ତ୍ରିପୁରାରେ ବନ୍ୟା ପ୍ରବଳ ବର୍ଷାରେ ୨୨ ମୃତ; ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଘୋଷଣା

ଅଗରତାଲା: ରାଜ୍ୟ ସରକାରଙ୍କ ରିଲିଫ୍, ଥଇଥାନ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁଯାୟୀ, ପ୍ରବଳ ଲଗାଣ ବର୍ଷା ଓ ବନ୍ୟାରେ ତ୍ରିପୁରାରେ ୬୫,୦୦୦ରୁ ଅଧିକ ଲୋକ ବାସହୀନ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। ଏଥି ସହ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ହେବା ପରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ୨୦୩୨ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ସେଥିମଧ୍ୟରୁ ୧,୭୮୯ଟି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ଏବଂ […]

ତ୍ରିପୁରାରେ ବନ୍ୟା ପ୍ରବଳ ବର୍ଷାରେ ୨୨ ମୃତ; ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଘୋଷଣା

ଅଗରତାଲା: ରାଜ୍ୟ ସରକାରଙ୍କ ରିଲିଫ୍, ଥଇଥାନ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁଯାୟୀ, ପ୍ରବଳ ଲଗାଣ ବର୍ଷା ଓ ବନ୍ୟାରେ ତ୍ରିପୁରାରେ ୬୫,୦୦୦ରୁ ଅଧିକ ଲୋକ ବାସହୀନ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। ଏଥି ସହ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ହେବା ପରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ୨୦୩୨ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ସେଥିମଧ୍ୟରୁ ୧,୭୮୯ଟି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଅନ୍ୟ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଧଲାଇ, ଖୋୱାଇ, ଦକ୍ଷିଣ ତ୍ରିପୁରା, ପଶ୍ଚିମ ତ୍ରିପୁରା, ଉତ୍ତର ତ୍ରିପୁରା ଓ ଉନାକୋଟି ଜିଲ୍ଲାର ୬ଟି ସ୍ଥାନରେ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପ୍ରବଳ ବର୍ଷା ଯୋଗୁଁ ଗୋମତୀ, ଦକ୍ଷିଣ ତ୍ରିପୁରା, ଉନାକୋଟି ଓ ପଶ୍ଚିମ ତ୍ରିପୁରା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରିଲିଫ୍, ଥଇଥାନ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମାଣିକ ସାହା ଏକ ସୋସିଆଲ ମିଡିଆ ପୋଷ୍ଟରେ ପୀଡିତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।