ତ୍ରିରଙ୍ଗାର ତିନି ରଙ୍ଗରେ ରହିଛି …
ତ୍ରିରଙ୍ଗାର ତିନି ରଙ୍ଗ … ତ୍ରିରଙ୍ଗାର ତିନୋଟି ରଙ୍ଗ ଆମକୁ ଅନେକ ସକରାତ୍ମକ ସଙ୍କେତ ଦେଇଥାଏ। ଯେମିତିକି: ଏହାର ପ୍ରଥମ ରଙ୍ଗ ନାରଙ୍ଗୀ; ଯାହାକୁ ସାମାଜିକତାର ପ୍ରତୀକ ବୋଲି କୁହାଯାଏ। ମାନସିକ ସ୍ତରରେ ବ୍ୟକ୍ତିଙ୍କୁ ଦୃଢ କରିବାରେ ଏହି ରଙ୍ଗ ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଦ୍ୱିତୀୟ ରଙ୍ଗ ହେଉଛି ଧଳା; ଯାହାକି ଶାନ୍ତି ଓ ଶୁଦ୍ଧତାର ପ୍ରତୀକ। ବ୍ୟକ୍ତିଙ୍କର ଖୋଲା ବିଚାର ଓ ସ୍ବତନ୍ତ୍ରତା ଉପରେ ଏହି ରଙ୍ଗ ସକାରାତ୍ମକ ପ୍ରଭାବ ପକାଇଥାଏ […] The post ତ୍ରିରଙ୍ଗାର ତିନି ରଙ୍ଗରେ ରହିଛି … appeared first on Dharitri Odia News.
ତ୍ରିରଙ୍ଗାର ତିନି ରଙ୍ଗ …
ତ୍ରିରଙ୍ଗାର ତିନୋଟି ରଙ୍ଗ ଆମକୁ ଅନେକ ସକରାତ୍ମକ ସଙ୍କେତ ଦେଇଥାଏ। ଯେମିତିକି: ଏହାର ପ୍ରଥମ ରଙ୍ଗ ନାରଙ୍ଗୀ; ଯାହାକୁ ସାମାଜିକତାର ପ୍ରତୀକ ବୋଲି କୁହାଯାଏ। ମାନସିକ ସ୍ତରରେ ବ୍ୟକ୍ତିଙ୍କୁ ଦୃଢ କରିବାରେ ଏହି ରଙ୍ଗ ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଦ୍ୱିତୀୟ ରଙ୍ଗ ହେଉଛି ଧଳା; ଯାହାକି ଶାନ୍ତି ଓ ଶୁଦ୍ଧତାର ପ୍ରତୀକ। ବ୍ୟକ୍ତିଙ୍କର ଖୋଲା ବିଚାର ଓ ସ୍ବତନ୍ତ୍ରତା ଉପରେ ଏହି ରଙ୍ଗ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଜ୍ଞାନୀଗୁଣି ବ୍ୟକ୍ତିମାନେ ମତ ଦେଇଥାନ୍ତି। ଶେଷରେ ହେଉଛି ସବୁଜ ରଙ୍ଗ; ଯାହାକି ମନରୁ ଅବସାଦ ଦୂର କରି ଭାଇଚାରା ବଢାଇବାରେ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥାଏ ବୋଲି ବିଶ୍ୱାସ କରାଯାଏ। ତେଣୁ ତ୍ରିରଙ୍ଗାକୁ ଯଥେଷ୍ଟ ସମ୍ମାନ ଦେବା ଯେତିକି ଜରୁରୀ ଏହାର ତିନୋଟି ରଙ୍ଗର ଭାବାର୍ଥକୁ ବୁଝିବା ମଧ୍ୟ ସେତିକି ଜରୁରୀ।
The post ତ୍ରିରଙ୍ଗାର ତିନି ରଙ୍ଗରେ ରହିଛି … appeared first on Dharitri Odia News.