ତେଲରେ ଅପମିଶ୍ରଣ : ଭାସୁଛି ଜେଲି ଭଳି ପଦାର୍ଥ, ନମୁନା ନେଲା ପୋଲିସ

ଭଦ୍ରକ ୧୧।୦୮ :  ପେଟ୍ରୋଲରେ ଭାସୁଛି ଜେଲି ଭଳି ପଦାର୍ଥ। ଅପମିଶ୍ରଣ ତେଲ ପକାଇବା ଯୋଗୁଁ ଗାଡି ଖରାପ ହେଉଛି । ଏମିତି ଏକାଧିକ ଅଭିଯୋଗ ପରେ ଉତ୍ତେଜନାକୁ ଦେଖି ପୋଲିସ ନମୁନା ସଂଗ୍ରହ କରିଛି । ଭଦ୍ରକ ସହର ମଧ୍ୟରେ ଥିବା ବର୍ଷା ଫୁଏଲସ ବିରୋଧରେ ଏମିତି ଅଭିଯୋଗ ଆସିଛି ।  ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ପେଟ୍ରୋଲ ପକାଇବା ପରେ ଗାଡି ଅଧା ରାସ୍ତାରେ ଖରାପ ହୋଇଥିଲା । ଗ୍ୟାରେଜରେ ଗାଡିର ଟାଙ୍କିରୁ ତେଲ ବାହାର କରିବା ପରେ କିଛି ଜେଲି ଭଳି ସାମଗ୍ରୀ ଭାସୁଥିବା ଦେଖିବା ପାଇଁ ମିଳିଥିଲା । ଏହିଭଳି ଏକାଧିକ ଅଭିଯୋଗ ପରେ ଟାଙ୍କିରେ ଉତ୍ତେଜନା ଦେଖାଦେଇଛି। ଟାଙ୍କି ତରଫରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ତେଲ ବିକ୍ରି ବନ୍ଦ ରହିଛି। ଭଦ୍ରକ ସହରାଞ୍ଚଳ ପୋଲିସ ପହଞ୍ଚି ପେଟ୍ରୋଲର ସାମ୍ପୁଲ ସଂଗ୍ରହ କରିଛି । ଟାଙ୍କି ର ମ୍ୟାନେଜର କହିଛନ୍ତି ଯେ ଆମେ ତେଲ ବିକ୍ରି ବନ୍ଦ କରିଛୁ । ସେଲସ ବିଭାଗକୁ ଅବଗତ କରିଛୁ। ରିପୋର୍ଟ ଆସିବା ପରେ ସତ କଣ ଜଣା ପଡିବ।  

ତେଲରେ ଅପମିଶ୍ରଣ : ଭାସୁଛି ଜେଲି ଭଳି ପଦାର୍ଥ, ନମୁନା ନେଲା ପୋଲିସ

ଭଦ୍ରକ ୧୧।୦୮ :  ପେଟ୍ରୋଲରେ ଭାସୁଛି ଜେଲି ଭଳି ପଦାର୍ଥ। ଅପମିଶ୍ରଣ ତେଲ ପକାଇବା ଯୋଗୁଁ ଗାଡି ଖରାପ ହେଉଛି । ଏମିତି ଏକାଧିକ ଅଭିଯୋଗ ପରେ ଉତ୍ତେଜନାକୁ ଦେଖି ପୋଲିସ ନମୁନା ସଂଗ୍ରହ କରିଛି । ଭଦ୍ରକ ସହର ମଧ୍ୟରେ ଥିବା ବର୍ଷା ଫୁଏଲସ ବିରୋଧରେ ଏମିତି ଅଭିଯୋଗ ଆସିଛି ।  

ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ପେଟ୍ରୋଲ ପକାଇବା ପରେ ଗାଡି ଅଧା ରାସ୍ତାରେ ଖରାପ ହୋଇଥିଲା । ଗ୍ୟାରେଜରେ ଗାଡିର ଟାଙ୍କିରୁ ତେଲ ବାହାର କରିବା ପରେ କିଛି ଜେଲି ଭଳି ସାମଗ୍ରୀ ଭାସୁଥିବା ଦେଖିବା ପାଇଁ ମିଳିଥିଲା । ଏହିଭଳି ଏକାଧିକ ଅଭିଯୋଗ ପରେ ଟାଙ୍କିରେ ଉତ୍ତେଜନା ଦେଖାଦେଇଛି। ଟାଙ୍କି ତରଫରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ତେଲ ବିକ୍ରି ବନ୍ଦ ରହିଛି। ଭଦ୍ରକ ସହରାଞ୍ଚଳ ପୋଲିସ ପହଞ୍ଚି ପେଟ୍ରୋଲର ସାମ୍ପୁଲ ସଂଗ୍ରହ କରିଛି । ଟାଙ୍କି ର ମ୍ୟାନେଜର କହିଛନ୍ତି ଯେ ଆମେ ତେଲ ବିକ୍ରି ବନ୍ଦ କରିଛୁ । ସେଲସ ବିଭାଗକୁ ଅବଗତ କରିଛୁ। ରିପୋର୍ଟ ଆସିବା ପରେ ସତ କଣ ଜଣା ପଡିବ।