ତେଜିଲା ଆମପାଣି ବ୍ଲକ ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଲଡୁଗାଁ : କଳାହାଣ୍ଡି ଜିଲ୍ଲା ଚାରିଆଡ଼େ ଏବେ ନୂତନ ବ୍ଳକ ଘୋଷଣା ଦାବି ଦିନକୁ ଦିନ ଜୋର ଧରିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକର ଆମପାଣି ପଞ୍ଚାୟତରେ ବ୍ଳକ ଗଠନ ପାଇଁ ସବୁ ପ୍ରକାର ଭିତ୍ତିଭୂମି ରହିଥିବାରୁ ଆମପାଣି ଜିଲ୍ଲା ପରିଷଦ ଜୋନର ୮ ଗୋଟି ପଞ୍ଚାୟତ ସହ ପଡୋଶୀ ଜୟପାଟଣା ବ୍ଳକର ବଡପୁଝାରୀଗୁଡା ଓ ଉଚ୍ଛୁଲା ଗ୍ରାମ ପଞ୍ଚାୟତ ନୂତନ ବ୍ଳକ ପାଇଁ ଦାବୀ କରିଆସୁଛନ୍ତି। ଆମପାଣି ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟି […]

ଲଡୁଗାଁ : କଳାହାଣ୍ଡି ଜିଲ୍ଲା ଚାରିଆଡ଼େ ଏବେ ନୂତନ ବ୍ଳକ ଘୋଷଣା ଦାବି ଦିନକୁ ଦିନ ଜୋର ଧରିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକର ଆମପାଣି ପଞ୍ଚାୟତରେ ବ୍ଳକ ଗଠନ ପାଇଁ ସବୁ ପ୍ରକାର ଭିତ୍ତିଭୂମି ରହିଥିବାରୁ ଆମପାଣି ଜିଲ୍ଲା ପରିଷଦ ଜୋନର ୮ ଗୋଟି ପଞ୍ଚାୟତ ସହ ପଡୋଶୀ ଜୟପାଟଣା ବ୍ଳକର ବଡପୁଝାରୀଗୁଡା ଓ ଉଚ୍ଛୁଲା ଗ୍ରାମ ପଞ୍ଚାୟତ ନୂତନ ବ୍ଳକ ପାଇଁ ଦାବୀ କରିଆସୁଛନ୍ତି। ଆମପାଣି ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସେ ନେଇ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଜିଲ୍ଲା ମୁଖ୍ୟାଳୟରେ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୁଚନା ଯୋଗ୍ୟ ଯେ କଳାହାଣ୍ଡିବାସୀଙ୍କ ଆରାଧ୍ୟ ପ୍ରଭୁ ବୁଢ଼ାରଜାଙ୍କ ମନ୍ଦିର ସମେତ ବଣ ଭୋଜି ପାଇଁ ଉତ୍କୃଷ୍ଟ ସ୍ଥାନ କରକ ଜଳ ପ୍ରପାତ ତତ୍ ସହିତ ନିହାଣ ମୁନରେ ପ୍ରସ୍ତର ଖଣ୍ଡକୁ ଜୀବନ୍ତ ରୂପ ପ୍ରଦାନ କରୁଥିବା କଳାକାର ମାନଙ୍କ ଗାଁ କନ୍ଦାଗଡ କାରିଗର ମାନଙ୍କ ଆର୍ଥିକ, ଭୌଗୋଳିକ ଓ ବ୍ୟବସାୟୀକ କ୍ଷେତ୍ରରେ ଉନ୍ନତି ନିମିତ୍ତ ଏହା ଜରୁରୀ ବୋଲି ଏଠାକାର ବାସିନ୍ଦା କୁହନ୍ତି । ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ନାଏବ ସରପଞ୍ଚ ଧନୁ ଦୁର୍ଗା, ପୂର୍ବତନ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡାମାଝୀ, ବିଘ୍ନେଶ୍ୱର ନାଏକ, କାଉଡୋଲା ସରପଞ୍ଚ ଦେବୀ ସିଂ ତାଣ୍ଡି , ତାପସ ରଞ୍ଜନ ରାୟ, ଧର୍ମାନନ୍ଦ ନାଏକ, ଭଜମନ ନାଏକ, କୁମୁଦ ପୁଝାରୀ, ବିଜୟ କୁମାର ପଣ୍ଡା, ସୁରେଶ ସାହୁ, ନାଗେଶ୍ବର ରାଓ, ରାଜୁ ପଟେଲ, ବିନୋଦ ସିଂ, ପ୍ରଶାନ୍ତ ମୁନି, ଦୟାନିଧି ନାଏକ, କେଶବ ବେଣୁପାଣି, ଭବାନୀ ଶଙ୍କର ପୁରୋହିତ, କୃଷ୍ଣଚନ୍ଦ୍ର ନାଏକ, କୁମୁଦ ସେଠୀ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।