ତିରୁପତି ଇସ୍କନ ମନ୍ଦିରକୁ ବୋମା ଧମକ, ପୋଲିସର ସର୍ଚ୍ଚ ଅପରେସନ

ମୁମ୍ଵାଇ ୨୮।୧୦; ବର୍ତ୍ତମାନ ଦେଶରେ ପ୍ରାୟତଃ ବୋମା ବିସ୍ଫୋରଣର ଧମକ ଆସୁଛି। ଦିଲ୍ଲୀର ସ୍କୁଲ ଏବଂ ଉଡ଼ାଣ ପରେ ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ହୋଟେଲ ଗୁଡିକ ଉପରେ ବୋମା ଧମକ ଦିଆଯାଇଥିଲା ଏବଂ ବର୍ତ୍ତମାନ ୩ଦିନ ପରେ ତିରୁପତି ଇସ୍କନ ମନ୍ଦିରକୁ ବୋମା ଧମକ ଆସିଛି। ଧମକ ମିଳିବା ମାତ୍ରେ ପୋଲିସ ଏବଂ ମନ୍ଦିର ପ୍ରଶାସନ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୂଚନାନୁସାରେ, ଇସ୍କନ ମନ୍ଦିରର କର୍ମଚାରୀମାନେ ଅକ୍ଟୋବର ୨୭ରେ ଏକ ଇମେଲ ପାଇଥିଲେ, ଯେଉଁଥିରେ ପାକିସ୍ତାନର ଆଇଏସଆଇ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ତୁରନ୍ତ ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ  ଅଗ୍ନିଶମ ବାହିନି , ବୋମା ଏବଂ ଡଗ୍ ସ୍କ୍ୱାଡ୍ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ମନ୍ଦିରରେ ବ୍ୟାପକ ସର୍ଚ୍ଚ ଅପରେସନ୍ କରାଯାଇଥିଲା। କିନ୍ତୁ ମନ୍ଦିରରୁ ସେପରି କୌଣସି ବିସ୍ଫୋରକ ସାମଗ୍ରୀ କିମ୍ବା ଅନ୍ୟ ଆପତ୍ତିଜନକ ଜିନିଷ ମିଳି ନାହିଁ। ବର୍ତ୍ତମାନ ମନ୍ଦିରର ସୁରକ୍ଷା ବୃଦ୍ଧି କରାଯାଇଛି। ପ୍ରତ୍ୟେକ ପରିଦର୍ଶକଙ୍କୁ କଡା ଯାଞ୍ଚ କରାଯାଉଛି।କେହି ଜାଣିଶୁଣି ଏପରି ଆତଙ୍କ ସୃଷ୍ଟି କରୁଥିବା ସନ୍ଦେହ କରାଯାଉଛି। ଏହାପୂର୍ବରୁ ତିରୁପତିର ଦୁଇଟି ପ୍ରତିଷ୍ଠିତ ହୋଟେଲକୁ ବୋମା ଧମକ ମିଳିଥିଲା। ତଦନ୍ତ ପରେ କୌଣସି ସାମଗ୍ରୀ ମିଳିନଥିଲା। କେହି ମିଛ ରିପୋର୍ଟ ଦେଇ ଆତଙ୍କ ସୃଷ୍ଟି କରୁଥିବା ସନ୍ଦେହ କରାଯାଉଛି।  

ତିରୁପତି ଇସ୍କନ ମନ୍ଦିରକୁ ବୋମା ଧମକ, ପୋଲିସର ସର୍ଚ୍ଚ ଅପରେସନ

ମୁମ୍ଵାଇ ୨୮।୧୦; ବର୍ତ୍ତମାନ ଦେଶରେ ପ୍ରାୟତଃ ବୋମା ବିସ୍ଫୋରଣର ଧମକ ଆସୁଛି। ଦିଲ୍ଲୀର ସ୍କୁଲ ଏବଂ ଉଡ଼ାଣ ପରେ ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ହୋଟେଲ ଗୁଡିକ ଉପରେ ବୋମା ଧମକ ଦିଆଯାଇଥିଲା ଏବଂ ବର୍ତ୍ତମାନ ୩ଦିନ ପରେ ତିରୁପତି ଇସ୍କନ ମନ୍ଦିରକୁ ବୋମା ଧମକ ଆସିଛି। ଧମକ ମିଳିବା ମାତ୍ରେ ପୋଲିସ ଏବଂ ମନ୍ଦିର ପ୍ରଶାସନ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। 

ସୂଚନାନୁସାରେ, ଇସ୍କନ ମନ୍ଦିରର କର୍ମଚାରୀମାନେ ଅକ୍ଟୋବର ୨୭ରେ ଏକ ଇମେଲ ପାଇଥିଲେ, ଯେଉଁଥିରେ ପାକିସ୍ତାନର ଆଇଏସଆଇ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ତୁରନ୍ତ ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ  ଅଗ୍ନିଶମ ବାହିନି , ବୋମା ଏବଂ ଡଗ୍ ସ୍କ୍ୱାଡ୍ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ମନ୍ଦିରରେ ବ୍ୟାପକ ସର୍ଚ୍ଚ ଅପରେସନ୍ କରାଯାଇଥିଲା। କିନ୍ତୁ ମନ୍ଦିରରୁ ସେପରି କୌଣସି ବିସ୍ଫୋରକ ସାମଗ୍ରୀ କିମ୍ବା ଅନ୍ୟ ଆପତ୍ତିଜନକ ଜିନିଷ ମିଳି ନାହିଁ। ବର୍ତ୍ତମାନ ମନ୍ଦିରର ସୁରକ୍ଷା ବୃଦ୍ଧି କରାଯାଇଛି। ପ୍ରତ୍ୟେକ ପରିଦର୍ଶକଙ୍କୁ କଡା ଯାଞ୍ଚ କରାଯାଉଛି।

କେହି ଜାଣିଶୁଣି ଏପରି ଆତଙ୍କ ସୃଷ୍ଟି କରୁଥିବା ସନ୍ଦେହ କରାଯାଉଛି। ଏହାପୂର୍ବରୁ ତିରୁପତିର ଦୁଇଟି ପ୍ରତିଷ୍ଠିତ ହୋଟେଲକୁ ବୋମା ଧମକ ମିଳିଥିଲା। ତଦନ୍ତ ପରେ କୌଣସି ସାମଗ୍ରୀ ମିଳିନଥିଲା। କେହି ମିଛ ରିପୋର୍ଟ ଦେଇ ଆତଙ୍କ ସୃଷ୍ଟି କରୁଥିବା ସନ୍ଦେହ କରାଯାଉଛି।