ତେଜୁଛି ଜନତାଙ୍କ ଅସନ୍ତୋଷ, ବଢ଼ୁଛି ଭକ୍ତଙ୍କ ଉଦବେଗ

ଉଚ୍ଚତାକୁ ଖାତିର ନକରି କେମିତି ଚଢ଼ିଗଲେ ଗଞ୍ଜାମ ଛତ୍ରପୁରର ବଳରାମ ମହାରଣା ଓରଫ୍ ବାୟା?

ତେଜୁଛି ଜନତାଙ୍କ ଅସନ୍ତୋଷ, ବଢ଼ୁଛି ଭକ୍ତଙ୍କ ଉଦବେଗ

ତେଜୁଛି ଜନତାଙ୍କ ଅସନ୍ତୋଷ । ବଢ଼ୁଛି ଭକ୍ତଙ୍କ ଉଦବେଗ । ସମସ୍ତଙ୍କୁ ଘାରିଛି ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା । କାହିଁକି ବା ନହେବ । ତ୍ରିସ୍ତରୀୟ ସୁରକ୍ଷାକୁ ଭେଦି ୬୫ ବର୍ଷିୟ ବୃଦ୍ଧ ଜଣକ ଶ୍ରୀମନ୍ଦିର ଦଧିନଉତିକୁ ଯେପରି ଅନାୟସରେ ଚଢ଼ିଗଲେ ସାରା ଦୁନିଆ ଦେଖିଲା। ଶ୍ରୀମନ୍ଦିରର ଉଚ୍ଚତା ହେଉଛି ୨୧୪ ଫୁଟ୍। ତା ଉପରେ ନୀଳଚକ୍ରରେ ଫରଫର୍ ଉଡୁଛି ପତିତପାବନ ବାନା। ସମୟ ରାତି ପ୍ରାୟ ସାଢ଼େ ୯ଟା। ଏତେ ଉଚ୍ଚତାକୁ ଖାତିର ନକରି କେମିତି ଚଢ଼ିଗଲେ ଗଞ୍ଜାମ ଛତ୍ରପୁରର ବଳରାମ ମହାରଣା ଓରଫ୍ ବାୟା?