ତେଜୁଛି ପୋଷ୍ଟର ରାଜନୀତି
କଟକ,୫।୩(ଶିଳ୍ପା ପ୍ରିୟଦର୍ଶିନୀ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ବିବାଦ ଦେଖିବାକୁ ମିଳୁଛି। ଏବେ ପୋଷ୍ଟର ରାଜନୀତି ତୀବ୍ର ହେବାରେ ଲାଗିଛି। ଏଥିରୁ ବାଦ୍ ପଡ଼ିନି ଭାଜପା। ମଙ୍ଗଳବାର କଟକ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଦେଖିବାକୁ ମିଳିଛି ଭାଜପା ପୋଷ୍ଟର। ହେଲେ ଏହା କୌଣସି ଶୁଭେଚ୍ଛାର ପୋଷ୍ଟର ନୁହେଁ। ଏହି ପୋଷ୍ଟରରେ ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡ଼ୁଙ୍କ ଫଟୋ ଓ ଉପସଭାପତି ସନ୍ତୋଷ ମହାନ୍ତିଙ୍କ ନାମ ରହିଛି। ଲଲାଟେନ୍ଦୁଙ୍କ ଫଟୋ ଓ ସନ୍ତୋଷଙ୍କ ନାମରେ […] The post ତେଜୁଛି ପୋଷ୍ଟର ରାଜନୀତି appeared first on Dharitri Odia News.
କଟକ,୫।୩(ଶିଳ୍ପା ପ୍ରିୟଦର୍ଶିନୀ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ବିବାଦ ଦେଖିବାକୁ ମିଳୁଛି। ଏବେ ପୋଷ୍ଟର ରାଜନୀତି ତୀବ୍ର ହେବାରେ ଲାଗିଛି। ଏଥିରୁ ବାଦ୍ ପଡ଼ିନି ଭାଜପା। ମଙ୍ଗଳବାର କଟକ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଦେଖିବାକୁ ମିଳିଛି ଭାଜପା ପୋଷ୍ଟର। ହେଲେ ଏହା କୌଣସି ଶୁଭେଚ୍ଛାର ପୋଷ୍ଟର ନୁହେଁ। ଏହି ପୋଷ୍ଟରରେ ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡ଼ୁଙ୍କ ଫଟୋ ଓ ଉପସଭାପତି ସନ୍ତୋଷ ମହାନ୍ତିଙ୍କ ନାମ ରହିଛି। ଲଲାଟେନ୍ଦୁଙ୍କ ଫଟୋ ଓ ସନ୍ତୋଷଙ୍କ ନାମରେ ଛକିଦାଗ ପଡ଼ିଥିବା ପରିଲକ୍ଷିତ ହୋଇଛି। ସନ୍ତୋଷଙ୍କୁ ଦଳରେ ଲଲାଟେନ୍ଦୁ ମିଶାଇଥିବାରୁ ଏହାକୁ ଭାଜପା ବିରୋଧ କରୁଛି ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି, ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି। ଉକ୍ତ ପୋଷ୍ଟର ଏବେ ଦଳୀୟ କନ୍ଦଳକୁ ପଦାରେ ପକାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଏ ନେଇ ନଗର ସଭାପତି ବଡୁଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ସମସ୍ତ କୁଚକ୍ରାନ୍ତ କାମ କେବଳ ବିରୋଧୀ ଦଳ ହିଁ କରିଛି। ମୋ ନେତୃତ୍ୱକୁ ସହି ନ ପାରି ଏଭଳି ପୋଷ୍ଟର ମାରି ନିଜ କୁମାନସିକତାକୁ ଦର୍ଶାଉଛନ୍ତି ବିରୋଧୀ ଦଳ। ଭାଜପାରେ ସମସ୍ତେ ପ୍ରତିଷ୍ଠିତ ବ୍ୟକ୍ତି ରହିଛନ୍ତି। ଯେଉଁମାନେ ଏପରି କାମ କରୁଛନ୍ତି ସେମାନଙ୍କର ସତ୍ସାହସ ନାହିଁ ସାମ୍ନାରେ ଲଢ଼େଇ କରିବା ପାଇଁ। ଏପରିକି ମୋତେ କିଛି ଫୋନ୍କଲ ଆସୁଛି, ଯେଉଁଥିରେ ମୋତେ ସିଧାସଳଖ ଧମକାଯାଉଛି। ଏନେଇ ମୁଁ ଥାନାର ଦ୍ୱାରସ୍ଥ ହେବି ବୋଲି ବଡୁ ପ୍ରକାଶ କରିଛନ୍ତି।
The post ତେଜୁଛି ପୋଷ୍ଟର ରାଜନୀତି appeared first on Dharitri Odia News.