ତିରୁପତି ଲଡୁ ଉପରେ ଭକ୍ତଙ୍କ ବିଶ୍ବାସ, ବିବାଦ ସତ୍ତ୍ବେବି କମିନି ବିକ୍ରି

ନୂଆଦିଲ୍ଲୀ: ତିରୁପତି ଲଡ଼ୁରେ ଅପମିଶ୍ରଣକୁ ନେଇ ବିବାଦ ଜାରି ରହିଛି। ଲଡୁ ପାଇଁ ବ୍ୟବହୃତ ଘିଅରେ ଚର୍ବି ମିଶିଥିବା ଅଭିଯୋଗ ପରଠାରୁ ବିବାଦ ଆରମ୍ଭ ହୋଇଯାଇଛି। ହେଲେ ଏହା ସତ୍ତ୍ବେବି ଲଡୁର ବିକ୍ରିରେ କମ୍ ହୋଇନାହିଁ। ମନ୍ଦିର ପ୍ରଶାସନ ଅନୁଯାୟୀ, ଗତ ଚାରି ଦିନରେ ୧୪ ଲକ୍ଷ ତିରୁପତି ଲଡ଼ୁ ବିକ୍ରି ହୋଇଛି।ତିରୁପତି ଲଡ଼ୁ ବିବାଦ ଏବଂ ଏହା ସତ୍ତ୍ବେବି ବିକ୍ରି ଉପରେ ପ୍ରଭାବ ନପଡ଼ିବାକୁ ନେଇ ଶ୍ରଦ୍ଧାଳୁ ମଧ୍ୟ ନିଜ ରାୟ ରଖିଛନ୍ତି। ଭକ୍ତ କହିଛନ୍ତି ଆମ ଶ୍ରଦ୍ଦାଳୁ ଏତେ ସହଜରେ ଦୋହଲାଇପାରିବେନି। ଏବେବି ପ୍ରତିଦିନି ଆନ୍ଧ୍ର ପ୍ରଦେଶର ଶ୍ରୀ ଭେଙ୍କଟେଶ୍ବର ମନ୍ଦିରରେ ୬୦ ହଜାର ଶ୍ରଦ୍ଧାଳୁ ପ୍ରତିଦିନି ପହଞ୍ଚୁଛନ୍ତି।ସୂଚନାଥାଉକି, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ ଯେ, ପୂର୍ବରୁ ରାଜ୍ୟରେ ଥିବା ଓ୍ବାଇଏସଆରସିପି ସରକାର ସମୟରେ ତିରୁପତି ଲଡୁ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ମିଶାଯାଉଥିଲା।ତେବେ ଏହି ଅଭିଯୋଗ ପରେ ରାଜ୍ୟ ସରକାର ମାମଲାର ଯାଞ୍ଚ ପାଇଁ ବିଶେଷ ଯାଞ୍ଚ ଦଳ ଗଠନ କରିଛନ୍ତି । ଏହି ଅଭିଯୋଗ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡି ଶାସନରେ ଥିବା ଟିଡିପି ସରକାର ଉପରେ ଧାର୍ମିକ ପ୍ରସଙ୍ଗକୁ ନେଇ ରାଜନୀତିକରଣ କରିବା ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଟିଟିଡି ଘିଅ ନମୁନା ଏକାଠି କରିଥାଏ ଆଉ ଏବଂ କେବଳ ସା

ତିରୁପତି ଲଡୁ ଉପରେ ଭକ୍ତଙ୍କ ବିଶ୍ବାସ, ବିବାଦ ସତ୍ତ୍ବେବି କମିନି ବିକ୍ରି

ନୂଆଦିଲ୍ଲୀ: ତିରୁପତି ଲଡ଼ୁରେ ଅପମିଶ୍ରଣକୁ ନେଇ ବିବାଦ ଜାରି ରହିଛି। ଲଡୁ ପାଇଁ ବ୍ୟବହୃତ ଘିଅରେ ଚର୍ବି ମିଶିଥିବା ଅଭିଯୋଗ ପରଠାରୁ ବିବାଦ ଆରମ୍ଭ ହୋଇଯାଇଛି। ହେଲେ ଏହା ସତ୍ତ୍ବେବି ଲଡୁର ବିକ୍ରିରେ କମ୍ ହୋଇନାହିଁ। ମନ୍ଦିର ପ୍ରଶାସନ ଅନୁଯାୟୀ, ଗତ ଚାରି ଦିନରେ ୧୪ ଲକ୍ଷ ତିରୁପତି ଲଡ଼ୁ ବିକ୍ରି ହୋଇଛି।

ତିରୁପତି ଲଡ଼ୁ ବିବାଦ ଏବଂ ଏହା ସତ୍ତ୍ବେବି ବିକ୍ରି ଉପରେ ପ୍ରଭାବ ନପଡ଼ିବାକୁ ନେଇ ଶ୍ରଦ୍ଧାଳୁ ମଧ୍ୟ ନିଜ ରାୟ ରଖିଛନ୍ତି। ଭକ୍ତ କହିଛନ୍ତି ଆମ ଶ୍ରଦ୍ଦାଳୁ ଏତେ ସହଜରେ ଦୋହଲାଇପାରିବେନି। ଏବେବି ପ୍ରତିଦିନି ଆନ୍ଧ୍ର ପ୍ରଦେଶର ଶ୍ରୀ ଭେଙ୍କଟେଶ୍ବର ମନ୍ଦିରରେ ୬୦ ହଜାର ଶ୍ରଦ୍ଧାଳୁ ପ୍ରତିଦିନି ପହଞ୍ଚୁଛନ୍ତି।

ସୂଚନାଥାଉକି, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ ଯେ, ପୂର୍ବରୁ ରାଜ୍ୟରେ ଥିବା ଓ୍ବାଇଏସଆରସିପି ସରକାର ସମୟରେ ତିରୁପତି ଲଡୁ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ମିଶାଯାଉଥିଲା।

ତେବେ ଏହି ଅଭିଯୋଗ ପରେ ରାଜ୍ୟ ସରକାର ମାମଲାର ଯାଞ୍ଚ ପାଇଁ ବିଶେଷ ଯାଞ୍ଚ ଦଳ ଗଠନ କରିଛନ୍ତି । ଏହି ଅଭିଯୋଗ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡି ଶାସନରେ ଥିବା ଟିଡିପି ସରକାର ଉପରେ ଧାର୍ମିକ ପ୍ରସଙ୍ଗକୁ ନେଇ ରାଜନୀତିକରଣ କରିବା ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଟିଟିଡି ଘିଅ ନମୁନା ଏକାଠି କରିଥାଏ ଆଉ ଏବଂ କେବଳ ସାର୍ଟିଫାଏଡ ଉତ୍ପାଦର ବ୍ୟବହାର କରିଥାଏ। ସେ ଅଭିଯୋଗ କରିଛନ୍ତି ନାଇଡୁ ଅଭ୍ୟାସଗତ ମିଛ କହିଥାନ୍ତି।