ତେଜିଲା ପଦ୍ମପୁର ଜିଲା ଦାବି, ୧୬ରେ ୧୨ ଘଣ୍ଟିଆ ବନ୍ଦ

ପାଇକମାଳ,୧୨ା୧(ବଡ ଶତପଥି): ବରଗଡ଼ ଜିଲା ପାଇକମାଳସ୍ଥିତ ନୃସିଂହନାଥ ଧର୍ମଶାଳାଠାରେ ପଦ୍ମପୁର ଜିଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ଆଇନଜୀବୀ ରାମରତନ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଇକମାଳ ନାଗରିକ କମିଟି, ବଣିକ ସଂଘ, ଓକିଲ ସଂଘ, ସାମ୍ବାଦିକ ସଂଘ ଓ ଅନ୍ୟାନ ସଂଘର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ପଦ୍ମପୁରକୁ ଜିଲା ଗଠନ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ ହେବା ଦୁର୍ଭାଗ୍ୟ ଜନକ ବୋଲି […] The post ତେଜିଲା ପଦ୍ମପୁର ଜିଲା ଦାବି, ୧୬ରେ ୧୨ ଘଣ୍ଟିଆ ବନ୍ଦ appeared first on Dharitri Odia News.

ତେଜିଲା ପଦ୍ମପୁର ଜିଲା ଦାବି, ୧୬ରେ ୧୨ ଘଣ୍ଟିଆ ବନ୍ଦ

ପାଇକମାଳ,୧୨ା୧(ବଡ ଶତପଥି): ବରଗଡ଼ ଜିଲା ପାଇକମାଳସ୍ଥିତ ନୃସିଂହନାଥ ଧର୍ମଶାଳାଠାରେ ପଦ୍ମପୁର ଜିଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ଆଇନଜୀବୀ ରାମରତନ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଇକମାଳ ନାଗରିକ କମିଟି, ବଣିକ ସଂଘ, ଓକିଲ ସଂଘ, ସାମ୍ବାଦିକ ସଂଘ ଓ ଅନ୍ୟାନ ସଂଘର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ପଦ୍ମପୁରକୁ ଜିଲା ଗଠନ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ ହେବା ଦୁର୍ଭାଗ୍ୟ ଜନକ ବୋଲି କ୍ରିୟାନୁଷ୍ଠାନ କମିଟି ଉପଦେଷ୍ଟା ଆଇନଜୀବୀ ଗୈନ୍ତିଆ ସାହୁ ଓ ସଂଯୋଜକ ଆଇନଜୀବୀ ଅଜିତ କୁମାର ଶତପଥୀ କହିବା ସହ କ୍ଷୋଭ ପ୍ରକାଶ କରିଥିଲେ।

ଏହି ଅବସରରେ ବିନୋଦ କାଲିଆଙ୍କୁ ମିଳିତ କ୍ରିୟାନୁଷ୍ଠାନ କମିଟିର ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା। ଆଇନଜୀବୀ ରାଜ କିଶୋର ସାହୁ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମନୋଜ ତ୍ରିବେଦୀ, ଯୁଗଳ ମେହେର, ଦିଲ୍ଲୀପ ଅଗ୍ରୱାଲ, କୁସୁମ ରାଓ ପ୍ରମୁଖ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ପଦ୍ମପୁର ଜିଲା ଦାବି ସହ ପାଇକମାଳକୁ ଏନ୍‌ଏସସି ଓ ପାଇକମାଳ ଚିକିତ୍ସାଳୟକୁ ସିଏଚ୍‌ସି କରିବାକୁ ଦାବି ରଖିଥିଲେ। ଏନେଇ ଆସନ୍ତା ୧୬ ତାରିଖ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଇକମାଳ ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ଜରୁରୀକାଳୀନ ସେବାକୁ ଛାଡି ଦେଇ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

The post ତେଜିଲା ପଦ୍ମପୁର ଜିଲା ଦାବି, ୧୬ରେ ୧୨ ଘଣ୍ଟିଆ ବନ୍ଦ appeared first on Dharitri Odia News.