁ ମଗାଇବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ସାରିଲେଣି। ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲେଣି ବିରୋଧୀ। ଆଗକୁ ସ୍ଥିତି ଜଟିଳ ହେବା ପୂର୍ବରୁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

ଆଳୁ ଦେଉନି ପଶ୍ଚିମବଙ୍ଗ। ଉତ୍ତରପ୍ରଦେଶରୁ ଆଳୁ ମଗାଇବା ବନ୍ଦ। ରାଜ୍ୟର ବିଭିନ୍ନ ଶୀତଳଭଣ୍ଡାରରେ ଯେତିକି ମହଜୁଦ ଅଛି, ତାହା ଆଉ ୩ ଦିନ ଯିବ। ୩ ଦିନ ପରେ ଓଡ଼ିଶାରେ ମିଳିବନି ଆଳୁ। ବ୍ୟବସାୟୀ ବି ଆଳୁ ମଗାଇବେ ନାହିଁ। ପଶ୍ଚିମବଙ୍ଗ ଆଳୁ ଗାଡି ନ ଛାଡିବା ପରେ ୟୁପିରୁ ଆଳୁ ଆସୁଥିଲା। ଏ ଯାଏ ୧୪୦ ରୁ ୧୫୦ ଟ୍ରକ ଆଳୁ ଆସିଥିଲା। କିନ୍ତୁ ଏହି ଆଳୁ ଓଡ଼ିଶାରେ ଗ୍ରହଣୀୟ ହେଲା ନାହିଁ। ଆଳୁ ପଚିବାରୁ କ୍ଷତି ସହିଲେ ବ୍ୟବସାୟୀ। ତେଣୁ ଆଗକୁ ଆଳୁ ଆଉ ମଗାଇବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଲେଣି।

ସେପଟେ ପଶ୍ଚିମବଙ୍ଗରୁ ଚୋରା ଆଳୁ ଆସିବା ବି ବନ୍ଦ ହୋଇଗଲାଣି। ରାଜ୍ୟରେ ବିଭିନ୍ନ ଶୀତଳଭଣ୍ଡାରରେ ଏବେ ୧୫ ରୁ ୧୭ ହଜାର ଟନ ଆଳୁ ମହଜୁଦ ଅଛି। ଯାହାକି ଅତି ବେଶୀରେ ଦୁଇରୁ ତିନି ଦିନ ଯିବ। ଏତକ ସରିଲା ପରେ ଆଳୁ ଖୋଜିଲେ ବି ମିଳିବନି ବୋଲି କହିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ତେଣୁ ସରକାର ଆଳୁ ମଗାଇଲେ ବିକ୍ରି କରିବେ ବ୍ୟବସାୟୀ। ଏପରିକି ୟୁପି ଠାରୁ ପଞ୍ଜାବ ଅଧିକ ବାଟ ହୋଇଥିବାରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିବା ଅନୁଯାୟୀ ପଞ୍ଜାବରୁ ଆଳୁ କିଭଳି ଆସିବ, ସେ କଥା ମନ୍ତ୍ରୀ ଜାଣିଥିବେ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଛୋଟ ବ୍ୟବସାୟୀଙ୍କ କହିବା କଥା, କୌଣସି ଗୋଦାମରେ ଆଳୁ ମିଳୁ ନ ଥିବାରୁ ସେମାନେ ହଇରାଣ ହେଉଛନ୍ତି।

ଆଳୁ ଏକ ନିହାତି ଆବଶ୍ୟକ ଖାଦ୍ୟ ହୋଇଥିବାରୁ ଏହି ସମସ୍ୟାର ସମାଧାନ ହୋଇ ନ ପାରିବାରୁ ଲୋକେ ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି। ସରକାର ବାସ୍ତବ ସ୍ଥିତିକୁ ଜାଣି ସ୍ଥାୟୀ ସମାଧାନ କରିବା ଆବଶ୍ୟକ ବୋଲି ଯୁକ୍ତି ବାଢ଼ିଛନ୍ତି କଂଗ୍ରେସ ଓ ବାମଦଳ। ଓଡ଼ିଶାକୁ ପଶ୍ଚିମବଙ୍ଗ ଆଳୁ ଆସିଲେ ଦୂର ହୋଇପାରିବ ଅଭାବ। ତେଣୁ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରି ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି। ନଚେତ ସରକାର ସ୍ୱାଭାବିକ ଦରରେ ଆଳୁ ଯୋଗାଇବାକୁ ଦାବି ହୋଇଛି।

ଖାଇବା ସାମଗ୍ରୀ ଦର ବଢ଼ିଲେ, ଲୋକେ ଆଳୁରେ କାମ ଚଳାଇ ଦିଅନ୍ତି। କିନ୍ତୁ ଆଳୁ ଯଦି ନମିଳିବ, ତେବେ ରୋଷେଇ କିପରି ହେବ ତାକୁ ନେଇ ଖାଉଟିଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି। ତେଣୁ ସ୍ଥିତ ଜଟିଳ ହେବା ଆଗରୁ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ବିଭିନ୍ନ ମହଲରୁ ଦାବି ହେଲାଣି ।

The post ତିନି ଦିନ ପରେ ଓଡ଼ିଶାରେ ମିଳିବନି ଆଳୁ ! appeared first on .