ତୀବ୍ର ହେଉଛି ବାତ୍ୟା ‘ଫେଙ୍ଗାଲ’: ପ୍ରବଳ ବର୍ଷା ସାଙ୍ଗକୁ ବହିବ ପବନ, ଆଇଏମ୍‌ଡି ଡିଜି କହିଲେ…

ନୂଆଦିଲ୍ଲୀ,୩୦ା୧୧: ବଙ୍ଗୋପସାଗରରେ ସାଇକ୍ଲୋନ୍‌ ଫେଙ୍ଗାଲ ତୀବ୍ର ହେବାରେ ଲାଗିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଗୁଜବକୁ ବିଶ୍ୱାସ ନ କରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର। ଆଜି ଅପରାହ୍ନରେ ତାମିଲନାଡୁ-ପୁଡୁଚେରୀ ମଝିରେ ଲ୍ୟାଣ୍ଡଫଲ୍ କରିବ ଫେଙ୍ଗାଲ।  ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଚେନ୍ନାଇ, କାଞ୍ଚିପୁରମ, ତିରୁଭାଲୁର ଏବଂ ଚେଙ୍ଗଲପାଟ୍ଟୁ ଜିଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ […] The post ତୀବ୍ର ହେଉଛି ବାତ୍ୟା ‘ଫେଙ୍ଗାଲ’: ପ୍ରବଳ ବର୍ଷା ସାଙ୍ଗକୁ ବହିବ ପବନ, ଆଇଏମ୍‌ଡି ଡିଜି କହିଲେ… appeared first on Dharitri Odia News.

ତୀବ୍ର ହେଉଛି ବାତ୍ୟା ‘ଫେଙ୍ଗାଲ’: ପ୍ରବଳ ବର୍ଷା ସାଙ୍ଗକୁ ବହିବ ପବନ, ଆଇଏମ୍‌ଡି ଡିଜି କହିଲେ…

ନୂଆଦିଲ୍ଲୀ,୩୦ା୧୧: ବଙ୍ଗୋପସାଗରରେ ସାଇକ୍ଲୋନ୍‌ ଫେଙ୍ଗାଲ ତୀବ୍ର ହେବାରେ ଲାଗିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଗୁଜବକୁ ବିଶ୍ୱାସ ନ କରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର।

ଆଜି ଅପରାହ୍ନରେ ତାମିଲନାଡୁ-ପୁଡୁଚେରୀ ମଝିରେ ଲ୍ୟାଣ୍ଡଫଲ୍ କରିବ ଫେଙ୍ଗାଲ।  ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଚେନ୍ନାଇ, କାଞ୍ଚିପୁରମ, ତିରୁଭାଲୁର ଏବଂ ଚେଙ୍ଗଲପାଟ୍ଟୁ ଜିଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ କୌଣସି ବିଶେଷ କାର୍ଯ୍ୟ କିମ୍ବା ପରୀକ୍ଷା କରାଯିବ ନାହିଁ। ଏହା ବ୍ୟତୀତ ଇଷ୍ଟକୋଷ୍ଟ ରୋଡ (ECR) ଏବଂ ପୁରୁଣା ମହାବଲିପୁରମ ରୋଡ (OMR) ଭଳି ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଜନସାଧାରଣ ପରିବହନ ସେବା ମଧ୍ୟ ସାମୟିକ ଭାବେ ବନ୍ଦ ହୋଇଯାଇଛି।

ସୂଚନାନୁସାରେ, ଘୂର୍ଣ୍ଣିବଳୟ ଯୋଗୁ ତାମିଲନାଡୁର ଆଭ୍ୟନ୍ତରୀଣ ଅଞ୍ଚଳରେ ଡିସେମ୍ବର ୨ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଡିସେମ୍ବର ୩ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ସେପଟେ ତାମିଲନାଡୁ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଜନସାଧାରଣଙ୍କ ପାଇଁ ଜରୁରୀକାଳୀନ ନମ୍ବର ୧୧୨ ଏବଂ ୧୦୭୭ ଜାରି କରାଯାଇଛି।

The post ତୀବ୍ର ହେଉଛି ବାତ୍ୟା ‘ଫେଙ୍ଗାଲ’: ପ୍ରବଳ ବର୍ଷା ସାଙ୍ଗକୁ ବହିବ ପବନ, ଆଇଏମ୍‌ଡି ଡିଜି କହିଲେ… appeared first on Dharitri Odia News.