ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାହିଁକି ତାଙ୍କ ଚେୟାର’ର ଦିଗ ବଦଳାଗଲା ଜାଣନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ଠାରୁ ସିଏମଓ ବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛନ୍ତି । ଜୁନ୍ ୧୨ ତାରିଖରୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ମୋହନ ମାଝି । ହେଲେ ସେବେଠାରୁ ରାଜ୍ୟ ଅତିଥି ଭବନକୁ ନିଜର ଅସ୍ଥାୟୀ ଅଫିସ୍ କରି କାର୍ଯ୍ୟ ସମ୍ପାଦନ କରିଆସୁଥିଲେ ମୁଖ୍ୟମନ୍ତ୍ରୀ । ଆଉ ଶପଥ ନେବାର ଦୀର୍ଘ ୨୨ ଦିନ ପରେ ଗୁରୁବାର ବା ଗତକାଲି ଲୋକସେବା ଭବନରେ […]

ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାହିଁକି ତାଙ୍କ ଚେୟାର’ର ଦିଗ ବଦଳାଗଲା ଜାଣନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ଠାରୁ ସିଏମଓ ବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛନ୍ତି । ଜୁନ୍ ୧୨ ତାରିଖରୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ମୋହନ ମାଝି । ହେଲେ ସେବେଠାରୁ ରାଜ୍ୟ ଅତିଥି ଭବନକୁ ନିଜର ଅସ୍ଥାୟୀ ଅଫିସ୍ କରି କାର୍ଯ୍ୟ ସମ୍ପାଦନ କରିଆସୁଥିଲେ ମୁଖ୍ୟମନ୍ତ୍ରୀ । ଆଉ ଶପଥ ନେବାର ଦୀର୍ଘ ୨୨ ଦିନ ପରେ ଗୁରୁବାର ବା ଗତକାଲି ଲୋକସେବା ଭବନରେ ଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ବା ସିଏମଓରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।

ଗତ ଜୁନ୍ ମାସ ୪ ତାରିଖରେ ନିର୍ବାଚନ ଫଳାଫଳ ବାହାରିଥିଲା ଆଉ ସେହିଦିନ ହିଁ ବିଜେପି ରାଜ୍ୟରେ ସରକାର ଗଠନ କରୁଥିବା ସ୍ପଷ୍ଟ ହୋଇଥିଲା । ଆଉ ଏହାର ଠିକ୍ ଗୋଟିଏ ମାସ ପରେ ଅର୍ଥାତ୍ ଜୁଲାଇ ୪ ତାରିଖରେ ଆନୁଷ୍ଠାନିକ ଭାବେ ଲୋକସେବା ଭବନରେ ରହିଥିବା ନିଜ କାର୍ଯ୍ୟାଳୟକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ନୂଆ ରୂପରେ ସଜେଇ ହୋଇଛି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ । ଗତକାଲି ପୂଜାର୍ଚ୍ଚନା ପରେ ମୁଣ୍ଡିଆ ମାରି ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରଥମ ଥର ପାଇଁ ଲୋକସେବା ଭବନରେ ପ୍ରବେଶ କରିଛନ୍ତି।

ଲୋକସେବା ଭବନର ତୃତୀୟ ମହଲାରେ ରହିଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ବା ସିଏମଓରେ ଗତକାଲି ପ୍ରଥମ ଥର ପାଇଁ ବସିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନର ଥାର୍ଡ ଫ୍ଲୋର୍‌ରେ ନିଜ କାର୍ଯ୍ୟାଳୟରେ ଗତକାଲି ଆନୁଷ୍ଠାନିକ ଭାବେ ପ୍ରବେଶ କରିବା ସହ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରକୋଷ୍ଠରେ ବସୁଥିଲେ, ସେଇଠି ବସିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ତେବେ ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିଏମଓ ବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଆସବାବପତ୍ର ସହ ଚେୟାରର ଦିଗ ବି ବଦଳିଛି ।

ପୂର୍ବରୁ ନବୀନ ବାବୁଙ୍କ ଚେୟାର ଦକ୍ଷିଣାଭିମୁଖୀ ଥିଲା । ଅର୍ଥାତ୍ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚୌକି ଦକ୍ଷିଣ ଦିଗକୁ ମୁହଁ କରି ପଡିଥିଲା । ହେଲେ ନୂଆ ମୁଖ୍ୟମନ୍ତ୍ରୀଙ୍କ ବସିବା ପାଇଁ ଚେୟାରର ଦିଗ ବଦଳାଇ ଦିଆଯାଇଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଚେୟାରକୁ ପୂର୍ବାଭିମୁଖୀ କରାଯାଇଛି । ତେବେ ଥାର୍ଡ ଫ୍ଲୋର ବା ତୃତୀୟ ମହଲାରେ ରହିଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ବା ସିଏମଓରେ ମୁଖ୍ୟମନ୍ତ୍ରୀଙ୍କ ବସିବା ପାଇଁ ଚେୟାରର ଦିଗ କାହିଁକି ବଦଳାଯାଇଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ବାସ୍ତୁବିତ୍ ମନୋଜ ଲେଙ୍କା ।

ତାଙ୍କ କହିବା ଅନୁସାରେ ଚେୟାର ପୂର୍ବାଭିମୁଖୀ ରହିଲେ ଏଥିରେ ବସୁଥିବା ଲୋକ ରାଜ୍ୟର ଚିନ୍ତା କରିବେ । ଅର୍ଥାତ୍ ନୂଆ ମୁଖ୍ୟମନ୍ତ୍ରୀ ଏହି ଚୌକିରେ ବସିଲେ ରାଜ୍ୟ ପାଇଁ ଚିନ୍ତା କରିବେ ଓ ଜନମାନସ ସହ ମିଶି କରି ରହିବେ । ଏହା ଦ୍ୱାରା ୩ ମାସ ମଧ୍ୟରେ ରାଜ୍ୟର ବହୁତ ଉନ୍ନତି ହେବ ବୋଲି କହିଛନ୍ତି ବାସ୍ତୁବିତ୍ । ଆଉ ଖାସ୍ ଏହି କାରଣ ପାଇଁ ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କ ବସିବା ପାଇଁ ରହିଥିବା ଚୌକିର ଦିଗକୁ ପୂର୍ବାଭିମୁଖୀ କରାଯାଇଛି । ଅର୍ଥାତ୍ ମୁଖ୍ୟମନ୍ତ୍ରୀ ମୋହନ ମାଝି ପୂର୍ବ ଦିଗକୁ ମୁହଁ କରି ବସିବେ । ଆଉ ରାଜ୍ୟ ଶାସନ ସୂଚାର ରୂପେ ତୁଲାଇବେ ବୋଲି ବାସ୍ତୁବିତ୍ କହିଛନ୍ତି ।