ତୃତୀୟ ଥର ଧର୍ମଶାଳାରୁ ପ୍ରଣବ ପ୍ରାର୍ଥୀ, ରଙ୍ଗ ଖେଳି ବାଣ ଫୁଟାଇ ସେଲିବ୍ରେସନ

ଚଣ୍ଡିଖୋଲ ୨୭।୩: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ସବୁଠି ଏବେ ସେଲିବ୍ରେସନ ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାର ୪ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ସେଥି ମଧ୍ୟରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପାଇଁ ପୁନର୍ବାର ପ୍ରଣବ ବଳବନ୍ତରାୟ କୁ ବିଜେଡିରୁ ପ୍ରାର୍ଥୀ କରାଯାଇଛି । ତୃତୀୟ ଥର ପାଇଁ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଣବ । ପ୍ରଣବଙ୍କୁ ପ୍ରାର୍ଥୀ ଘୋଷଣା ପରେ ବିଜେଡି ନେତା ଓ କର୍ମୀ ଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଧର୍ମଶାଳା ବିଜେଡି ପକ୍ଷରୁ ଏକ ବାଇକ ରାଲି ଅନୁଷ୍ଠିତ ହୋଇଥିଲା । ବାଣ ଫୁଟାଇ ରଙ୍ଗ ଖେଳି ସେଲିବ୍ରେସନ କରିଥିଲେ ନେତା ଓ କର୍ମୀ । ପୁନର୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଭରସା କରିଥିବାରୁ ଧର୍ମଶାଳା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।