ତୃତୀୟ ଦିନରେ କାଇଁଚପୁର ଠାକୁରାଣୀଙ୍କ ଯାତ୍ରା, ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି ମା’ଶୀତଳୟା

ଗଞ୍ଜାମ,୫ା୫(ବିଦ୍ୟାଧର ସାହୁ): ଠାକୁରାଣୀ ଯାତ୍ରା ପାଇଁ କାଇଁଚପୁର ଗାଁ ଚଳଚଞ୍ଚଳ ହୋଇଉଠିଛି। ଏହି ଯାତ୍ରା ସୋମବାର ତୃତୀୟ ଦିନରେ ପହଞ୍ଚିଛି। ବର୍ତ୍ତମାନ ମା’ ଶୀତଳୟା ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି। ମା’ଙ୍କୁ ପୂଜାର୍ଚ୍ଚନା ପରେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଘଟ ପରିକ୍ରମା କରାଯାଉଛି। ମା’ ଶୀତଳାଙ୍କ ଆଳତି ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି। ଘଟ ପରିକ୍ରମା ବେଳେ ସାହିର ପିଲାମାନେ ବିଭିନ୍ନ ବେଶ ହୋଇଥିବା ଦେଖିବାକୁ ମିଳିଛି। ଶୁକ୍ରବାର ମା’ଙ୍କୁ […] The post ତୃତୀୟ ଦିନରେ କାଇଁଚପୁର ଠାକୁରାଣୀଙ୍କ ଯାତ୍ରା, ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି ମା’ଶୀତଳୟା appeared first on Dharitri Odia News.

ତୃତୀୟ ଦିନରେ କାଇଁଚପୁର ଠାକୁରାଣୀଙ୍କ ଯାତ୍ରା, ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି ମା’ଶୀତଳୟା

ଗଞ୍ଜାମ,୫ା୫(ବିଦ୍ୟାଧର ସାହୁ): ଠାକୁରାଣୀ ଯାତ୍ରା ପାଇଁ କାଇଁଚପୁର ଗାଁ ଚଳଚଞ୍ଚଳ ହୋଇଉଠିଛି। ଏହି ଯାତ୍ରା ସୋମବାର ତୃତୀୟ ଦିନରେ ପହଞ୍ଚିଛି। ବର୍ତ୍ତମାନ ମା’ ଶୀତଳୟା ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି। ମା’ଙ୍କୁ ପୂଜାର୍ଚ୍ଚନା ପରେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଘଟ ପରିକ୍ରମା କରାଯାଉଛି। ମା’ ଶୀତଳାଙ୍କ ଆଳତି ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି। ଘଟ ପରିକ୍ରମା ବେଳେ ସାହିର ପିଲାମାନେ ବିଭିନ୍ନ ବେଶ ହୋଇଥିବା ଦେଖିବାକୁ ମିଳିଛି। ଶୁକ୍ରବାର ମା’ଙ୍କୁ ଫୁଲ ଚଢା ଯାଇଥିଲା। ମା’ଙ୍କ ମସ୍ତକରୁ ଫୁଲ ଖସିବା ପରେ ଯାତ୍ରା ଆରମ୍ଭ ହୋଇଥିଲା। ଘଣ୍ଟ ମୃଦଙ୍ଗ ସହ ବିଭିନ୍ନ ବାଦ୍ୟ ବାଜଣାରେ କମ୍ପି ଉଠିଥିଲା। ଗ୍ରାମ ପୂଜକ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ଦ୍ୱାରା ମା’ଙ୍କ ପୂଜାର୍ଚ୍ଚନା ଚାଲିଛି। ଯାତ୍ରା ପରିଚାଳନା କମିଟି ସଭାପତି ତଥା ୧୫ ନଂ ଜିଲା ପରିଷଦ ସଭ୍ୟ ସନାତନ ବେହେରା, ସମ୍ପାଦକ ଭାଗ୍ୟ ରେଡ୍ଡୀ, କୋଷାଧ୍ୟକ୍ଷ ପି.କ୍ରିଷ୍ଣା ରେଡ୍ଡୀ, ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡ୍ଡୀ, ଶାନ୍ତି କମିଟି ସଦସ୍ୟ କେ.ରଜନୀ ରେଡ୍ଡୀ, ରାବଣା ରେଡ୍ଡୀ, ମାସେନୁ ରେଡ୍ଡୀ, ଈଶ୍ୱର ସେଠୀ, ଶିବଶଙ୍କର ସେଠୀ, ଲୋକନାଥ ବେହେରା ପ୍ରମୁଖ ସହଯୋଗ କରୁଛନ୍ତି। ପୂର୍ବରୁ ଏହି ଯାତ୍ରା ୩ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିଲା କିନ୍ତୁ କୌଣସି କାରଣରୁ ତାହା ବନ୍ଦ ହୋଇଯାଇଥିଲା। ୧୨ବର୍ଷ ପରେ ଚଳିତ ବର୍ଷ ମା’ଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବାରୁ କାଇଁଚପୁର ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି।

The post ତୃତୀୟ ଦିନରେ କାଇଁଚପୁର ଠାକୁରାଣୀଙ୍କ ଯାତ୍ରା, ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି ମା’ଶୀତଳୟା appeared first on Dharitri Odia News.