ତୁଟିଲା ବିବାଦ, ସ୍ଵାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ନନ୍ଦିଘୋଷ ବ୍ୟୁରୋ: ତୁଟିଲା ବିବାଦ, ସ୍ଵାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି। ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ... The post ତୁଟିଲା ବିବାଦ, ସ୍ଵାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି appeared first on .
ନନ୍ଦିଘୋଷ ବ୍ୟୁରୋ: ତୁଟିଲା ବିବାଦ, ସ୍ଵାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି। ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା। ମହାପ୍ରଭୁଙ୍କ ନୀତିକାନ୍ତିରେ ସମସ୍ତେ ସହଯୋଗ କରିବେ। ନୀତିକାନ୍ତିର ମନିଟର କରାଯିବ, ବିବାଦର ତଦନ୍ତ କରାଯିବ। ୨୪ ଘଣ୍ଟା ମଧ୍ଯରେ ADM ତଦନ୍ତ କରି ରିପୋର୍ଟ ଦେବେ। ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ସେହିପରି ଯେଉଁମାନେ ବିଶୃଙ୍ଖଳା କିରଥିଲେ ସେମାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ସେକ୍ସନ ୩୨ ଅନୁସାରେ ଟ୍ରଷ୍ଟ ବୋର୍ଡ ନେଇପାରିବ କାର୍ଯ୍ୟାନୁଷ୍ଠାନ। ସୋ କଜ୍ ନୋଟି ଜାରି କରାଯିବା ସହ ସେବା ପୂଜାରୁ ନିବୃତ୍ତ କରାଯିବ। ଦରକାର ପଡିଲେ ସେକ୍ସନ ୬୮ ନିୟମ ଅନୁସାରେ ସେବା ପୂଜା ପାଇଁ ଦିଆଯାଇଥିବା ଜମିକୁ ଫେରାଇ ଅଣାଯିବ। ଆଗକୁ ଏଭଳି ସମସ୍ୟା ଯେପରି ଆଉ ନଉପୁଯିବ, ସେଥିପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତିକୁ ସଠିକ ଭାବେ ତର୍ଜମା କରିବା ପାଇଁ ମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି। ମନ୍ଦିରର ଯାହା ରେକର୍ଡ ଅଫ ରାଇଟ୍ସ ଅଛି, ସେହି ଆଧାରରେ ସମସ୍ତ ନୀତିକାନ୍ତି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବୈଠକରେ ସମସ୍ତ ନିଯୋଗର କର୍ମକର୍ତ୍ତା ସାମିଲ ହୋଇଥିଲେ।
The post ତୁଟିଲା ବିବାଦ, ସ୍ଵାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି appeared first on .