ତୁରେକେଲା କ୍ଳଷ୍ଟର ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ରର ମାସିକ ବୈଠକ ବାଞ୍ଜିପାଲି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କେନ୍ଦ୍ରର ୧୧ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ପ୍ରତ୍ୟେକ ବିଦ୍ୟାଳୟର ଜଣେ ଲେଖାଏଁ ଏଫଏଲଏନ ଗ୍ରେଡ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ବୈଠକରେ ତୁରେକେଲା ବ୍ଳକ ନୋଡାଲ ଅଧିକାରୀ ଜ୍ଞାନେନ୍ଦ୍ର ମଲ୍ଲିକ, ବିଆରସିସି ଫକୀର ଚରଣ ବିଶି ଯୋଗ ଦେଇ ନିପୁଣ ଓଡିଶା, […]

ତୁରେକେଲା କ୍ଳଷ୍ଟର ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ରର ମାସିକ ବୈଠକ ବାଞ୍ଜିପାଲି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କେନ୍ଦ୍ରର ୧୧ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ପ୍ରତ୍ୟେକ ବିଦ୍ୟାଳୟର ଜଣେ ଲେଖାଏଁ ଏଫଏଲଏନ ଗ୍ରେଡ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ବୈଠକରେ ତୁରେକେଲା ବ୍ଳକ ନୋଡାଲ ଅଧିକାରୀ ଜ୍ଞାନେନ୍ଦ୍ର ମଲ୍ଲିକ, ବିଆରସିସି ଫକୀର ଚରଣ ବିଶି ଯୋଗ ଦେଇ ନିପୁଣ ଓଡିଶା, ପରଖ, ଜାତୀୟ ଉପଲବ୍ଧି ପରୀକ୍ଷଣ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଆଲୋଚନା କରିଥିଲେ।