ତିରୁପତି ବାଲାଜୀ ମନ୍ଦିର ଦାନ ହେଉଥିବା କେଶର କରାଯାଏ କ’ଣ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ ୨୬।୦୯: ତିରୁପତି ମନ୍ଦିର । ଭାରତର ସବୁଠାରୁ ଚମତ୍କାରୀ ତଥା ଧନୀ ମନ୍ଦିର । ଏଠାକୁ ପ୍ରତିଦିନ ଆସିଥାନ୍ତି ବିଶ୍ବର କୋଣ ଅନୁକୋଣରୁ ଅନେକ ଭକ୍ତ । ବିଶ୍ବାସ ରହିଛି ଏଠାରେ କେଶ ଦାନ କଲେ ପୂରଣ ହୋଇଥାଏ ମନସ୍କାମନା । କିନ୍ତୁ ମନ୍ଦିରରେ କାହିଁକି କେଶ ଦାନ କରାଯାଏ ? ଦାନ ହେଉଥିବା କେଶକୁ କରାଯାଏ କଣ ? ଏହା ପଛରେ କଣ ରହିଛି କାରଣ ? ତିରୁପତି ବାଲାଜୀ ମନ୍ଦିରରେ କେଶ ଦାନ କରିବାର ପ୍ରଥା ପ୍ରଚଳିତ । ବିଶ୍ୱାସ କରାଯାଏ ଯେ ଜଣେ ବ୍ୟକ୍ତିଙ୍କ ପାଇଁ କେଶ ବେଶ୍ ଗୁରୁତ୍ବପୂର୍ଣ୍ଣ । ଯଦି ଜଣେ ବ୍ୟକ୍ତି ତିରୁପତି ଯାଇ କେଶ ଦାନ କରନ୍ତି, ତେବେ ଶ୍ରୀ ଭେଙ୍କଟେଶ୍ୱର ତାଙ୍କୁ ସେତିକି ଧନୀ କରିଥାନ୍ତି ।ପ୍ରତିବର୍ଷ ବିଶ୍ବର କୋଣ ଅନୁକୋଣରୁ ଏଠାକୁ ଆସି ୫ଶହରୁ ୬ଶହ କେଶ ଦାନ କରିଥାନ୍ତି ଭକ୍ତ । କୁହାଯାଏ କି ଦାନ କରାଯାଇଥିବା କେଶକୁ ସଫା କରାଯାଏ । ଏହି କେଶକୁ ସଫା କରିବା ପାଇଁ ପ୍ରଥମେ ଏହାକୁ ଫୁଟାଯାଏ । ଏହାପରେ ଧୁଆହୋଇ ଶୁଖିବା ପରେ ଏହାକୁ ବଡ ବଡ ଗୋଦାମକୁ ରଖିବା ପାଇଁ ପଠାଯାଏ ।ଏହାପରେ ଦାନ କରାଯାଉଥିବା କେଶର ହୋଇଥାଏ ନିଲାମ । କିନ୍ତୁ ନିଲାମ ପୂର୍ବରୁ ଏହାକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଏ । ଏହାପରେ ଲମ୍ବ ଆଧାରରେ ୫ଟି ବର୍ଗରେ କେଶକୁ ବିଭକ୍ତ କରାଯାଏ । ଯେଉଁଥିରେ ୫ ଇଞ୍ଚରୁ ୩୧ ଇଞ୍ଚ ପର୍ଯ୍ୟନ୍ତ କେଶ ସାମିଲ ରହିଥାଏ ।ତେବେ ୨୦୧୮ରେ ଦାନ ହୋଇଥିବା କେଶକୁ ନିଲାମ କରାଯାଇଥିଲା । ଏହାର ଦାମ୍‌ ଥିଲ

ତିରୁପତି ବାଲାଜୀ ମନ୍ଦିର ଦାନ ହେଉଥିବା କେଶର କରାଯାଏ କ’ଣ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ ୨୬।୦୯: ତିରୁପତି ମନ୍ଦିର । ଭାରତର ସବୁଠାରୁ ଚମତ୍କାରୀ ତଥା ଧନୀ ମନ୍ଦିର । ଏଠାକୁ ପ୍ରତିଦିନ ଆସିଥାନ୍ତି ବିଶ୍ବର କୋଣ ଅନୁକୋଣରୁ ଅନେକ ଭକ୍ତ । ବିଶ୍ବାସ ରହିଛି ଏଠାରେ କେଶ ଦାନ କଲେ ପୂରଣ ହୋଇଥାଏ ମନସ୍କାମନା । କିନ୍ତୁ ମନ୍ଦିରରେ କାହିଁକି କେଶ ଦାନ କରାଯାଏ ? ଦାନ ହେଉଥିବା କେଶକୁ କରାଯାଏ କଣ ? ଏହା ପଛରେ କଣ ରହିଛି କାରଣ ? ତିରୁପତି ବାଲାଜୀ ମନ୍ଦିରରେ କେଶ ଦାନ କରିବାର ପ୍ରଥା ପ୍ରଚଳିତ । ବିଶ୍ୱାସ କରାଯାଏ ଯେ ଜଣେ ବ୍ୟକ୍ତିଙ୍କ ପାଇଁ କେଶ ବେଶ୍ ଗୁରୁତ୍ବପୂର୍ଣ୍ଣ । ଯଦି ଜଣେ ବ୍ୟକ୍ତି ତିରୁପତି ଯାଇ କେଶ ଦାନ କରନ୍ତି, ତେବେ ଶ୍ରୀ ଭେଙ୍କଟେଶ୍ୱର ତାଙ୍କୁ ସେତିକି ଧନୀ କରିଥାନ୍ତି ।

ପ୍ରତିବର୍ଷ ବିଶ୍ବର କୋଣ ଅନୁକୋଣରୁ ଏଠାକୁ ଆସି ୫ଶହରୁ ୬ଶହ କେଶ ଦାନ କରିଥାନ୍ତି ଭକ୍ତ । କୁହାଯାଏ କି ଦାନ କରାଯାଇଥିବା କେଶକୁ ସଫା କରାଯାଏ । ଏହି କେଶକୁ ସଫା କରିବା ପାଇଁ ପ୍ରଥମେ ଏହାକୁ ଫୁଟାଯାଏ । ଏହାପରେ ଧୁଆହୋଇ ଶୁଖିବା ପରେ ଏହାକୁ ବଡ ବଡ ଗୋଦାମକୁ ରଖିବା ପାଇଁ ପଠାଯାଏ ।

ଏହାପରେ ଦାନ କରାଯାଉଥିବା କେଶର ହୋଇଥାଏ ନିଲାମ । କିନ୍ତୁ ନିଲାମ ପୂର୍ବରୁ ଏହାକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଏ । ଏହାପରେ ଲମ୍ବ ଆଧାରରେ ୫ଟି ବର୍ଗରେ କେଶକୁ ବିଭକ୍ତ କରାଯାଏ । ଯେଉଁଥିରେ ୫ ଇଞ୍ଚରୁ ୩୧ ଇଞ୍ଚ ପର୍ଯ୍ୟନ୍ତ କେଶ ସାମିଲ ରହିଥାଏ ।

ତେବେ ୨୦୧୮ରେ ଦାନ ହୋଇଥିବା କେଶକୁ ନିଲାମ କରାଯାଇଥିଲା । ଏହାର ଦାମ୍‌ ଥିଲା ୬ କୋଟି ୩୯ ଲକ୍ଷ । ଏହି ନିଲାମୀର ଆୟୋଜନ କରିଥାଏ ଟ୍ରଷ୍ଟ । ୨୦୧୮ରେ ବିଭିନ୍ନ ବର୍ଗର ପ୍ରାୟ ୧ ଲକ୍ଷ ୮୭ ହଜାର କିଲୋଗ୍ରାମ କେଶ ବିକ୍ରି ହୋଇଥିଲା । ସେଥିମଧ୍ୟରୁ ୧୦ ହଜାର କିଲୋ କେଶ ସବୁଠାରୁ ଭଲ ରହିଥିଲା । ଏହି ୬୦୦ କିଲୋ କିଲୋଗ୍ରାମ କେଶକୁ ୨୨ ହଜାର ୪୯୪ ଟଙ୍କା ପ୍ରତି କିଲୋଗ୍ରାମ ପିଛା ବିକ୍ରି ହୋଇଥିଲା ।  ଆଉ ଏହି ୬୦୦କିଲୋ କେଶ ବିକ୍ରିରେ ରୋଜଗାର ହୋଇଥିଲା ୧ କୋଟି ୩୫ ଲକ୍ଷ ଟଙ୍କା । 

୨ୟ ଶ୍ରେଣୀର କେଶ ପ୍ରାୟ ୪୬ ହଜାର ୧୦୦ କିଲୋଗ୍ରାମର ରହିଥିଲା । ଯାହାର ମୂଲ୍ୟ ୧୭ ହଜାର ୨୨୩ ଟଙ୍କା କିଲୋଗ୍ରାମ ପିଛା ମିଳିଥିଲା । ଏହି ବର୍ଗରୁ ୨୪୦୦ କିଲୋଗ୍ରାମ କେଶ ବିକ୍ରି ହୋଇଥିଲା । ଆଉ ୪ କୋଟି ୧୩ ଲକ୍ଷ ଟଙ୍କା ହୋଇଥିଲା ରୋଜଗାର ।  

ତେବେ ତୃତୀୟ ବର୍ଗରେ ରହିଥିଲା ୩୦ ହଜାର ୩୦୦ କେଜି କେଶ । ଏହାର ମୂଲ୍ୟ କିଲୋଗ୍ରାମ ପିଛା ରହିଥିଲା ୨୮୩୩ ଟଙ୍କା । ୫୦୦ କିଲୋ କେଶ ବିକ୍ରି ହୋଇ ରୋଜଗାର ହୋଇଥିଲା ୧୪ ଲକ୍ଷ ୧୭ ହଜାର ଟଙ୍କା । ୪ର୍ଥ ଶ୍ରେଣୀରେ ରହିଥିବା କେଶ ୨୦୦ କେଜି ରହିଥିଲା । ଏହାକୁ କେଜି ପିଛା ୧୧୯୫ ଟଙ୍କାରେ ହୋଇଥିଲା ବିକ୍ରି । ଏଥିରୁ ମୋଟ ରୋଜଗାର ହୋଇଥିଲା ୨ଲକ୍ଷ ୩୯ ହଜାର ଟଙ୍କା । 

ସେହିଭଳି ପଞ୍ଚମ ଶ୍ରେଣୀର ୧ ଲକ୍ଷ ୯୩ ହଜାର କିଲୋ କେଶ ରହିଥିଲା । ଯାହାକୁ କିଲୋ ପିଛା ୨୪ ଟଙ୍କାରେ ବିକ୍ରି ହୋଇଥିଲା । ଆଉ ଏଥିରୁ ରୋଜଗାର ହୋଇଥିଲା ୪୬ ଲକ୍ଷ ୩୨ ହଜାର ଟଙ୍କା । ଏପରିକି ୬ ହଜାର ୯୦୦ କିଲୋ ଧଳା କେଶ କିଲୋଗ୍ରାମ ପିଛା ୫୪୬୨ ଟଙ୍କାରେ ବିକ୍ରି ହୋଇଥିଲା । ଆଉ ଏଥିରୁ ରୋଜଗାର ହୋଇଥିଲା ୨୭ ଲକ୍ଷ ୩୧ ହଜାର ଟଙ୍କା । ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ତିରୁପତି ମନ୍ଦିରର ଟ୍ରଷ୍ଟ ଏଥିରୁ ଭଲ ରୋଜଗାର କରିଥାଏ ।