ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ ପରେ ଗଡିଲା ବସ୍ । ଗତ ଶୁକ୍ରବାର ରାତିରୁ ବନ୍ଦ ଥିଲା ବସ୍ ଚଳା ଚଳ । ବସ୍ ଛାଡିବା ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ହଣା କଟା । ଘଟଣାକୁ ନେଇ ବସ୍ ଚଳା ଚଳ ବନ୍ଦ କରିଥିଲା ବସ୍ ମାଲିକ ସଂଘ । ଆଜି ଜୋନାଲସ୍ତରୀୟ ବସ ମାଲିକ ସଂଘ […] The post ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ appeared first on KNews Odisha.

ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ ପରେ ଗଡିଲା ବସ୍ । ଗତ ଶୁକ୍ରବାର ରାତିରୁ ବନ୍ଦ ଥିଲା ବସ୍ ଚଳା ଚଳ । ବସ୍ ଛାଡିବା ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ହଣା କଟା । ଘଟଣାକୁ ନେଇ ବସ୍ ଚଳା ଚଳ ବନ୍ଦ କରିଥିଲା ବସ୍ ମାଲିକ ସଂଘ । ଆଜି ଜୋନାଲସ୍ତରୀୟ ବସ ମାଲିକ ସଂଘ ବୈଠକ ପରେ ହେଲା ନିଷ୍ପତ୍ତି ।
ବସ ଚଳାଚଳକୁ ନେଇ ଆଗାମୀ ନିଷ୍ପତ୍ତି ବାବଦରେ ଘରୋଇ ବସ ମାଲିକ ସଂଘର ଉତ୍ତର ଓଡ଼ିଶା ଜୋନସ୍ତରୀୟ ବୈଠକ ଆଜି ବେତନଟୀ ସ୍ଥିତ ଧର୍ମଶାଳାରେ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ସଂଧ୍ୟାରେ ବସ୍ ଚାଲିବ ବୋଲି ସଂଘ୍ ପକ୍ଷରୁ କୁହାଯାଇଥିଲା । ସନ୍ଧ୍ୟା ପରେ ସ୍ୱାଭାବିକ ହୋଇଥିଲା ବସ୍ ଚଳା ଚଳ । ବାସୁଦେବପୁର, ବାରିପଦା, ବାଲେଶ୍ଵର, ଜଳେଶ୍ବର, ଭଦ୍ରକର ଘରୋଇ ବସ ମାଲିକମାନେ ବୈଠକରେ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ ।
ଏଥି ସହିତ ବସ ମାଲିକ ସଂଘର କର୍ମକର୍ତ୍ତାମାନେ ବାରିପଦା ଠାରେ ଜିଲ୍ଲା ପ୍ରଶାସନ ସହିତ ସମସ୍ୟାର ସ୍ଥାୟୀ ସମାଧାନ ନେଇ ମଧ୍ୟ ଆଲୋଚନା କରିଛନ୍ତି । ରାଇରଙ୍ଗପୁର ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ମା ଦୁର୍ଗା ନାମକ ବସଟି ବାରିପଦା ବସଷ୍ଟାଣ୍ଡରୁ ଚଳାଚଳ କରିବା ସମୟକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା ।
ଯାହାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବାରିପଦା ବସଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ମାରଣାସ୍ତ୍ର ଧରି ବସ ମାଲିକମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାକୁ ନେଇ ୬ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ରହିଛନ୍ତି । ଏଥି ସହିତ ୪ଜଣ ବସ ମାଲିକଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଯାହାକୁ ନେଇ ବସ ମାଲିକ ସଂଘ ପକ୍ଷରୁ ଜିଲ୍ଲାବ୍ୟାପି ଘରୋଇ ବସ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଥିଲା।
The post ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ appeared first on KNews Odisha.