ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା, ୧୫ ଆହତ
ବାଲେଶ୍ୱର: ବାଲେଶ୍ୱର ୬୦ ନଂ ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପୁରୀରୁ ପଶ୍ଚିମବଙ୍ଗ ଫେରୁଥିଲା ଏହି ତୀର୍ଥଯାତ୍ରୀ ବସ୍ । ଏହି ବସରେ ମୋଟ୍ ୬୫ ଜଣ ଯାତ୍ରୀ ଥିବାବେଳେ ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ବସର ଆଗ ଚକା ଫାଟି ଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂତ୍ରରୁ ପ୍ରକାଶ […]

ବାଲେଶ୍ୱର: ବାଲେଶ୍ୱର ୬୦ ନଂ ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପୁରୀରୁ ପଶ୍ଚିମବଙ୍ଗ ଫେରୁଥିଲା ଏହି ତୀର୍ଥଯାତ୍ରୀ ବସ୍ । ଏହି ବସରେ ମୋଟ୍ ୬୫ ଜଣ ଯାତ୍ରୀ ଥିବାବେଳେ ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ବସର ଆଗ ଚକା ଫାଟି ଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂତ୍ରରୁ ପ୍ରକାଶ ।