‘ତୁମକୋ ମେରି କସମ’ ଟ୍ରେଲର: କୋର୍ଟର ଚକ୍କର କାଟୁଛନ୍ତି ଅନୁପମ ଖେର, ସ୍ଵାମୀଙ୍କ ସ୍ଵପ୍ନ ପାଇଁ ଲଢୁଛନ୍ତି ଅଦା
ମୁମ୍ବଇ: ବିକ୍ରମ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ‘ତୁମକୋ ମେରି କସମ’ର ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମରେ ଅନୁପମ ଖେର, ଅଦା ଶର୍ମା, ଈଶା ଦେଓଲ ଓ ଇଶ୍ଵାକ ସିଂହ ପ୍ରମୁଖ କଳାକାର ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଯଦିଓ ବିକ୍ରମ ଭଟ୍ଟ ହରର ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣାଶୁଣା, କିନ୍ତୁ ଏଥର ସେ ଏକ ଜୋରଦାର କୋର୍ଟ ରୁମ୍ ଡ୍ରାମା ନେଇ ଆସୁଛନ୍ତି। View this post on Instagram A post shared by […]

ମୁମ୍ବଇ: ବିକ୍ରମ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ‘ତୁମକୋ ମେରି କସମ’ର ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମରେ ଅନୁପମ ଖେର, ଅଦା ଶର୍ମା, ଈଶା ଦେଓଲ ଓ ଇଶ୍ଵାକ ସିଂହ ପ୍ରମୁଖ କଳାକାର ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଯଦିଓ ବିକ୍ରମ ଭଟ୍ଟ ହରର ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣାଶୁଣା, କିନ୍ତୁ ଏଥର ସେ ଏକ ଜୋରଦାର କୋର୍ଟ ରୁମ୍ ଡ୍ରାମା ନେଇ ଆସୁଛନ୍ତି।
୨ ମିନିଟ୍ ୫୧ ସେକେଣ୍ଡର ଟ୍ରେଲରରେ ଅନୁପମ ଖେର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଛି ଏବଂ ସେ ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଅପରପକ୍ଷେ ଅଦା ଶର୍ମା ତାଙ୍କ ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବାରେ ବ୍ୟସ୍ତ ଅଛନ୍ତି। ଟ୍ରେଲରରେ ଈଶା ଦେଓଲଙ୍କୁ ଓକିଲ ଭୂମିକାରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର କାହାଣୀ ଏକ ଆଇଭିଏଫ୍ ସେଣ୍ଟର ଉପରେ ଆଧାରିତ। ପ୍ରଶଂସକ ଟ୍ରେଲରକୁ ଖୁବ୍ ପସନ୍ଦ କରିଛନ୍ତି। କମେଣ୍ଟ ମାଧ୍ୟମରେ ଟ୍ରେଲରର ପ୍ରଶଂସା କରିଛନ୍ତି। ଚଳିତ ମାସ ୨୧ ତାରିଖରେ ପରଦାକୁ ଆସିବ ‘ତୁମକୋ ମେରି କସମ’।