ତେଜସ୍ବୀଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ନେତା ତେଜସ୍ବୀ ଯାଦବଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାନହାନି ମାମଲା ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଅଭୟ ଏସ୍ ଓକା ଏବଂ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ ଆଜି ତେଜସ୍ବୀଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଖାରଜ କରିବା ସହ କହିଛନ୍ତି, ତେଜସ୍ବୀ ନିଜର ତ୍ରୁଟି ଓ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ମାଗିସାରିଥିବାରୁ ତାଙ୍କ ବିରୋଧରେ ମାମଲା ଚାଲୁ ରଖିବାର କୌଣସି ଆବଶ୍ୟକତା ନାହିଁ। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ମାର୍ଚ୍ଚରେ […]

ତେଜସ୍ବୀଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ନେତା ତେଜସ୍ବୀ ଯାଦବଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାନହାନି ମାମଲା ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଅଭୟ ଏସ୍ ଓକା ଏବଂ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ ଆଜି ତେଜସ୍ବୀଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଖାରଜ କରିବା ସହ କହିଛନ୍ତି, ତେଜସ୍ବୀ ନିଜର ତ୍ରୁଟି ଓ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ମାଗିସାରିଥିବାରୁ ତାଙ୍କ ବିରୋଧରେ ମାମଲା ଚାଲୁ ରଖିବାର କୌଣସି ଆବଶ୍ୟକତା ନାହିଁ। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ମାର୍ଚ୍ଚରେ ରେ ଏକ ସାଧାରଣ ସଭାରେ ତେଜସ୍ବୀ କହିଥିଲେ କେବଳ ଗୁଜରାଟୀମାନେ ହିଁ ଠକିପାରନ୍ତି। ଏଭଳି ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଗୁଜରାଟର ଜଣେ ବାସିନ୍ଦା ହରେଶ ମେହେଟାଙ୍କ ଅଭିଯୋଗ ଆଧାରରେ ଅଗଷ୍ଟ ୨୦୨୩ରେ ଅହମଦାବାଦ କୋର୍ଟ ତେଜସ୍ବୀଙ୍କୁ ସମନ କରିଥିଲେ। ଏହା ବିରୋଧରେ ତେଜସ୍ବୀ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଗୁଜରାଟ ବଦଳରେ ଦିଲ୍ଲୀ କିମ୍ବା ପାଟଣାକୁ ମାମଲା ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ। ଜାନୁଆରି ୧୯ ତାରିଖରେ କୋର୍ଟଙ୍କ ନିକଟରେ କ୍ଷମା ମାଗିଥିଲେ। ତେବେ ଜାନୁଆରି ୨୯ ତାରିଖରେ, ସୁପ୍ରିମକୋର୍ଟ ତେଜସ୍ବୀଙ୍କୁ ତାଙ୍କ ମନ୍ତବ୍ୟକୁ ଫେରାଇ ନେବାକୁ ତେଜସ୍ବୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।