ତ୍ରିପୁରାରୁ ୧୦ ବାଂଲାଦେଶୀ ଓ ରୋହିଂଗ୍ୟା ଅନୁପ୍ରବେଶକାରୀ ଗିରଫ

ଅଗରତାଲା: ବାଂଲାଦେଶରୁ ତ୍ରିପୁରା ଗୋମତି ଜିଲ୍ଲା ସୀମା ମଧ୍ୟକୁ ଅନୁପ୍ରବେଶ କରିଥିବା ୭ ବାଂଲାଦେଶୀ, ୩ ରୋହିଂଗ୍ୟା ଗିରଫ ହୋଇଛନ୍ତି। ସେମାନଙ୍କ ସହ ଜଣେ ଭାରତୀୟ ଦଲାଲକୁ ମଧ୍ୟ ଗିରଫ କରାଯାଇଛି। ରେଳବାଇ ପୁଲିସ ପକ୍ଷରୁ ଜାରି ସୂଚନାନୁସାରେ, ୭ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଟ୍ରେନ୍‌ ଯୋଗେ ଚେନ୍ନାଇ ଯିବାକୁ ଉଦ୍ୟମ କରୁଥିଲେ। ସେମାନଙ୍କୁ ଉଦୟପୁର ଠାରେ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୪ଜଣ ନାବାଳକ ଓ ଏକ ଦମ୍ପତି ଅଛନ୍ତି। ସେମାନଙ୍କ ସହ ପଶ୍ଚିମବଙ୍ଗ ନଦିଆ […]

ତ୍ରିପୁରାରୁ ୧୦ ବାଂଲାଦେଶୀ ଓ ରୋହିଂଗ୍ୟା ଅନୁପ୍ରବେଶକାରୀ ଗିରଫ

ଅଗରତାଲା: ବାଂଲାଦେଶରୁ ତ୍ରିପୁରା ଗୋମତି ଜିଲ୍ଲା ସୀମା ମଧ୍ୟକୁ ଅନୁପ୍ରବେଶ କରିଥିବା ୭ ବାଂଲାଦେଶୀ, ୩ ରୋହିଂଗ୍ୟା ଗିରଫ ହୋଇଛନ୍ତି। ସେମାନଙ୍କ ସହ ଜଣେ ଭାରତୀୟ ଦଲାଲକୁ ମଧ୍ୟ ଗିରଫ କରାଯାଇଛି। ରେଳବାଇ ପୁଲିସ ପକ୍ଷରୁ ଜାରି ସୂଚନାନୁସାରେ, ୭ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଟ୍ରେନ୍‌ ଯୋଗେ ଚେନ୍ନାଇ ଯିବାକୁ ଉଦ୍ୟମ କରୁଥିଲେ। ସେମାନଙ୍କୁ ଉଦୟପୁର ଠାରେ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୪ଜଣ ନାବାଳକ ଓ ଏକ ଦମ୍ପତି ଅଛନ୍ତି। ସେମାନଙ୍କ ସହ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ଦଲାଲ ମହମ୍ମଦ ହଫିଜୁଲ୍‌କୁ ଗିରଫ କରାଯାଇଛି। ବାଂଲାଦେଶୀ ଅନୁପ୍ରବେଶକାରୀ ଦମ୍ପତିଙ୍କ ନାମ ରୁବେଲ୍‌ ଶେଖ୍‌ ଓ ସୁରାଇଆ ଅଟେ। ସେହିଭଳି ଅନ୍ୟ ଏକ ଘଟଣାକ୍ରମେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ହାତରେ ଅନୁପ୍ରବେଶ କରିବା ସମୟରେ କମଳାଚାଗର ଠାରେ ତିନି ରୋହିଂଗ୍ୟାକୁ ଗିରଫ କରାଯାଇଛି। ସେମାନେ ବାଂଲାଦେଶର କକ୍ସ ବଜାରର ଶରଣାର୍ଥୀ ଶିବିରରୁ ପଳାୟନ କରି ଭାରତ ସୀମାରେ ପ୍ରବେଶ କରିଥିଲେ।