ତ୍ରିଶୁଳିଆ ସୁଭାଷ ସେତୁ ଉପରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ବାପା-ପୁଅଙ୍କ ଜୀବନ

କଟକ: କଟକ ତ୍ରିଶୁଳିଆ ସୁଭାଷ ସେତୁ ଉପରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଅଲିଶା ଵଜାରର ବାପା,ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଜୟକୃଷ୍ଣ ଦାସ ଓ ତାଙ୍କ ପୁଅ ଦିଲ୍ଲୀପ ଦାସ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଚଳାଇଛି।ସୂଚନା ଅନୁଯାୟୀ, ସୁଭାଷ ସେତୁ ଦେଇ ବାପା, ପୁଅ କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଵା ବେଳେ କୌଣସି ଅଜଣା ଗାଡି ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇ ଚାଲିଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅଵସ୍ଥାରେ ଆହତ ଵାପା, ପୁଅଙ୍କୁ ଏସ୍ ସି ବି ମେଡିକାଲ ଆଣିଥିଲେ। ତେବେ ଡାକ୍ତରଖାନାରେ ଉଭୟଙ୍କୁ ମୃତ ଘୋଷଣାକରିଛନ୍ତି। 

ତ୍ରିଶୁଳିଆ ସୁଭାଷ ସେତୁ ଉପରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ବାପା-ପୁଅଙ୍କ ଜୀବନ

କଟକ: କଟକ ତ୍ରିଶୁଳିଆ ସୁଭାଷ ସେତୁ ଉପରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଅଲିଶା ଵଜାରର ବାପା,ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଜୟକୃଷ୍ଣ ଦାସ ଓ ତାଙ୍କ ପୁଅ ଦିଲ୍ଲୀପ ଦାସ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ସୁଭାଷ ସେତୁ ଦେଇ ବାପା, ପୁଅ କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଵା ବେଳେ କୌଣସି ଅଜଣା ଗାଡି ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇ ଚାଲିଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅଵସ୍ଥାରେ ଆହତ ଵାପା, ପୁଅଙ୍କୁ ଏସ୍ ସି ବି ମେଡିକାଲ ଆଣିଥିଲେ। ତେବେ ଡାକ୍ତରଖାନାରେ ଉଭୟଙ୍କୁ ମୃତ ଘୋଷଣାକରିଛନ୍ତି।