ତୁଳୁ ଠାରେ କିଆଫୁଲ ଚାଷୀ ଙ୍କ ସହ ଆଲୋଚନା କଲେ ବିଧାୟକ ବିକ୍ରମ।
ଗୋପାଳପୁର,୧୧/୦୨ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଳୁ ଗ୍ରାମରେ କିଆ ଫୁଲ ଚାଷୀ ମାନଙ୍କ ତରଫରୁ ଆୟୋଜିତ ସଭାରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଯୋଗଦେଇଥିଲେ ।ଏହି ଅବସରରେ ଚାଷୀ ଏବଂ ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନର ପନ୍ଥା, ଚାଷୀଙ୍କ ଉତ୍ପାଦନ, ଅମଳ, ବ୍ୟବସାୟର ସରଳୀକରଣ ପାଇଁ ଆବଶ୍ୟକୀୟ ସାହାଯ୍ୟ ତଥା ସେମାନଙ୍କ ସୁବିଧା, ଅସୁବିଧା ଓ ସମାଧାନ ପନ୍ଥା ଗୁଡ଼ିକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆଗାମୀ ଦିନରେ […] The post ତୁଳୁ ଠାରେ କିଆଫୁଲ ଚାଷୀ ଙ୍କ ସହ ଆଲୋଚନା କଲେ ବିଧାୟକ ବିକ୍ରମ। appeared first on Odisha.News.

ଗୋପାଳପୁର,୧୧/୦୨
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଳୁ ଗ୍ରାମରେ କିଆ ଫୁଲ ଚାଷୀ ମାନଙ୍କ ତରଫରୁ ଆୟୋଜିତ ସଭାରେ
ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଯୋଗଦେଇଥିଲେ ।ଏହି ଅବସରରେ ଚାଷୀ ଏବଂ ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନର ପନ୍ଥା, ଚାଷୀଙ୍କ ଉତ୍ପାଦନ, ଅମଳ, ବ୍ୟବସାୟର ସରଳୀକରଣ ପାଇଁ ଆବଶ୍ୟକୀୟ ସାହାଯ୍ୟ ତଥା ସେମାନଙ୍କ ସୁବିଧା, ଅସୁବିଧା ଓ ସମାଧାନ ପନ୍ଥା ଗୁଡ଼ିକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆଗାମୀ ଦିନରେ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ଯଥାସାଧ୍ୟ ସାହାଯ୍ୟ ଓ ସମାଧାନ ପାଇଁ ବଦ୍ଧ ପରିକର ଅଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ତୁଳୁ ସମେତ ବିଭିନ୍ନ ଅଞ୍ଚଳର କିଆଫୁଲ ଚାଷୀ ମାନେ ଉପସ୍ଥିତ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଦିପକ ସାମନ୍ତ,ଆଜିତ ଦାସ , ରାମହରି ପାତ୍ର, ସୁନିଲ ସାହୁ ଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ।
The post ତୁଳୁ ଠାରେ କିଆଫୁଲ ଚାଷୀ ଙ୍କ ସହ ଆଲୋଚନା କଲେ ବିଧାୟକ ବିକ୍ରମ। appeared first on Odisha.News.