ତିନି ବର୍ଷ ପରେ ମହଙ୍ଗା ହେଲା ଓମଫେଡ୍
ଓମଫେଡ୍_ବଢ଼ିଲା_୨_ଟଙ୍କା ତିନି ବର୍ଷ ପରେ ମହଙ୍ଗା ହେଲା ଓମଫେଡ୍ କ୍ଷୀର ଦର। ବିଶ୍ବଦୁଗ୍ଧ ଦିବସ ଅବସରରେ ଓମଫେଡ୍ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ଅଧିକ 3 ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଖାଉଟିଙ୍କ ପାଇଁ ଲିଟର ପିଛା ଦୁଇ ଟଙ୍କା ବଢ଼ିଛି। ଆସନ୍ତା 13 ତାରିଖରୁ ଏଇ ନୂଆ ଦର ଲାଗୁ ହେବାକୁ ଥିବା ବେଳେ ଚାଷୀଙ୍କ ପାଇଁ କିନ୍ତୁ ଆଜିଠୁ ବର୍ଦ୍ଧିତ ଦର ଲାଗୁ ହୋଇଛି।