‘ତେରେ ଇସ୍କ୍‌ ମେଁ ’ର ସୁଟିଂ ଆରମ୍ଭ କରିବେ ଧନୁଷ୍‌

ବଲିଉଡ୍‌ରେ ଅନେକ ଫିଲ୍ମ ଘୋଷଣା ହୋଇ ମଧ୍ୟ କୌଣସି ନା କୌଣସି କାରଣରୁ ଏହାର ନିର୍ମାଣ ହୋଇପାରେ ନାହିଁ। ଏଭଳି କିଛି ଘଟିଛି ସାଉଥ୍‌ର ଲୋକପ୍ରିୟ ଅଭିନେତା ଧନୁଷଙ୍କ ସହ। ଆନନ୍ଦ ଏଲ୍‌ ରାୟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତେରେ ଇସ୍କ୍‌ ମେ’ର ଘୋଷଣା ହେବାର ୧୧ ମାସ ପରେ ବି ଏହାର ସୁଟିଂ ଆରମ୍ଭ ହୋଇ ନାହିଁ। ମଝିରେ ଏହି ଫିଲ୍ମ ନିର୍ମାଣ ହେବ ନାହିଁ ବୋଲି ଖବର ବି ପ୍ରକାଶ ପାଇଥିଲା। ତେବେ ଧନୁଷ ଏବେ […]

‘ତେରେ ଇସ୍କ୍‌ ମେଁ ’ର ସୁଟିଂ ଆରମ୍ଭ କରିବେ ଧନୁଷ୍‌
Untitled 1 6

ବଲିଉଡ୍‌ରେ ଅନେକ ଫିଲ୍ମ ଘୋଷଣା ହୋଇ ମଧ୍ୟ କୌଣସି ନା କୌଣସି କାରଣରୁ ଏହାର ନିର୍ମାଣ ହୋଇପାରେ ନାହିଁ। ଏଭଳି କିଛି ଘଟିଛି ସାଉଥ୍‌ର ଲୋକପ୍ରିୟ ଅଭିନେତା ଧନୁଷଙ୍କ ସହ। ଆନନ୍ଦ ଏଲ୍‌ ରାୟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତେରେ ଇସ୍କ୍‌ ମେ’ର ଘୋଷଣା ହେବାର ୧୧ ମାସ ପରେ ବି ଏହାର ସୁଟିଂ ଆରମ୍ଭ ହୋଇ ନାହିଁ। ମଝିରେ ଏହି ଫିଲ୍ମ ନିର୍ମାଣ ହେବ ନାହିଁ ବୋଲି ଖବର ବି ପ୍ରକାଶ ପାଇଥିଲା। ତେବେ ଧନୁଷ ଏବେ ଏକ ତାମିଲ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଆନନ୍ଦଙ୍କ ଏହି ଫିଲ୍ମର ସୁଟିଂ ପାଇଁ ତାଙ୍କୁ ଦୁଇ ମାସ ସମୟ ଦେବାକୁ ହେବ। ତେଣୁ ତାମିଲ୍‌ ଫିଲ୍ମର ସୁଟିଂ ପରେ ହିଁ ଧନୁଷ ଏହାର ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଆନନ୍ଦ ମଧ୍ୟ ଧନୁଷଙ୍କ କଥାରେ ରାଜି ଅଛନ୍ତି। ଅକ୍ଟୋବର, ନଭେମ୍ବର ମାସରେ ଧନୁଷ ଏହାର ସୁଟିଂ ଆରମ୍ଭ କରିବେ। ଏହା ଏକ ଭିନ୍ନ ଧରଣର ପ୍ରେମ କାହାଣୀ ହେବ। ଏଥିରେ ଧନୁଷ ଶଙ୍କର ନାମକ ଜଣେ କ୍ରୋଧୀ ଯୁବକ ଭୂମିକାରେ ଅଭିନୟ କରିବେ। ତେବେ ଜୁଲାଇ ମାସ ସୁଦ୍ଧା ଫିଲ୍ମର ନାୟିକା ଫାଇନାଲ କରାଯିବ। ହିମାଂଶୁ ଶର୍ମା ଓ ନୀରଜ ଏହାର କାହାଣୀ ଲେଖିଥିବାବେଳେ ଏ.ଆର୍‌ ରେହମାନ୍‌ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେବେ। ବାରଣାସୀ ଓ ଉତ୍ତର ପ୍ରଦେଶର କେତେକ ସ୍ଥାନରେ ଏହାର ସୁଟିଂ ହେବ। ଏହାପୂର୍ବରୁ ଧନୁଷ, ଆନନ୍ଦଙ୍କ ଫିଲ୍ମ ‘ରାଞ୍ଝଣା’ ଓ ‘ଅତରଙ୍ଗି ରେ ’ କାମ କରିଥିଲେ।