ତେଲିପାଲି ଗାଁ ମୁଣ୍ଡ ମହୁଲ ଗଛରୁ ଝୁଲନ୍ତା ମହିଳା ଙ୍କ ମୃତ ଦେହ ଉଦ୍ଧାର କଲା ପୁଲିସ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ଗ୍ରାମ ପଞ୍ଚାୟତର ତେଲିପାଲି ଗ୍ରାମର ଏକ ବଗିଚା ବାହାରେ ଥିବା ଏକ ମହୁଲ ଗଛରୁ ଜଣେ ମହିଳା ଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ବାରଝୁଲା ଗ୍ରାମର ବିପିନ କୁଦେଇ ଙ୍କ ସ୍ତ୍ରୀ ୨୪ ବର୍ଷିୟl ଅଞ୍ଜଳି କୁଦେଇ ବୋଲି ଜଣା ପଡିଛି । ଗ୍ରାମର କେତେକ ବ୍ୟକ୍ତି ମହିଳାଙ୍କ ମୃତଦେହ ମହୁଲ ଗଛ […] The post ତେଲିପାଲି ଗାଁ ମୁଣ୍ଡ ମହୁଲ ଗଛରୁ ଝୁଲନ୍ତା ମହିଳା ଙ୍କ ମୃତ ଦେହ ଉଦ୍ଧାର କଲା ପୁଲିସ appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ଗ୍ରାମ ପଞ୍ଚାୟତର ତେଲିପାଲି ଗ୍ରାମର ଏକ ବଗିଚା ବାହାରେ ଥିବା ଏକ ମହୁଲ ଗଛରୁ ଜଣେ ମହିଳା ଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ବାରଝୁଲା ଗ୍ରାମର ବିପିନ କୁଦେଇ ଙ୍କ ସ୍ତ୍ରୀ ୨୪ ବର୍ଷିୟl ଅଞ୍ଜଳି କୁଦେଇ ବୋଲି ଜଣା ପଡିଛି । ଗ୍ରାମର କେତେକ ବ୍ୟକ୍ତି ମହିଳାଙ୍କ ମୃତଦେହ ମହୁଲ ଗଛ ରେ ଏକ ଦଉଡିରେ ଝୁଲୁଥିବା ଦେଖିଥିଲେ । ପରେ ମହିଳା ଜଣକଙ୍କ ପରିଚୟ ମିଳିଥିଲା । ଏନେଇ ଲୋକେ ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ବୀରମହାରାଜପୁର ପୋଲିସ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ମହିଳାଙ୍କ ବାପା ଙ୍କ ଘର କୁ ଖବର ଦିଆଯାଇଛି। ମହିଳା ଜଣକ ପିତାମହୁଲ ଗ୍ରାମର ଅଖିଳ ନାଏକ ଙ୍କ ଝିଅ । ପ୍ରାୟ ତିନି ବର୍ଷ ପୂର୍ବେ ଉକ୍ତ ମହିଳା ଜଣକ ବିବାହ କରିଥିଲେ। ଏବେ ମହିଳାଙ୍କ ୧୪ ମାସ ର ଏକ ଶିଶୁ ପୁତ୍ର ଅଛି। ମହିଳା ଜଣକ କାହିଁକି ଆତ୍ମହତ୍ୟା କଲେ ତାହାର ପ୍ରକୃତ କରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ପାରିବାରିକ କଳହ ଯୋଗୁଁ ମହିଳା ଜଣକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କେହି କେହି କହୁଥିବା ଶୁଣିବାକୁ ମିଳୁଛି। ତେବେ ମହିଳାଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ତେବେ ଶନିବାର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ଉଦ୍ଧାର କରାଯାଇପାରି ନାହିଁ। ମହିଳାଙ୍କ ବାପ ଘର ଲୋକେ ଆସିଲା ପରେ ମୃତଦେହକୁ ବ୍ୟବଛେଦ ପାଇଁ ନିଆଯିବ ବୋଲି ବୀରମହାରାଜପୁର ଥାନା ଅଧିକାରୀ ଶୋଭକର ସେଠ୍ ପ୍ରକାଶ କରିଛନ୍ତି।
The post ତେଲିପାଲି ଗାଁ ମୁଣ୍ଡ ମହୁଲ ଗଛରୁ ଝୁଲନ୍ତା ମହିଳା ଙ୍କ ମୃତ ଦେହ ଉଦ୍ଧାର କଲା ପୁଲିସ appeared first on Odisha.News.