‘ତେରେ ଇସ୍କ ମେଁ’ରେ ଧନୁଷଙ୍କ ବିପକ୍ଷରେ କ୍ରିତି
ମୁମ୍ବାଇ: ଅଭିନେତା ଧନୁଷ୍ଙ୍କ ଆଗାମୀ ଫିଲ୍ମ ‘ତେରେ ଇସ୍କ ମେଁ’ର ଦ୍ୱିତୀୟ ଟିଜର ମଙ୍ଗଳବାର ରିଲିଜ୍ ହୋଇଛି, ଯେଉଁଥିରେ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀଙ୍କ ଉପରୁ ପରଦା ଉଠିଛି। ପ୍ରଥମ ଟିଜରରେ କେବଳ ଅଭିନେତ୍ରୀଙ୍କ ଭଏସ୍ ଓଭର ଶୁଣିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଧନୁଷ୍ଙ୍କ ବିପକ୍ଷରେ ଅଭିନେତ୍ରୀ କ୍ରିତି ସାନନ୍ ନଜରକୁ ଆସିବେ। ୨୦୧୩ରେ ରିଲିଜ୍ ହୋଇଥିବା ‘ରଂଝଣା’ ଫିଲ୍ମର ୧୨ ବର୍ଷ ପରେ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟଙ୍କ ସହ ଧନୁଷ୍ଙ୍କ ଯୋଡ଼ିକୁ ପୁଣିଥରେ ଦେଖିବାକୁ ମିଳିବ। […] The post ‘ତେରେ ଇସ୍କ ମେଁ’ରେ ଧନୁଷଙ୍କ ବିପକ୍ଷରେ କ୍ରିତି appeared first on Dharitri Odia News.
ମୁମ୍ବାଇ: ଅଭିନେତା ଧନୁଷ୍ଙ୍କ ଆଗାମୀ ଫିଲ୍ମ ‘ତେରେ ଇସ୍କ ମେଁ’ର ଦ୍ୱିତୀୟ ଟିଜର ମଙ୍ଗଳବାର ରିଲିଜ୍ ହୋଇଛି, ଯେଉଁଥିରେ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀଙ୍କ ଉପରୁ ପରଦା ଉଠିଛି। ପ୍ରଥମ ଟିଜରରେ କେବଳ ଅଭିନେତ୍ରୀଙ୍କ ଭଏସ୍ ଓଭର ଶୁଣିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଧନୁଷ୍ଙ୍କ ବିପକ୍ଷରେ ଅଭିନେତ୍ରୀ କ୍ରିତି ସାନନ୍ ନଜରକୁ ଆସିବେ। ୨୦୧୩ରେ ରିଲିଜ୍ ହୋଇଥିବା ‘ରଂଝଣା’ ଫିଲ୍ମର ୧୨ ବର୍ଷ ପରେ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟଙ୍କ ସହ ଧନୁଷ୍ଙ୍କ ଯୋଡ଼ିକୁ ପୁଣିଥରେ ଦେଖିବାକୁ ମିଳିବ। ପୂର୍ବରୁ ଏକ ଟିଜର ଦ୍ୱାରା ‘ତେରେ ଇସ୍କ ମେଁ’ ଫିଲ୍ମର ଘୋଷଣା କରାଯାଇଥିଲା, ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ତେବେ ଉକ୍ତ ଟିଜରରେ ଫିଲ୍ମର ମୁଖ୍ୟ ଅଭିନେତ୍ରୀଙ୍କ ଉପରୁ ପରଦା ଉଠାଯାଇ ନ ଥିଲା। ସେଥିରେ କେବଳ ଅଭିନେତ୍ରୀଙ୍କ ସ୍ବର ଶୁଣାଯାଇଥିଲା। ତେବେ ମଙ୍ଗଳବାର ଫିଲ୍ମର ଦ୍ୱିତୀୟ ଟିଜରକୁ ଧନୁଷ୍ ତାଙ୍କ ଇନ୍ଷ୍ଟାଗ୍ରାମରେ ଶେୟାର କରିବା ସହ ଏଥିରେ କ୍ରିତିଙ୍କୁ ଟ୍ୟାଗ କରିଛନ୍ତି। ଏହି ଟିଜରରେ କ୍ରିତିଙ୍କୁ ଏକ ଦଙ୍ଗା ହୋଇଥିବା ଅଞ୍ଚଳରେ ଚାଲି ଚାଲି ଆଗକୁ ବଢ଼ୁଥିବାର ଦେଖିବାକୁ ମିଳିଛି। ସେ ନିଜର ପୁରୁଣା ସ୍ମୃତିକୁ ମନେପକାଇ ଚାଲିବାବେଳେ ନିଜ ଉପରେ ପେଟ୍ରୋଲ ଢାଳୁଛନ୍ତି। ଏହାପରେ ସେ ଏକ ସ୍ଥାନରେ ବସି ସିଗାରେଟ ଜଳାଉଛନ୍ତି। ଏହି ଦୃଶ୍ୟ ସହ ତେରେ ଇସ୍କ ମେଁ’ ଫିଲ୍ମର ଦ୍ୱିତୀୟ ଟିଜର ଶେଷ ହୋଇଛି। ଧନୁଷ୍ ତାଙ୍କ ପୋଷ୍ଟ’ର କ୍ୟାପ୍ଶନରେ ଲେଖିଛନ୍ତି, ”ନିଆଁର ପ୍ରକୋପ ମଧ୍ୟରେ ବି କିଛି ପ୍ରେମ କାହାଣୀ ବଢ଼ିବା ପାଇଁ ହୋଇଥାଏ। ଏହାର ପ୍ରମାଣ ହେଉଛନ୍ତି ଶଙ୍କର ଓ ମୁକ୍ତି। ଆସନ୍ତା ନଭେମ୍ବର ୨୮ରେ ‘ତେରେ ଇସ୍କ ମେଁ’ ମୁକ୍ତିଲାଭ କରିବ।“ ଫିଲ୍ମର ପ୍ରଥମ ଟିଜରରେ କ୍ରିତିଙ୍କର ଏକ ଭଏସ୍ ଓଭର ରହିଥିଲା ଯେଉଁଥିରେ ସେ କହିଥିଲେ, ”କେବଳ ପୁଅମାନେ ପ୍ରେମରେ ଜୀବନ ଦେଇଥାନ୍ତି କି। ପ୍ରେମ ପାଇଁ ଜୀବନ ଦେବାକୁ କିଛି ଝିଅଙ୍କର ମଧ୍ୟ ସାହସ ରହିଛି।“ ପ୍ରକାଶ ଯେ, ହିମାଂଶୁ ଶର୍ମାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଏ. ଆର୍. ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି।
The post ‘ତେରେ ଇସ୍କ ମେଁ’ରେ ଧନୁଷଙ୍କ ବିପକ୍ଷରେ କ୍ରିତି appeared first on Dharitri Odia News.