ତ୍ରିରଙ୍ଗା ଯାତ୍ରା ପରେ ରୋଡ୍‌ ଶୋ’ କରିବେ ମୋଦି

ଭୁବନେଶ୍ୱର,୧୫।୬(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ସେ ଭୁବନେଶ୍ବରରେ ଏକ ରୋଡ୍‌ ଶୋ’ କରିବା କାର୍ଯ୍ୟକ୍ରମ ରହିଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଛନ୍ତି। ଜୁନ୍‌ ୨୦ ଅପରାହ୍ନ ୩ ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ସେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବା ପରେ ରୋଡ୍‌ ଶୋ କରିବେ। ଭୁବନେଶ୍ୱରରେ ରୋଡ୍‌ ଶୋ […] The post ତ୍ରିରଙ୍ଗା ଯାତ୍ରା ପରେ ରୋଡ୍‌ ଶୋ’ କରିବେ ମୋଦି appeared first on Dharitri Odia News.

ତ୍ରିରଙ୍ଗା ଯାତ୍ରା ପରେ ରୋଡ୍‌ ଶୋ’ କରିବେ ମୋଦି

ଭୁବନେଶ୍ୱର,୧୫।୬(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ସେ ଭୁବନେଶ୍ବରରେ ଏକ ରୋଡ୍‌ ଶୋ’ କରିବା କାର୍ଯ୍ୟକ୍ରମ ରହିଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଛନ୍ତି। ଜୁନ୍‌ ୨୦ ଅପରାହ୍ନ ୩ ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ସେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବା ପରେ ରୋଡ୍‌ ଶୋ କରିବେ। ଭୁବନେଶ୍ୱରରେ ରୋଡ୍‌ ଶୋ ପରେ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଦେଶ ବାଣ୍ଟିବେ। ଏହାସହ ଅନେକ ନୂଆ ଯୋଜନାର ଘୋଷଣା କରିବେ। ମହାପୁରୁଷ ଆଦର୍ଶ ଗାଁ ଯୋଜନା ମଧ୍ୟ ଘୋଷଣା ହୋଇପାରେ ବୋଲି ମନ୍ତ୍ରୀ ନାଏକ ସୂଚନା ଦେଇଛନ୍ତି।
ରାଜ୍ୟରେ ଭାଜପା ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମୋଦି ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସଫଳ ହେବା ସଙ୍ଗେ ସଙ୍ଗେ ମୋଦିଙ୍କ ଗସ୍ତର ସଫଳ ପ୍ରଭାବ କିପରି ରହିବ ତାକୁ ନେଇ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଅପରେଶନ ସିନ୍ଦୂରର ସଫଳତା ପରେ ବିମାବନ୍ଦରଠାରୁ ପ୍ରଥମେ ତ୍ରିରଙ୍ଗାଯାତ୍ରା ହେବ।

The post ତ୍ରିରଙ୍ଗା ଯାତ୍ରା ପରେ ରୋଡ୍‌ ଶୋ’ କରିବେ ମୋଦି appeared first on Dharitri Odia News.